Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାକୁମ୍ଭରେ ବୁଡ଼ ପକାଇଲେ 65 କୋଟିରୁ ଅଧିକ ଭକ୍ତ

Rashmita Mishra
Browse all articles by Rashmita Mishra
·1 year ago·2 min read
ମହାକୁମ୍ଭରେ ବୁଡ଼ ପକାଇଲେ 65 କୋଟିରୁ ଅଧିକ ଭକ୍ତ

Key Points

45 ଦିନ ଧରି ବିଶ୍ବ ଦେଖିଲା ସନାତନ ସଂସ୍କୃତିର ବିଶାଳ ସମାବେଶ
ମହାକୁମ୍ଭରେ ବୁଡ଼ ପକାଇଲେ 65 କୋଟିରୁ ଅଧିକ ଭକ୍ତ
ସଫଳ ଆୟୋଜନ ପାଇଁ 3ଟି ବିଶ୍ବ କୀର୍ତ୍ତିମାନର ସାକ୍ଷୀ ପାଲଟିଲା ପ୍ରୟାଗରାଜ
ସ୍ବଚ୍ଛତା ଅଭିଯାନ ପରେ ମା' ଗଙ୍ଗାଙ୍କ ପୂଜା କଲେ ୟୁପି ମୁଖ୍ୟମନ୍ତ୍ରୀ
ସଫେଇ କର୍ମଚାରୀ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ମାନିତ କଲେ ଯୋଗୀ
ବିଶ୍ବର ସର୍ବବୃହତ୍ ଆଧ୍ୟାତ୍ମିକ ସମାବେଶ ଦେଲା ବସୁଧୈବ କୁଟୁମ୍ବକମର ବାର୍ତ୍ତା
ସନାତନ ସଂସ୍କୃତି ପ୍ରତି ବହୁଗୁଣିତ ହେଲା ବିଶ୍ବବାସୀଙ୍କ ଆସ୍ଥା

ପୁଣ୍ୟଭୂମି ପ୍ରୟାଗରାଜରେ ସମ୍ପନ୍ନ ହେଲା ଏକତାର ମହାକୁମ୍ଭ । ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାର୍ଗଦର୍ଶନରେ ସଫଳତାର ହେଲା ମହାକୁମ୍ଭର ଆୟୋଜନ । ପୌଷ ପୂର୍ଣ୍ଣିମାରୁ ମହାଶିବରାତ୍ରୀ ଯାଏ ଭାରତୀୟ ପରମ୍ପରାର ଗୌରବ ଗାଥାକୁ ବିଶ୍ବ ଦରବାରରେ ପ୍ରଦର୍ଶନ କରିବାରେ ପୂର୍ଣ୍ଣ ସଫଳ ହୋଇଛି ପ୍ରୟାଗରାଜ ମହାକୁମ୍ଭ ପ୍ରଶାସନ । ନିଜ ଘରର କାମ ଭଳି ପ୍ରୟାଗରାଜବାସୀ ଦେଶ, ବିଦେଶର ଶ୍ରଦ୍ଧାଳୁଙ୍କୁ ହୃଦୟ ଖୋଲି ସ୍ବାଗତ କରିଛନ୍ତି, ଏଥିପାଇଁ ବିଦେଶୀଙ୍କ ମୁହଁରୁ ବି ଶୁଣିବାକୁ ମିଳିଛି କାହିଁ କେତେ ପ୍ରଶଂସା । ସାମୁହିକ ସହଯୋଗରେ ବିଶାଳ ଆୟୋଜନ ସଫଳ ହେବା ସହ ମେଳା ପ୍ରଶାସନ, ପୋଲିସ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । କର୍ତ୍ତବ୍ୟପରାୟଣତା ଓ ସମର୍ପଣ ଭାବ ସହିତ କାର୍ଯ୍ୟ କରିଥିବା ସଫେଇ, ସ୍ବାସ୍ଥ୍ୟ, ପରିବହନ, ବିଦ୍ୟୁତ କର୍ମୀଙ୍କୁ ପୁରସ୍କୃତ କରିଛନ୍ତି ଯୋଗୀ ଆଦିତ୍ୟନାଥ ।

ଦୀର୍ଘ 45 ଦିନ ଧରି ହର ହର ମହାଦେବ, ଜୟ ମା ଗଙ୍ଗା ଧ୍ବନିରେ କମ୍ପୁଥିଲା ମହାତୀର୍ଥ ପ୍ରୟାଗରାଜ । ମହାକୁମ୍ଭ ପ୍ରଶାସନ ରିପୋର୍ଟ ଅନୁସାରେ 144 ବର୍ଷ ପରେ ଅମୃତ ଭୂମିକୁ ଫେରିଥିବା ମହାକୁମ୍ଭରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି 65 କୋଟିରୁ ଅଧିକ ଶ୍ରଦ୍ଧାଳୁ। ସଙ୍ଗମରେ ଅମୃତ ସ୍ନାନ କରିଥିବା କୋଟିଏରୁ ଅଧିକ ବିଦେଶୀ କରିଛନ୍ତି ଭାରତୀୟ ସଂସ୍କୃତିର ଜୟଗାନ । ପବିତ୍ର ଗଙ୍ଗା ତଟରୁ ବିଶ୍ବକୁ ଶାନ୍ତି, ସଦଭାବନାର ମନ୍ତ୍ର ବାଣ୍ଟିଛି ଭାରତ । ପ୍ରୟାଗରାଜ ସହ ଜଡିତ ସଫେଇ କର୍ମୀଙ୍କୁ ଅତିରିକ୍ତ ୧୦ ହଜାର ଟଙ୍କାର ବୋନସ୍ ଘୋଷଣା କରିଛନ୍ତି ୟୁପି ସରକାର। ଏପ୍ରିଲରୁ ରାଜ୍ୟର ସ୍ବାସ୍ଥ୍ୟକର୍ମୀଙ୍କ ଦରମା ୧୬ ହଜାର ଟଙ୍କାକୁ ବୃଦ୍ଧି ଘୋଷଣା ସହ ସମସ୍ତ ସଫେଇ କର୍ମଚାରୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଯୋଡ଼ିଛନ୍ତି ସରକାର ।

ବିଶାଳ ଆୟୋଜନ ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ମହାକୁମ୍ଭ ପ୍ରଶାସନର ପଦକ୍ଷେପକୁ ବିଶ୍ବବ୍ୟାପୀ ପ୍ରଶଂସା ମିଳିଛି । ସବୁଠାରୁ ଅଧିକ ଲୋକଙ୍କ ଦ୍ବାରା ନଦୀ ସଫେଇ, ଗୋଟିଏ ସ୍ଥାନରେ ସବୁଠାରୁ ଅଧିକ କର୍ମଚାରୀ ସାଥି ହୋଇ ସଫେଇ କରିବା ସହ 8 ଘଣ୍ଟାରେ ସବୁଠାରୁ ଅଧିକ ଲୋକଙ୍କ ଦ୍ବାରା କଳାକୃତି ଅଙ୍କନରେ ହୋଇଛି ଗିନିଜ୍ ବୁକ ଅଫ ୱାଲ୍ଡ ରେକର୍ଡ । ହଜାର ହଜାର ବର୍ଷ ଧରି ବିଦେଶୀ, ବିଧର୍ମୀଙ୍କ ଆକ୍ରମଣ, ଲୁଣ୍ଠନ ସତ୍ତ୍ବେ ଆଜି ବି ଅକ୍ଷୟ, ଅଜେୟ, ଅମର ସନାତନ ସଂସ୍କୃତି । ଆଜି ବି ପବିତ୍ର ଗଙ୍ଗା ତଟରୁ ବିଶ୍ବବାସୀଙ୍କୁ ଶାନ୍ତି, ସଦଭାବନାର ମନ୍ତ୍ର ବାଣ୍ଟୁଛି ଭାରତବର୍ଷ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
More than 65 crore devotees drowned in Mahakumbh | Argus News