Motherhood / କାଖରେ ନବଜାତ ଶିଶୁକୁ ଧରି ମା' ଖୋଜୁଛି ଚାକିରି

Key Points
ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ମହିଳା ତାଙ୍କ ୮ ମାସର ପିଲାକୁ ନେଇ ଏକ ଚାକିରି ଇଣ୍ଟରଭିୟୁ ଦେବା ପାଇଁ ଆସିଥିବାର ଦେଖିାଯାଇଛି । ଯେଉଁମାନେ ଇଣ୍ଟରଭିୟୁ ନେବାର ନେଉଥିଲେ ସେମାନଙ୍କର ବ୍ୟବହାର ଏତେ ଭଲ ଥିଲା ଯେ ତାଙ୍କ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
କେନିଆର ଜଣେ କ୍ୟାରିଅର ପରାମର୍ଶଦାତା ସାଇମନ ଇଙ୍ଗାରୀ କହିଛନ୍ତି ଯେ ସେ ରାତିରେ ଜଣେ ପ୍ରାର୍ଥୀଙ୍କଠାରୁ ଏକ ମେସେଜ ପାଇଥିଲେ । ମହିଳା ଜଣକ ଲେଖିଥିଲେ ତାଙ୍କର ପରଦିନ ଏକ ଇଣ୍ଟରଭିୟୁ ଅଛି କିନ୍ତୁ ସେ ତାଙ୍କ ଶିଶୁ ଯତ୍ନ ନେବା ପାଇଁ କିଛି ବ୍ୟବସ୍ଥା କରିପାରି ନାହଁନ୍ତି । ସେ ପଚାରିଥିଲେ ଯେ ସେ ତାଙ୍କର ୮ ମାସର ପିଲାକୁ ଇଣ୍ଟରଭିୟୁକୁ ଆଣିପାରିବେ କି? ସେ ଏହା ମଧ୍ୟ କହିଥିଲେ ଯେ ଯଦି ଇଣ୍ଟରଭିୟୁକୁ ସ୍ଥଗିତ କରିବାକୁ ପଡ଼େ ତେବେ ତାଙ୍କର କୌଣସି ଆପତ୍ତି ନାହିଁ ।
ଚିନ୍ତା ନକରି ମନା କରିବା ପରିବର୍ତ୍ତେ, ସାଇମନ ଇଙ୍ଗାରୀ ମାନବିକତା ଦେଖାଇ ଉତ୍ତର ଦେଲେ, "ହଁ, ନିଶ୍ଚିତ କାଲି ଦେଖା ହେବ।" ପରଦିନ ମହିଳା ଜଣକ ତାଙ୍କ ପିଲାକୁ କୋଳରେ ଧରି ଇଣ୍ଟରଭିୟୁକୁ ଆସିଲେ । ସେ ବାରମ୍ବାର କ୍ଷମା ମାଗୁଥିଲେ। ଇଣ୍ଟରଭିୟୁ ସମୟରେ ପିଲାଟି କାନ୍ଦିବାକୁ ଲାଗିଲା, କିନ୍ତୁ ମହିଳା ଜଣକ ପିଲାଟିକୁ ସମ୍ଭାଳିବା ସମୟରେ ପ୍ରଶ୍ନର ଉତ୍ତର ଦେଇ ଚାଲିଥିଲେ । ଏହା ଦେଖି, ଇଙ୍ଗାରୀ ସାକ୍ଷାତକାରକୁ ମଝିରେ ବନ୍ଦ କରିଦେଲେ ଏବଂ ମହିଳାଙ୍କୁ କହିଲେ, "ତୁମେ ଏକ କାନ୍ଦୁଥିବା ପିଲାକୁ ସମ୍ଭାଳୁଛ ତା'ସହ କଷ୍ଟକର ପ୍ରଶ୍ନର ଉତ୍ତର ଦେଉଛ ତଥାପି ଶାନ୍ତ ରହୁଛ । ଏହା ହେଉଛି ଏହି ଚାକିରି ପାଇଁ ପ୍ରକୃତ ଯୋଗ୍ୟତା ।" ଏହା ଶୁଣି ମହିଳାଙ୍କ ଆଖିରେ ଲୁହ ଆସିଗଲା ।
ଇଙ୍ଗାରୀ କହିଛନ୍ତି ଯେ ମହିଳାଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେ ଗତ ବର୍ଷେ ଧରି କମ୍ପାନୀରେ କାମ କରୁଥିଲେ ଏବଂ ତାଙ୍କୁ ଏହାର ସବୁଠାରୁ ବିଶ୍ୱସ୍ତ କର୍ମଚାରୀମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ କର୍ମଜୀବୀ ପିତାମାତା, ବିଶେଷକରି ମା'ମାନେ ଶୃଙ୍ଖଳିତ, ଦାୟିତ୍ୱବାନ ଏବଂ ଦୃଢ଼ । ଯେଉଁମାନେ ରାତିରେ ପିଲାମାନଙ୍କୁ ସମ୍ଭାଳିକି କାମର ଚାପ ସହ ମୁକାବିଲା କରିଥାନ୍ତି ସେମାନେ ବହୁତ ଦାୟିତ୍ୱବାନ । ପୋଷ୍ଟଟି ସୋସିଆଲ ମିଡିଆରେ ଶୀଘ୍ର ଭାଇରାଲ ହୋଇଗଲା, ଲକ୍ଷ ଲକ୍ଷ ଲୋକ ଏହାର ଚିନ୍ତାଶୀଳତା ଏବଂ ସମ୍ବେଦନଶୀଳତାକୁ ପ୍ରଶଂସା କଲେ।
📱 Get Argus News App
✨Related Topics
Explore more stories