Videos
|
National

Extramarital Affair / ଶାଶୁ-ଜ୍ୱାଇଁ ପ୍ରେମ କାହାଣୀ... ସ୍ୱାମୀଙ୍କୁ ଛାଡ଼ି ସୁନା ଗହଣା ନେଇ ଜ୍ୱାଇଁଙ୍କ ସହ ପଳାଇଗଲେ ଶାଶୁ!

Bikash Mohanty
Browse all articles by Bikash Mohanty
·1 hour ago·2 min read
ଶାଶୁ-ଜ୍ୱାଇଁ ପ୍ରେମ କାହାଣୀ... ସ୍ୱାମୀଙ୍କୁ ଛାଡ଼ି ସୁନା ଗହଣା ନେଇ ଜ୍ୱାଇଁଙ୍କ ସହ ପଳାଇଗଲେ ଶାଶୁ!
Extramarital Affair

Key Points

ଶାଶୁ-ଜ୍ୱାଇଁ ପ୍ରେମ କାହାଣୀ
ସ୍ୱାମୀଙ୍କୁ ଛାଡ଼ି ଜ୍ୱାଇଁଙ୍କ ସହ ପଳାଇଗଲେ ଶାଶୁ!
ସୁନା ଗହଣା ନେଇ ଜ୍ୱାଇଁଙ୍କ ସହ ପଳାଇଗଲେ ଶାଶୁ!
ଉତ୍ତରପ୍ରଦେଶ ଉନ୍ନାଓର ଘଟଣା
ଉନ୍ନାଓ,୦୬/୧୧: ସ୍ବାମୀ ଅସୁସ୍ଥ। ଘରେ ଚାଲିଥିଲା ଚିକିତ୍ସା। ହେଲେ ଏହି ସମୟରେ ସ୍ୱାମୀଙ୍କ ଯତ୍ନ ନେବା ବଦଳରେ ଜ୍ବାଇଁଙ୍କ ସହ ଘର ଛାଡ଼ି ଚାଲିଗଲେ ସ୍ତ୍ରୀ। ଖାଲି ହାତରେ ନୁହେଁ, ସାଙ୍ଗରେ ନେଇଗଲେ ଲକ୍ଷ ଲକ୍ଷ ଟଙ୍କାର ସୁନା, ରୂପା ଅଳଙ୍କାର। ଏପରିକି ମାଟି ତଳେ ପୋତା ହୋଇ ରହିଥିବା ପୂର୍ବପୁରୁଷଙ୍କ ଅଳଙ୍କାରକୁ ମଧ୍ୟ ଖୋଳି ବାହାର କରି ନେଇଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ରୋଚକ ଘଟଣା ଉତ୍ତରପ୍ରଦେଶର ଅଜଗାଇନ୍ ଅଞ୍ଚଳରୁ ସାମ୍ନାକୁ ଆସିଛି।

ଅଭିଯୋଗ ଅନୁସାରେ, ମହିଳାଙ୍କ ପୁଅ ପୋଲିସ ଅଧୀକ୍ଷକଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରି ମାଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୁଅଙ୍କ କହିବା ଅନୁସାରେ, ପ୍ରାୟ ୧୫ ବର୍ଷ ପୂର୍ବେ ତାଙ୍କ ଭଉଣୀ ରାଜକୁମାରୀଙ୍କୁ ତାଙ୍କ ଶାଶୁଘର ପକ୍ଷର ଭାଇମାନେ ହତ୍ୟା କରିଥିଲେ। ସେତେବେଳେ ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଥିବାରୁ ତାଙ୍କ ମାଆ ଏହି ଘଟଣାରେ ମାମଲା ରୁଜୁ କରିନଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି।

ତେବେ ଏହାପରେ ମାଆ ନିଜ ମୃତ ଝିଅର ସ୍ୱାମୀ ଅର୍ଥାତ୍ ଜ୍ୱାଇଁଙ୍କ ସହ ଅଧିକ ନିକଟତର ହୋଇଥିବା ପୁଅ ଅଭିଯୋଗ କରିଛନ୍ତି। ବାପାଙ୍କ ବିରୋଧ ସତ୍ତ୍ୱେ ମାଆ ଜ୍ୱାଇଁଙ୍କ ସହ ସମ୍ପର୍କ ରଖିବା ଜାରି ରଖିଥିଲେ। ଏପରିକି ସେପ୍ଟେମ୍ବର ୧୪ ତାରିଖରେ ମାଆ ନିଜ ନାତିଙ୍କ ନାଁରେ ୧୦ ଏକର ଜମି ହସ୍ତାନ୍ତର କରିଥିବା ମଧ୍ୟ ପୁଅ କହିଛନ୍ତି।

ପଢନ୍ତୁ ଏହି ଖବର: କଟିବନି ବିଜୁଳି! ଧନତେରସରୁ ଛଟ୍ ପୂଜା ଯାଏଁ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ ଘଟଣାରେ ନୂଆ ମୋଡ଼ ଆସିଥିଲା ନଭେମ୍ବର ୨ ତାରିଖରେ। ମାଆ ହଠାତ୍ ଘରୁ ନିଖୋଜ ହୋଇଯାଇଥିଲେ। ଅଭିଯୋଗ ଅନୁସାରେ, ସେ ଘରୁ ପ୍ରାୟ ୨ କିଲୋଗ୍ରାମ ରୂପା ଏବଂ ୮୦ ଗ୍ରାମ ସୁନା ଅଳଙ୍କାର ନେଇଯାଇଛନ୍ତି। ଏଥିସହ ଘର ଜମିରେ ମାଟି ତଳେ ପୋତା ହୋଇ ରହିଥିବା ପୂର୍ବପୁରୁଷଙ୍କ ଅଳଙ୍କାରକୁ ମଧ୍ୟ ଖୋଳି ବାହାର କରି ନେଇଯାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ପୁଅ ପ୍ରଥମେ ଅଜଗାଇନ୍ ଥାନାରେ ଅଭିଯୋଗ କରିଥିଲେ। ହେଲେ ସେଠାରେ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ହୋଇନଥିବା ତାଙ୍କ ଅଭିଯୋଗ। ଶେଷରେ ସେ ପୋଲିସ ଅଧୀକ୍ଷକ ଜୟପ୍ରକାଶ ସିଂହଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଅଭିଯୋଗ ଶୁଣିବା ପରେ ଏସ୍‌ପି ଘଟଣାର ତଦନ୍ତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ମାଆଙ୍କ ଏହି ଅଭିଯୋଗିତ କାର୍ଯ୍ୟକୁ ନେଇ ପରିବାରରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୋଲିସ ତଦନ୍ତ ପରେ ପୂରା ଘଟଣାର ସତ ସାମ୍ନାକୁ ଆସିବ।