ମା ତଣ୍ଟି ଚିପିଲା, ମାମୁଁ ବେକ କାଟି ଦେଲା

Key Points
ଝିଅ ଫୋନରେ ପୁରୁଷ ବନ୍ଧୁ ସହ କଥା ହେଉଥିଲା
ରାଗରେ ଫୋନ ଛଡାଇ ନେଲା ମା
ଆଉ ତାପରେ ଯାହା ହେଲା ... ପାଦ ତଳୁ ମାଟି ଖସିଯିବ
ଝିଅ ତା ପୁରୁଷ ବନ୍ଧୁ ସହ କଥା ହେଉଥିବା ବେଳେ ଶୁଣିଥିଲା ମା। ମା ରାଗିଯାଇ ଝିଅର ମୋବାଇଲ୍ ଫୋନ ଛଡାଇ ନେଲା। ତାପରେ ମା ଝିଅଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ଝଗଡା। ଆଉ ମା ଏଥିରେ ରାଗି ଯାଇ ଝିଅର ତଣ୍ଟି ଚିପିଦେଲା। ଝିଅ ମରିଗଲାରୁ ସେ ନିଜ ଭାଇକୁ ଫୋନ ଯୋଗେ ଜଣାଇଲେ। ଭାଇମାନେ ଆସି ପହଞ୍ଚିବା ପରେ ଝିଅର ଶରୀରରୁ ମୁଣ୍ଡକୁ କାଟି ଅଲଗା କରିଦେଇ ଗଣ୍ଡିକୁ ନେଇ ଏକ କେନାଲରେ ଭସାଇ ଦେଲେ।
ଏମିତି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ୟୁପିର ମେରଠ ଜିଲ୍ଲାରେ। ମୃତ ଝିଅର ନାମ ହେଉଛି ଆସ୍ଥା। ଆସ୍ଥାଙ୍କ ମାଆ, ମାମୁଁ ଏବଂ ସମ୍ପର୍କୀୟ ଭାଇଙ୍କୁ ପୋଲିସ ପଚରାଉଚରା କରିବା ପରେ ପୋଲିସ ତାଙ୍କ ଯୋଜନା ଶୁଣି ତାଜୁବ ହୋଇ ଯାଇଛି। ହେପାଜତରେ ଥିବା ସମ୍ପର୍କୀୟ ଭାଇ ମନଜିତ ଓରଫ ମୋନୁଙ୍କ ସୂଚନା ଅନୁଯାୟୀ କଟା ମୁଣ୍ଡକୁ ଗଙ୍ଗା ନାଳରେ ଫିଙ୍ଗି ଦିଆଯାଇଥିଲା। କଟା ମୁଣ୍ଡ ମିଳିବା ପରେ ଏହି ଘଟଣାରେ ଆଉ ଅଧିକ ଖୁଲାସା କରିପାରେ। କାରଣ ପୋଲିସ ଅଭିଯୁକ୍ତ ମାନଙ୍କ ମୋବାଇଲ ନମ୍ବରର ସିଡିଆର୍ ସିଡିଆର ବାହାର କରିଛି।
📱 Get Argus News App
✨କେନାଲରେ ଭାସୁଥିବା ମୃତଦେହ ସାଲୱାର ପକେଟରୁ ମିଳିଥିବା ଏକ କାଗଜରେ ଏକ ମୋବାଇଲ ନମ୍ବର ଲେଖାଯାଇଥିଲା। ଏହା ତାଙ୍କ ବନ୍ଧୁଙ୍କର ଥିଲା। ବନ୍ଧୁ ମୃତଦେହକୁ ଦୌରାଲାର ଦାଦ୍ରି ଗାଁର ବାସିନ୍ଦା ଆସ୍ଥା ଓରଫ ତନିଷ୍କା (୧୭) ଭାବରେ ଚିହ୍ନଟ କରିଥିଲେ। ପୋଲିସ ଛାତ୍ରୀଙ୍କ ମାଆ, ଭାଇ, ଦୁଇ ମାମୁଁ ଏବଂ ସମ୍ପର୍କୀୟ ଭାଇ ଏବଂ ବନ୍ଧୁଙ୍କୁ ହେପାଜତରେ ନେଇଛି। ପୋଲିସ ଦଳ ଜାନି ଗଙ୍ଗା କେନାଲରେ ଛାତ୍ରୀଙ୍କ ମୁଣ୍ଡ ଖୋଜୁଛି।
ମୃତ ଦେହ ଚିହ୍ନଟ ହେବା ପରେ ପୋଲିସ ପ୍ରଥମେ ଝିଅର ମା ଏବଂ ଦୁଇ ଭାଇଙ୍କୁ ଉଠାଇ ନେଇଥିଲା। ପ୍ରାଥମିକ ତଦନ୍ତରୁ ଯାହା ଜଣା ପଡ଼ିଛି ଛାତ୍ରୀ ଜଣଙ୍କ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଏହାର ପ୍ରତିବାଦରେ ପରିବାର ସଦସ୍ୟମାନେ ଝିଅକୁ ହତ୍ୟା କରାଯାଇଛି।