Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତ୍ରିବେଣୀ ସଂଗମରେ ବୁଡ ପକାଇଲେ ୫୦କୋଟିରୁ ଅଧିକ ଶ୍ରଦ୍ଧାଳୁ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ତ୍ରିବେଣୀ ସଂଗମରେ ବୁଡ ପକାଇଲେ ୫୦କୋଟିରୁ ଅଧିକ ଶ୍ରଦ୍ଧାଳୁ

ଆସ୍ଥାର ମହାକୁମ୍ଭରେ ରେକର୍ଡ ଶ୍ରଦ୍ଧାଳୁଙ୍କ ବୁଡ
ତ୍ରିବେଣୀ ସଂଗମରେ ବୁଡ ପକାଇଲେ ୫୦କୋଟିରୁ ଅଧିକ ଶ୍ରଦ୍ଧାଳୁ
ବିଶ୍ବରେ ପ୍ରଥମଥର ପାଇଁ ଏକାଠି ହେଲେ ଏତେ ସଂଖ୍ୟକ ଶ୍ରଦ୍ଧାଳୁ
ରୁଷିଆ ଓ ଆମେରିକାର ଲୋକ ସଂଖ୍ୟାଠାରୁ ଅଧିକ ଲୋକଙ୍କ ବୁଡ


ଆସ୍ଥାର ମହାପର୍ବରେ ପ୍ରତିଦିନ ସାମିଲ ହେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଅତ୍ୟନ୍ତ ଶ୍ରଦ୍ଧା ଓ ଭାବର ସହ ତ୍ରିବେଣୀ ସଙ୍ଗମରେ ବୁଡ ପକାଉଛନ୍ତି ଭକ୍ତ । ପ୍ରୟାଗରାଜର ତ୍ରିବେଣୀ ସଂଗମରେ ବୁଡ ପକାଇବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏକାଠି ହେଉଛନ୍ତି । ଏଥିପାଇଁ ଉତ୍ତରପ୍ରଦେଶ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ଆସ୍ଥାର ବୁଡ ପକାଇବାକୁ ଆଜି ଭିଭିଆଇପିଙ୍କ ଭିଡ ଜମିଥିଲା । ଧର୍ମ, ଆଧ୍ୟାତ୍ମିକତା ଓ ସଂସ୍କୃତିର ମହାକୁମ୍ଭରେ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ପୂଜାର୍ଚ୍ଚନା କରବା ସହ ବୁଡ ପକାଇଥିଲେ । ଗୋଆର ରାଜ୍ୟପାଳ ପିଏସ ଶ୍ରୀଧରନ ପିଲାଇ ଓ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଅତ୍ୟନ୍ତ ଶ୍ରଦ୍ଧାର ସହ ମହାକୁମ୍ଭରେ ବୁଡ ପକାଇଥିଲେ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ, ହରଦୀପ ସିଂ, ପୀୟୁଷ ଗୋଏଲ ମଧ୍ୟ ତ୍ରିବେଣୀ ସଂଗମରେ ବୁଡ ପକାଇଥିଲେ । କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ ଆସ୍ଥା ଓ ଐତିହ୍ୟ ଦୃଷ୍ଟିର ମଧ୍ୟ କୁମ୍ଭମେଳାର ଗୁରୁତ୍ବ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏକ ଭାରତ ଶ୍ରେଷ୍ଠ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢୁଛି । ଆଉ କୁମ୍ଭମେଳା ତାହାର ଏକ ନିଦର୍ଶନ।

ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ଆସ୍ଥାର ମହାକୁମ୍ଭରେ ବର୍ତ୍ତମାନ ସୁଦ୍ଧା ୫୦କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇ ସାରିଛନ୍ତି । ଆମେରିକା ଓ ରୁଷିଆର ଲୋକସଂଖ୍ୟା ଠାରୁ ଅଧିକ ଲୋକ ତ୍ରିବେଣୀ ସଂଗମରେ ଏକାଠି ହୋଇଛନ୍ତି । ପ୍ରତିଦିନ ଟ୍ରେନ୍, ବସ୍ ସହ ଅନ୍ୟ ଗାଡିରେ ତ୍ରିବେଣୀସଂଗମ ମୁହାଁ ହେଉଛନ୍ତି ଭକ୍ତ । ବର୍ତ୍ତମାନ ସୁଦ୍ଧା ୫ଟି ଅମୃତ ସ୍ନାନ ସମାପନ ହୋଇଥିବା ବେଳେ ଶିବରାତ୍ରିରେ ଶେଷ ଅମୃତସ୍ନାନ ହେବ । କିନ୍ତୁ ଏବେ ବି ଅନେକ ଶ୍ରଦ୍ଧାଳୁ ବୁଡ ପକାଇବାକୁ ଆଗ୍ରହୀ ଅଛନ୍ତି । ଏଥିପାଇଁ ତ୍ରିବେଣୀ ସଂଗମରେ କୁମ୍ଭମେଳାର ଅବଧିକୁ ବଢାଇବାକୁ ଅନୁରୋଧ କରିଛନ୍ତି ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
More than 50 crore pilgrims were take bath in Triveni Sangam | Argus News