ଜୋ ବାଇଡେନ ଏବଂ ଋଷି ସୁନକଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଗ୍ଲୋବାଲ ଲିଡର୍ ଉପରେ ମୋହର । ବିଶ୍ବରେ ଚାଲିଛି ମୋଦି ଫ୍ୟାକ୍ଟର୍ । ବିଶ୍ବରେ ସବୁଠୁ ଲୋକପ୍ରିୟ ନେତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘଦିନ ଧରି ବିଶ୍ବର ସବୁଠୁ ଲୋକପ୍ରିୟ ନେତା ତାଲିକାରେ ଶୀର୍ଷରେ ରହି ଆସୁଛନ୍ତି ମୋଦି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପଛରେ ଛାଡିଛନ୍ତି ପିଏମ ମୋଦି।
ଆମେରିକା ଭିତ୍ତିକ ବିଶ୍ୱସ୍ତରୀୟ ଏଜେନ୍ସି ‘ମର୍ନିଂ କନ୍ସଲ୍ଟ’ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୮% ରେଟିଂ ସହ ସର୍ବଭାରତୀୟ ଅଗ୍ରଣୀ ନେତା ବନିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ବ୍ରିଟେନର ଋଷି ସୁନକଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ମୋଦି ଅଧିକ ଲୋକପ୍ରିୟ।
ଏଜେନ୍ସିର ସର୍ଭେ ଅନୁଯାୟୀ, ସର୍ବଶେଷ ମୂଲ୍ୟାୟନ ତାଲିକା ଜାନୁଆରୀ ୩୦ରୁ ଫେବୃଆରୀ ୫ ପର୍ଯ୍ୟନ୍ତ ସଂଗୃହିତ ତଥ୍ୟ ଉପରେ ଆଧାରିତ। ପ୍ରତ୍ୟେକ ଦେଶରେ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ହାରାହାରି ସାପ୍ତାହିକ ମନୋଭାବ ପ୍ରତିଫଳନ ମୂଲ୍ୟାୟନ ସର୍ବେକ୍ଷଣର ମାନଦଣ୍ଡ ସାଜିଛି । ମର୍ନିଂ କନ୍ସଲ୍ଟ ସର୍ଭେ ଅନୁଯାୟୀ ମୋଦି ୭୮ପ୍ରତିଶତ ଅନୁମୋଦନ ମୂଲ୍ୟାୟନ ସହ ତାଲିକାର ଶୀର୍ଷରେ ଅଛନ୍ତି । କିନ୍ତୁ ବର୍ତ୍ତମାନ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ୬୫% ଅନୁମୋଦନ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ଯଦି ଏହିପରି ଦେଖାଯାଏ, ତେବେ ଲୋକପ୍ରିୟତା ଦୃଷ୍ଟିରୁ ସେ ମୋଦିଙ୍କ ପଛରେ ପହଞ୍ଚିଛନ୍ତି। ଆର୍ଜେଣ୍ଟିନାର ଜାଭିୟର୍ ମିଲି ୬୩% ମାନ୍ୟତା ସହ ତୃତୀୟ ଲୋକପ୍ରିୟ ନେତା ବନିଛନ୍ତି।
📱 Get Argus News App
✨ଆହୁରି ପଢନ୍ତୁ ଭାରତ ଖବର...