Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଲଗାଣ ବର୍ଷାରେ ଭାସୁଛି ପୂର୍ବ ଭାରତର ଅଧିକାଂଶ ରାଜ୍ୟ

Ritu Das
Browse all articles by Ritu Das
·1 year ago·1 min read
ଲଗାଣ ବର୍ଷାରେ ଭାସୁଛି ପୂର୍ବ ଭାରତର ଅଧିକାଂଶ ରାଜ୍ୟ

ଅର୍ଗସ ବ୍ୟୁରୋ: ମୁମ୍ବାଇରେ ହାହାକାର ପରିସ୍ଥିତି। ଯୁଆଡେ ଦେଖିବ ସିଆଡେ ପାଣି। ମୁମ୍ବାଇର ଶୋଚନୀୟ ପରିସ୍ଥିତି। ପ୍ରବଳ ବର୍ଷାରେ ସବୁ ବୁଡ଼ିଛି। ଘର ଭିତରେ ଘରେ ରହି ପାରୁନାହାଁନ୍ତି ଲୋକେ । ପାଣି ପଶିବା ଫଳରେ ହଇରାଣ ହରକତ ବ୍ୟବସାୟୀ । ବୁଡି ରହିଛି ବଜାରଘାଟ । ଯିଏ ଯାହା ପାରିଲେ ମୁଣ୍ଡରେ ବୋହି ବଜାର ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି । ସେପଟେ ରାସ୍ତାରେ ନଦୀ ଭ୍ରମ ସୃଷ୍ଟି ହେବା ଯୋଗୁଁ ବାଧାପ୍ରାପ୍ତ ହୋଇଛି ଯାତାୟତ।

ମହାରାଷ୍ଟ୍ର ପରି ଗୁଜରାଟରେ ମଧ୍ୟ ବେଶ ସଂଗୀନ ସ୍ଥିତି ନେଇ ଆସିଛି ଲଗାଣବର୍ଷା । ଗାଁଠୁ ସହର ସବୁଛି ପଶିଛି ବର୍ଷା ପାଣି । ପୋରବନ୍ଦର, ଜାମନଗର, ସୁରଟ ପରି ବ୍ୟବସାୟ ପେଣ୍ଠସ୍ଥଳରେ ପାଣି ଜମିବା ଯୋଗୁଁ ସାଧାରଣ ଜନତା ନାହିଁନଥିବା ସମସ୍ୟା ଦେଇ ଗତି କରୁଛନ୍ତି । ମନ୍ଦିର ଭିତରେ ବର୍ଷା ପାଣି ।କିଛି ସ୍ଥାନରେ ଦେବାଳୟରେ ବର୍ଷା ପାଣି ପଶିବା ଯୋଗୁଁ ଦେବାଦବୀଙ୍କ ସହ ପରିସରରେ ପାଣି ଘେରରେ । ସ୍ଥାନୀୟ ପ୍ରଶାସନ ସଠିକ ଭାବେ ଜଳନିଷ୍କାସନ କରୁନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Most of the | Argus News