Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ମା' ପାଇଁ ଦିନଟିଏ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆଜି ମା' ପାଇଁ ଦିନଟିଏ...

ମୋ ମା'। ଯିଏ ସକାଳୁ ସନ୍ଧ୍ୟା ଯାଏଁ ସବୁବେଳେ ପିଲାମାନଙ୍କ କଥା ଭାବୁଥାଏ। କୁହାଯାଏ ମା' ପୃଥିବୀ ହେଲେ ବାପା ଆକାଶ। ମୋ ପିଲାମାନେ କଣ ଖାଇଲେ, କଣ କୁଆଡେ ଗଲେ, ଘରକୁ କେତେବେଳେ ଆସିବେ, ବାହାରକୁ ଗଲାବେଳେ କେହି କିଛି କହିନାହାନ୍ତି ତ ଏମିତି ସବୁବେଳେ ପିଲାମାନଭ୍କ ବିଷୟରେ ଚିନ୍ତା କରୁଥିବା ମା' ପାଇଁ ଆଜି ହେଉଛି ଦିନଟିଏ। ଏମିତିରେ ସବୁଦିନ ମାତୃ ଦିବସ ପାଳନ ହେବା ଦରକାର। କିନ୍ତୁ ଯେହେତୁ ସମସ୍ତଙ୍କୁ ସବୁଦିନ ସମୟ ହୁଏ ନାହିଁ, ତେଣୁ ଆଜିର ଦିନକୁ ବିଶ୍ୱ ମାତୃ ଦିବସ ଭାବରେ ପାଳନ କରାଯାଏ। । ଏହା ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାରରେ ପଡ଼େ। ତେଣୁ ଏହାର କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ। ଏହି ଦୃଷ୍ଟିରୁ ଚଳିତବର୍ଷ ଏହା ୯ ତାରିଖ ଅର୍ଥାତ୍‌ ରବିବାର ପାଳନ କରାଯାଉଛି। ମା’ର ସ୍ନେହ ମମତାରେ ସବୁ ଦୁଃଖକଷ୍ଟ ଭୁଲି ହୋଇଯାଏ। ମା’ ଥରେ ମୁଣ୍ଡରେ ହାତ ରଖିଦେଲେ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ହରାଇ ପାରେନା। ଆଜିର ଦିନରେ ବିଶ୍ୱର ସମସ୍ତ ମା’ଙ୍କୁ କୋଟି କୋଟି ପ୍ରଣାମ।

ମା’ ଶବ୍ଦର ତୁଳନା ନାହିଁ କି ବିକଳ୍ପ ନାହିଁ। ପ୍ରତିଦିନ ଆମକୁ ଯିଏ ପ୍ରେରଣା ଦିଏ। କେଉଁଟା ଠିକ୍‌ କେଉଁଟା ଭୁଲ ଯିଏ ବାଟ ଦେଖାଏ ସେ ହେଉଛି ମା’। ଚିର ବନ୍ଦିତା ସେ। ପରିବାର ପ୍ରତି ମା’ଙ୍କ ଅବଦାନ କ’ଣ ତାହା ସମସ୍ତେ ଜାଣିଛନ୍ତି। ଏହା କାହାକୁ ଆଉ ବୁଝାଇବାକୁ ପଡ଼ିବନି। ମା’ ଅତୁଳନୀୟ। ପରିବାର ପ୍ରତି ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଅବଦାନ ଏବଂ ବଳିଦାନ ବିଷୟରେ ଚିନ୍ତା କରିବା ପାଇଁ ଏହି ଦିନଟି ଆସିଥାଏ। ଯଦିଓ ପ୍ରତିଦିନ ଏହି ଦିବସ ପାଳନ ପାଇଁ ବି ସେମାନେ ଯୋଗ୍ୟ ଅଟନ୍ତି। କିନ୍ତୁ ଆଜିର ଦିନଟି କେବଳ ମା’ଙ୍କ ପାଇଁ। ଇତିହାସ କୁହେ, ଆଧୁନିକ ମାତୃ ଦିବସ ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା। ଯେତେବେଳେ ଆନ୍ନା ଜାରଭିସ୍‌ ନାମକ ଜଣେ ମହିଳା ଏହି ଦିନଟିକୁ ସ୍ମରଣ କରିବାକୁ ଚାହୁଁଥିଲେ କାରଣ ତାଙ୍କ ମା’ ଏପରି ଇଚ୍ଛା ପ୍ରକାଶ କରିଥିଲେ।

ଯେତେବେଳେ ତାଙ୍କର ଦେହାନ୍ତ ହେଲା, ଜାରଭିସ ଏହି ପଦକ୍ଷେପ ଗ୍ରହଣ କଲେ ଏବଂ ତାଙ୍କ ମୃତ୍ୟୁର ତିନି ବର୍ଷ ପରେ ପ୍ରାୟ ୧୯୦୮ ମସିହାରେ ତାଙ୍କ ପାଇଁ ଏକ ସ୍ମୃତିଚାରଣ କରିଥିଲେ। ପଶ୍ଚିମ ଭର୍ଜିନିଆର ସେଣ୍ଟ ଆଣ୍ଡ୍ରୁ ମେଥୋଡିଷ୍ଟ ଚର୍ଚ୍ଚରେ ଏହା କରାଯାଇଥିଲା। କୁହାଯାଏ, ସେ ନିଜେ ଏଥିରେ ଯୋଗ ଦେଇ ନ ଥିଲେ, ଉପସ୍ଥିତ ଲୋକଙ୍କୁ ଏକ ଟେଲିଗ୍ରାମ ପଠାଇଥିଲେ। ସେହିଦିନଠାରୁ ଏହି ମାତୃ ଦିବସ ପାଳନ କରାଯାଇଆସୁଛି। ପ୍ରତିବର୍ଷ ଏହି ଦିନକୁ ମାତୃ ଦିବସ ଭାବରେ ପାଳନ କରାଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mothers-day-is-a-celebration-honoring-the-mother-of-the-family-or-individual-as-well-as-motherhood-maternal-bonds-and-the-influence-of-mothers-in-society | Argus News