ଝିଅର ବୟଫ୍ରେଣ୍ଡ ସହ ପଳାଇଲା ମା'

ଝିଅର ପ୍ରେମ ସହିପାରିଲାନି ମା। ସାଜିଲା ସଉତୁଣୀ। ପ୍ରେମ ଫାସରେ ଫସାଇଲା ଭାବି ଜ୍ବାଇଁକୁ। ଘରୁ ସୁନା ଗହଣା ଟଙ୍କା ନେଇ ପଳାଇଲା ସଂସାର କରିବାକୁ। ଏପଟେ ପ୍ରେମକୁ ଝୁରିଝୁରି କଣ୍ଟା ହେଇଗଲାଣି ଝିଅ। କାନ୍ଦିଲେ ଦିନ ସରୁନି କି ଆଖିରୁ ଲୁହ ଶୁଖୁନି। ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ନିଜ ଝିଅ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି। ବିବାହର ଦିନକ ପୂର୍ବରୁ ସେ ଏପରି କାମ କରିଛନ୍ତି। ଏହି ଘଟଣା ପରେ ପ୍ରେମିକଙ୍କୁ ଝୁରି ଝୁରି ଲୁହ ଗଡାଉଛନ୍ତି ପ୍ରେମିକ। ଉତ୍ତର ପ୍ରଦେଶର ଆଲିଗଡ଼ ମାନ୍ଦ୍ରାକ ଅଞ୍ଚଳର ମନୋହରପୁର ଗାଁର ଜଣେ ବାସିନ୍ଦା ଜିତେନ୍ଦ୍ର କୁମାର ତାଙ୍କ ଝିଅ ଶିବାନୀର ବିବାହ ଥାନା ଛରା ଅଞ୍ଚଳର ଏକ ଗାଁର ଯୁବକ ରାହୁଲଙ୍କ ସହିତ ସ୍ଥିର କରିଥିଲେ। ବିବାହ ଏପ୍ରିଲ ୧୬ରେ ହେବାର ଥିଲା। ପରିବାରର ସମସ୍ତ ସଦସ୍ୟ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। କିନ୍ତୁ ବିବାହର ୯ ଦିନ ପୂର୍ବରୁ, ଶିବାନୀଙ୍କ ନିଜ ମା’ ତାଙ୍କୁ ଏପରି ଏକ ଝଟକା ଦେଇଛନ୍ତି oଯାହା ସେ ସାରା ଜୀବନ ମନେ ରଖିବେ। ରାହୁଲଙ୍କୁ ଧରି ତାଙ୍କ ମା’ ଫେରାର ହୋଇଯାଇଛନ୍ତି। ସବୁଠାରୁ ବଡ଼ ଆଘାତ ଶିବାନୀ ଏବଂ ତାଙ୍କ ବାପାଙ୍କୁ ଲାଗିଥିଲା।
ଏବେ ପୋଲିସ ଠାରୁ ନ୍ୟାୟ ମାଗୁଛନ୍ତି। ଶିବାନୀ କାନ୍ଦି କାନ୍ଦି କହିଛନ୍ତି, ଗତ ୩ ମାସ ଧରି ରାହୁଲ ଏବଂ ମୋ ମା’ ଫୋନ୍ରେ ଲଗାତାର କଥା ହେଉଥିଲେ। ଆମେ ଭାବୁଥିଲୁ ଶାଶୁ ଏବଂ ଜ୍ବାଇଁ ମିଶି ବିବାହ ପ୍ରସ୍ତୁତି ଭଲ କରିବାକୁ କଥା ହେଉଛନ୍ତି। ଘଣ୍ଟା ଘଣ୍ଟା ଉଭୟ ଫୋନରେ ଗପୁଥିଲେ। ଆମେ ତାଙ୍କୁ କେବେ ସନ୍ଦେହ ନଜରରେ ଦେଖି ନ ଥିଲୁ। ଏବେ ଦୁହେଁ ପଳାଇ ଯାଇଛନ୍ତି, ମୁଁ ମୋ ମା’ଙ୍କୁ ସବୁଠାରୁ ଅଧିକ ଘୃଣା କରିବା ଆରମ୍ଭ କରିଛି। ସେ ମୋ ଘର ଉଜାଡି ଦେଲେ। ସେ ମୋ ବାପାଙ୍କୁ ମଧ୍ୟ ଠକିଦେଲେ। ଆମ ଘରେ ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ଏବଂ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଏବଂ ରୂପା ଅଳଙ୍କାର ଥିଲା। ମୋ ମା’ ସବୁକିଛି ନେଇ ପଳାଇ ଯାଇଛନ୍ତି।
📱 Get Argus News App
✨ଘରେ ଆଉ ୧୦ ଟଙ୍କା ବି ନାହିଁ। ବିବାହ ପୂର୍ବରୁ ପଠାଯାଇଥିବା ହଳଦିଆ ଚିଠିରେ ଆମେ ଫୋନ-ପେ ମାଧ୍ୟମରେ ରାହୁଲଙ୍କ ପରିବାରକୁ ୫୦,୦୦୦ ଟଙ୍କା ମଧ୍ୟ ପଠାଇଥିଲୁ। ଆମକୁ ଏବେ ଆମର ଟଙ୍କା ଫେରସ୍ତ ମିଳିବା ଉଚିତ। ୫ ଲକ୍ଷ ଟଙ୍କାର ଅଳଙ୍କାର ମଧ୍ୟ ଫେରାଇବାକୁ ପଡିବ। ମା’ଙ୍କ ସହିତ ଆମର ଆଉ କୌଣସି ସମ୍ପର୍କ ନାହିଁ। ସେ ମୋ ପାଇଁ ଏବଂ ଆମ ଘର ପାଇଁ ମରିଯାଇଛନ୍ତି ବୋଲି ଶିବାନୀ କହିଛନ୍ତି। ସେପଟେ ଆଲିଗଡ଼ ପୋଲିସ ଷ୍ଟେସନରେ ଉଭୟଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। ଏହାସହ ନିଖୋଜ ମାମଲା ବି ଦାଏର କରିଛନ୍ତି। ଭାବି ଜ୍ବାଇଁ ମଧ୍ୟ ସେହିଦିନ ଠାରୁ ନିଖୋଜ ଅଛନ୍ତି। କିନ୍ତୁ ଏହା ଏଯାଏ ସ୍ପଷ୍ଟ ହୋଇନି ଯେ, ଉଭୟ ମିଶିକି ଯାଇଛନ୍ତି କି ନାହିଁ। ତେବେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।
