Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଷଷ୍ଠ ପର୍ଯ୍ୟାୟରେ ଦେଶରେ 60 ପ୍ରତିଶତରୁ ଅଧିକ ଭୋଟିଂ

Ritu Das
Browse all articles by Ritu Das
·2 years ago·1 min read
ଷଷ୍ଠ ପର୍ଯ୍ୟାୟରେ ଦେଶରେ 60 ପ୍ରତିଶତରୁ ଅଧିକ ଭୋଟିଂ

ଅର୍ଗସ ବ୍ୟୁରୋ: ଷଷ୍ଠ ପର୍ଯ୍ୟାୟରେ ଦେଶର 7ଟି ରାଜ୍ୟର ମୋଟ 58ଟି ଲୋକସଭା ଆସନରେ 60 ପ୍ରତିଶତରୁ ଅଧିକ ଭୋଟିଂ । ପଶ୍ଚିମବଙ୍ଗରେ ସର୍ବାଧିକ 78.27 ପ୍ରତିଶତ, ବିହାରରେ 53.30, ଉତ୍ତରପ୍ରଦେଶରେ 54.03 ପ୍ରତିଶତ ମତଦାନ ହୋଇଛି । ଦିଲ୍ଲୀର ସମସ୍ତ 7ଟି ଆସନରେ ହାରାହାରି 54.48 ପ୍ରତିଶତ ମତଦାନ ରେକର୍ଡ । ବହୁ ହେଭିୱେଟଙ୍କ ସହ ଷଷ୍ଠ ପର୍ଯ୍ୟାୟରେ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। 

ଷଷ୍ଠ ପର୍ଯ୍ୟାୟରେ ଓଡ଼ିଶାର 6, ବିହାରର 8 ଲୋକସଭା ଆସନ ସମେତ ହରିୟାଣାର ସମସ୍ତ 10 ଆସନ, ଜମ୍ମୁ ଓ କଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର 4, ଦିଲ୍ଲୀର ସମସ୍ତ 7,  ଉତ୍ତର ପ୍ରଦେଶର 14 ଏବଂ ପଶ୍ଚିମବଙ୍ଗର 8ଟି ଆସନ ଲାଗି ଭୋଟିଂ ହୋଇଛି । ଅନ୍ତିମ ପର୍ଯ୍ୟାୟ ମତଦାନ ଆସନ୍ତା ଜୁନ୍ 1 ତାରିଖରେ ହେବ । ପୂର୍ବରୁ ଏପ୍ରିଲ 19ରେ ପ୍ରଥମ ପର୍ଯ୍ୟାୟ, ଏପ୍ରିଲ 26ରେ ଦ୍ୱିତୀୟ ପର୍ଯ୍ୟାୟ, ମେ 7ରେ ତୃତୀୟ ପର୍ଯ୍ୟାୟ, ମେ 13ରେ ଚତୁର୍ଥ ପର୍ଯ୍ୟାୟ, ମେ 20ରେ ପଞ୍ଚମ ପର୍ଯ୍ୟାୟ ଓ ମେ 25ରେ ଷଷ୍ଠ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆସନ୍ତା ଜୁନ୍ 4 ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ । 

ଅଧିକ ପଢ଼ନ୍ତୁ ଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
More than 60 | Argus News