Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତ-ପାକ୍‌ ଯୁଦ୍ଧ, ଭାରତକୁ ପ୍ରଶଂସା କଲା ଆମେରିକା

National

ଭାରତ-ପାକ୍‌ ଯୁଦ୍ଧ, ଭାରତକୁ ପ୍ରଶଂସା କଲା ଆମେରିକା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭାରତ-ପାକ୍‌ ଯୁଦ୍ଧ, ଭାରତକୁ ପ୍ରଶଂସା କଲା ଆମେରିକା

ଭାରତକୁ ପ୍ରଶଂସା କଲା ଆମେରିକା । ଭାରତ ଆତଙ୍କବାଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ କୁଖ୍ୟାତ ଆତଙ୍କବାଦୀ ଏବଂ ଜୈଶ-ଏ-ମହମ୍ମଦର ଟପ୍‌ କମାଣ୍ଡର ଅବଦୁଲ ରଉଫ ଆଝାରକୁ ନିପାତ କରିଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନର ବିଶ୍ୱବ୍ୟାପୀ ପ୍ରଭାବ ପକାଇଛି। ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ଏବଂ ଜାତିସଂଘରେ ସ୍ଥାୟୀ ପ୍ରତିନିଧି ଜାଲମେ ଖଲିଲଜାଦ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି, ‘ପାକିସ୍ତାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଭାରତ ନିଷ୍ଠୁର ଆତଙ୍କବାଦୀ ଅବଦୁଲ ରଉଫ ଆଝାରକୁ ହତ୍ୟା କରିଛି। ଏହି ବ୍ୟକ୍ତି ଜଣକ ୨୦୦୨ମସିହାରେ ୟିହୁଦୀ ସାମ୍ବାଦିକ ଡାନିଏଲ ପର୍ଲର ମୁଣ୍ଡ କାଟି ହତ୍ୟା କରିଥିଲେ। ଆଜି ନ୍ୟାୟ ହୋଇଛି। ଭାରତକୁ ଧନ୍ୟବାଦ।’

ଅବଦୁଲ ଆଝାରର ମୃତ୍ୟୁ ପାଇଁ ଆମେରିକା ମଧ୍ୟ ସାର୍ବଜନୀନ ଭାବରେ ଭାରତକୁ ଧନ୍ୟବାଦ ଦେଇଛି। ମାସୁଦ ଆଝାରର ଭାଇ ଏବଂ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଜୈଶର ମୁଖ୍ୟ ଅପରେସନାଲ ମାଷ୍ଟରମାଇଣ୍ଡ ଅବଦୁଲ ଆଝାରର ମୃତ୍ୟୁରେ ଆମେରିକା ଖୁସି ବ୍ୟକ୍ତ କରିଥିବା ମନେ ହେଉଛି। ଜଣେ ବରିଷ୍ଠ ଆମେରିକୀୟ କୂଟନୀତିଜ୍ଞ ଏଲି କୋହାନିମ ମଧ୍ୟ ଅବଦୁଲ ରଉଫ ଆଝାରଙ୍କ ମୃତ୍ୟୁ ପାଇଁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO India)କୁ ଟ୍ୟାଗ କରି ସେ ଲେଖିଛନ୍ତି, ‘ଆମେ ବହୁତ ଦିନ ଧରି ଡାନିଏଲ ପର୍ଲଙ୍କ ପାଇଁ ନ୍ୟାୟ ପାଇଁ ଅପେକ୍ଷା କରିଥିଲୁ। ତାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ମୁଁ ବ୍ୟକ୍ତିଗତ ଭାବରେ ଭାରତ ସରକାରଙ୍କ ପ୍ରତି କୃତଜ୍ଞ।’ ଭାରତ ଦ୍ୱାରା ସାମରିକ କାର୍ଯ୍ୟାନୁଷ୍ଠାନରେ ବିଭିନ୍ନ ଦେଶରୁ ସମର୍ଥନ ମିଳୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
most-wanted-terrorist-abdul-rauf-azhar-killed-america-told-india-thank-u-india | Argus News