Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାଘ ପୂର୍ଣ୍ଣିମାରେ ବୁଡ ପକାଇବେ କୋଟିଏରୁ ଅଧିକ ଶ୍ରଦ୍ଧାଳୁ !

National

ମାଘ ପୂର୍ଣ୍ଣିମାରେ ବୁଡ ପକାଇବେ କୋଟିଏରୁ ଅଧିକ ଶ୍ରଦ୍ଧାଳୁ !

Rashmita Mishra
Browse all articles by Rashmita Mishra
·1 year ago·1 min read
ମାଘ ପୂର୍ଣ୍ଣିମାରେ ବୁଡ ପକାଇବେ କୋଟିଏରୁ ଅଧିକ ଶ୍ରଦ୍ଧାଳୁ !

ଆସନ୍ତାକାଲି ମାଘ ପୂର୍ଣ୍ଣିମାରେ ପଞ୍ଚମ ଅମୃତସ୍ନାନ। ପ୍ରୟାଗରାଜ ମହାକୁମ୍ଭରେ କୋଟିଏରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ ସମ୍ଭାବନା। ଭିଡ ନିୟନ୍ତ୍ରଣ ପାଇଁ ଯାନବାହାନ ଚଳାଚଳ ଉପରେ କଟକଣା। ୫ଲକ୍ଷରୁ ଅଧିକ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା । ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବର୍ତ୍ତମାନ ସୁଦ୍ଧା ୪୩କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ବୁଡ ।


ଆସନ୍ତାକାଲି ମାଘ ପୂର୍ଣ୍ଣିମା । ଏହି ଅବସରରେ ଅମୃତ ସ୍ନାନ ପାଇଁ ପ୍ରୟାଗରାଜ ମହାକୁମ୍ଭରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଆଜି ମଧ୍ୟ କୁମ୍ଭମେଳାରେ ଜନସମୁଦ୍ର ଦେଖବାକୁ ମିଳିଛି । ପ୍ରତ୍ୟୁଷରୁ ବୁଡ ପକାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଆସନ୍ତାକାଲି ପଞ୍ଚମ ଅମୃତ ସ୍ନାନ ହେବ । ଏଥିରେ ଏକ କୋଟିରୁ ଅଧିକ ଲୋକ ବୁଡ ପକାଇବାର ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭିଡ ନିୟନ୍ତ୍ରଣ ପାଇଁ ଆଜିଠାରୁ ପୁରା ଅଂଚଳରେ ଯାନବାହାନ ଚଳାଚଳ ଉପରେ ଜାରି ହୋଇଛି କଟକଣା । ବିଭିନ୍ନ ସ୍ଥାନରେ ପାର୍କିଂ ପାଇଁ କରାଯାଇଛି ବ୍ୟବସ୍ଥା । ଗତକାଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ୫ଲକ୍ଷରୁ ଅଧିକ ଗାଡି ରହିବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୌଷ ପୂର୍ଣ୍ଣିମାରୁ କୁମ୍ଭମେଳାରେ ଆରମ୍ଭ ହୋଇଥିବା ଅମୃତସ୍ନାନ ଶିବରାତ୍ରିରେ ସମାପନ ହେବ । ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୪୩କୋଟିରୁ ଅଧିକ ଶ୍ରଦ୍ଧାଳୁ କୁମ୍ଭମେଳାରେ ବୁଡ ପକାଇଛନ୍ତି ।

Sponsored
More than a crore devotees will visit the temple on Magha Purnima | Argus News