Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ଦୁଃଖିନୀ ମା' ର ମମତା, ପୁଅ ପଛେ ମାରୁ ଭଲରେ ଥାଉ

Manini Pattanayak
Browse all articles by Manini Pattanayak
·1 year ago·2 min read
 ଦୁଃଖିନୀ ମା' ର ମମତା, ପୁଅ ପଛେ ମାରୁ ଭଲରେ ଥାଉ

ନୂଆଦିଲ୍ଲୀ:  ମା'ର ମମତା  ସନ୍ତାନ କେବେ ବୁଝିପାରିଲା ନା କେବେ ବୁଝିପାରିବ।  ଯେଉଁ ପୁଅ ମାଡ ମାରି ଘରୁ ବାହାର କରିଦେଲା ଆଉ ବୃଦ୍ଧାଶ୍ରମରେ ଛାଡିଦେଲଲା, ହେଲେ ସେଇ ମା ତାର ପୁଅ ପାଇଁ  ଜିଁଉନ୍ତିଆ  ବ୍ରତ ରଖିଛି  । ସେ ପୁଣି ନିର୍ଜଳା।  ଏପରି ଏକ ଘଟଣା ଘଟିଛି ଭାଗଲପୁର ଜିଲ୍ଲାର  ସାହାରା ବୃଦ୍ଧାଶ୍ରମରେ । ଏହି ବୃଦ୍ଧାଶ୍ରମରେ ଥିବା ମା  ତାର ପୁଅ ପାଇଁ  ଜିଁଉନ୍ତିଆ  ବ୍ରତ  ରଖିଛନ୍ତି।  ବୃଦ୍ଧାଶ୍ରମରେ ପାଖାପାଖି  ୩୨ ମହିଳା ଅଛନ୍ତି।  ଯେଉଥିରୁ  ୮ ମହିଳା ସେମାନଙ୍କ ପୁଅମାନଙ୍କ ମଙ୍ଗଳ ମନାସି ବ୍ରତ ରଖିଛନ୍ତି।  ଏଠାରେ ମଧ୍ୟ  ବ୍ରତ ରଖିଥିବା ମହିଳାମାନଙ୍କ  ସୁବିଧା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।   ସେହି ମା ମାନଙ୍କ ମଧ୍ୟରୁ ଦ୍ରପୌଦି ଦେବି  କହିଛନ୍ତି  ମା ପାଇଁ  ପୁଅ ସୁବିକିଛି  ହୋଇଥାଏ। ଯଦି ଏହି କଥା ପୁଅ ନବୁଝିବ ମୁଁ ଆଉ କଣ କରିପାରିବି।  କିନ୍ତୁ ଯେପର୍ଯ୍ୟନ୍ତ ବଞ୍ଚିଥିବି   ମୋ ପୁଅ ପାଇଁ ମମତା କମ ହେବ ନାର୍ହି। ସେଥିପାଇଁ ତା ପାଇଁ ବ୍ରତ ରଖିଛି। ସେ ଭଲରେ ରହୁ , ସୁସ୍ଥ ଖୁସି  ରହୁ ଦୀର୍ଘାୟୁ ହେଉ ଧନ ସମ୍ପତ୍ତି ତାର ଭରି ଯାଉ।

 ଯେତେବେଳେ ଏହି ମା ଙ୍କୁ ପଚରା ଯାଇଥିଲା ଯେ, ଘର କଥା ମନେ ପଡୁଛି  ମା ଜଣଙ୍କ କହିଥିଲେ  ହଁ ମନେ ପଡୁଛି ଖାଲି ମୋର ନୂହେଁ ଏଠି ରହୁଥିବା ସମସ୍ତଙ୍କର  ତାଙ୍କ ଘର କଥା ମନେ ପଡୁଛି।  ମନେ ପଡିଲେ ଆଉ କଣ କରିପାରିବୁ। ପରିସ୍ଥିତି  ଏମିତି ଯେ ଆମକୁ ବାଧ୍ୟ କରୁଛି ଏଠାରେ ରହିବା ପାଇଁ।  କେବେ କେବେ ଗାଁ ଯାଇଥାଉ ମନ୍ଦିରରେ ରହି ପୁଣି ଚାଲିଆସିଥାଉ।  ସେହିପରି ଅନ୍ୟ ଜଣେ ମା ମଧ୍ୟ ତାଙ୍କ ପୁଅ ପାଇଁ ଏହି ବ୍ରତ ରଖିଛନ୍ତି।   ସେ କୁହନ୍ତି ମୋ ପୁଅ ହାର୍ଟ ରୋଗି ମୁଁ ତାର ଆରୋଗ୍ୟ ପାଇଁ ବ୍ରତ ରଖିଛି ପ୍ରଭୁ ମୋ ପୁଅକୁ ଭଲ କରିଦିଅନ୍ତୁ।  ବୃଦ୍ଧାଶ୍ରମରେ  ମନ   ଲାଗୁକି ନ ଲାଗୁ  ପରିସ୍ଥିତି ଏମିତି ଯେ ଏିଠି ହିଁ ରହିବାକୁ ପଡିବ। କିନ୍ତୁ ଯେପର୍ଯ୍ୟନ୍ତ ବଞ୍ଚିଥିବୁ  ସେପର୍ଯ୍ୟନ୍ତ ପୁଅ  ପାଇଁ ବ୍ରତ କରୁଥିବି।   ପୁଅ ମାରୁ କି ପିଟୁ ମୁଁ ପରା ମା ମୋର କଣ ମମତା ତା ପାଇଁ କମ୍‌ ହୋଇଯିବ।  ପ୍ରତ୍ୟେକ  ପୁଅ ମାନେ ବୁଝିବା ଦରକାର ଯେ  ନିଷ୍କପଟ ଭାବେ  କେବଳ  ମା ହିଁ ତାର ସନ୍ତାନକୁ ଭଲପାଇଥାଏ।  ପୁଅର ମଙ୍ଗଳ ସବୁବେଳେ ଚିନ୍ତା କରିଥାଏ ମା।  କିନ୍ତୁ   ଏବେକାର ପୁଅମାନେ  ବୃଦ୍ଧ ବୟସରେ ବାପା ମା ଙ୍କୁ ନାନା ନିର୍ଯ୍ୟାତନା ଦେଇ ମାଡ ମାରି ଘରୁ ତଡି ଦେଉଛନ୍ତି।    ସେତେବେବେଳେ ସେ  ଭାବୁନାହାଁନ୍ତି ମୁଁ ଏହା କଣ କରଛି  ବୋଲି।  ହେଲେ ମା ପୁଅ ଠାରୁ ଯେତେ ବି ନିର୍ଯ୍ୟାତନା ସହୁ  ସେ ସବୁବେଳେ ସନ୍ତାନର ମଙ୍ଗଳ ମନାସିଥାଏ। 

ଅଧିକ ଦେଖନ୍ତୁ :  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mother's love child never understood or never will understand | Argus News