ଭାରତରେ ନିର୍ମାଣ ହେଉଛି ବହୁ ଦାମୀ କାର... ଆପଣ ଜାଣିଛନ୍ତି କି?

ଅର୍ଗସ ବ୍ୟୁରୋ: ଭାରତରେ ନିର୍ମାଣ ହେଉଥିବା ସବୁଠୁ ମହଙ୍ଗା କାର। ଭାରତରେ ଏବେ ଦାମୀ କାର ନିର୍ମାଣ କରାଯାଉଛି। ଆମେ ଆପଣଙ୍କୁ ଭାରତରେ ହେଉଥିବା କିଛି ଦାମୀ କାର ବିଷୟରେ ଜଣାଇବାକୁ ଯାଉଛୁ। ମର୍ସିଡିଜ ବେଞ୍ଜ ମେବୈକ S5840 4 ମ୍ୟାଟିକ। ଏହାର ମାର୍କେଟ ମୂଲ୍ୟ ହେଉଛି ୨.୭୨ କୋଟି।
ଦ୍ବିତୀୟରେ ହେଉଛି ରେଞ୍ଜ ରୋଭର ଅଟୋବାୟୋଗ୍ରାଫି। ଯାହାର ମାର୍କେଟ ଭାଲ୍ୟୁ ହେଉଛି ୨.୬ କୋଟି।
ମର୍ସିଡିଜ ବେଞ୍ଜ S class s450. ଏହାର ମୂଲ୍ୟ ହେଉଛି ୧.୮୮ କୋଟି ଟଙ୍କା।
ସେହିପରି BMW 7 ସିରିଜ 740D. ଏହାର ମୂଲ୍ୟ ହେଉଛି ୧.୮୪ କୋଟି ଟଙ୍କା। ଯାହା ଭାରତରେ ବହୁ ଗ୍ରାହକଙ୍କ ଏହି କାର ଭାରି ପସନ୍ଦ।
ମର୍ସିଡିଜ ବେଞ୍ଜ EQS 4- ମ୍ୟାଟିକ ଯାହାର ପ୍ରାଇସ ହେଉଛି ୧.୭୫ କୋଟି ଟଙ୍କା। ସେହିଭଳି ନାମୀଦାମୀ କାର ଲିଷ୍ଟରେ ରହିଛି ଆଉ ଏକ କାର ଯାହାର ନାଁ ହେଲା ରେଞ୍ଜ ରୋଭର ସ୍ପୋର୍ଟ। ଯାହାର ବଜାର ମୂଲ୍ୟ ରହିଛି ୧.୭ କୋଟି ଟଙ୍କା। ଶେଷରେ ରହିଛି ମର୍ସିଡିଜ ବେଞ୍ଜ GLS 450D. ଯାହାର ବଜାର ମୂଲ୍ୟ ହେଉଛି ୧.୩୬ କୋଟି ଟଙ୍କା।
ଅଧିକ ପଢ଼ନ୍ତୁ ଭାରତ ଖବର