Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତ ଯୋଡୋ ଯାତ୍ରାରେ ସାଂସଦ ଧୀରଜ ସାହୁଙ୍କ ଟଙ୍କା ଲାଗିଛି : ନିଶିକାନ୍ତ ଦୂବେ

Manini Pattanayak
Browse all articles by Manini Pattanayak
·2 years ago·1 min read
ଭାରତ ଯୋଡୋ ଯାତ୍ରାରେ ସାଂସଦ ଧୀରଜ ସାହୁଙ୍କ ଟଙ୍କା ଲାଗିଛି : ନିଶିକାନ୍ତ ଦୂବେ

ନୂଆଦିଲ୍ଲୀ:  ସାହୁ ମଦ ସାମ୍ରାଜ୍ୟ ଟଙ୍କାରେ ଭାରତ ଯୋଡୋ ଯାତ୍ରା । ଝାଡ଼ଖଣ୍ଡର ସାହୁ ଫ୍ୟାମିଲି ସ୍କାମକୁ ନେଇ ୩ ରାଜ୍ୟ ଉଠୁଥିବା ପଡୁଥିବା ବେଳେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ସାଂସଦ ଧୀରଜ ସାହୁଙ୍କ ଟଙ୍କା ଲାଗିଥିବା ନେଇ କହିଛନ୍ତି ବଜେପି ସାଂସଦ ନିଶିକାନ୍ତ ଦୂବେ। ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ସାହୁ ଆଣ୍ଡ କୋର ଜୋଡିହେବା କଂଗ୍ରେସର ଅସଲ ମୁଖା ଖୋଲିଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ନେତା। 

ଓଡ଼ିଶା ସମେତ ଦେଶର 3 ରାଜ୍ୟରୁ ଜବତ ହୋଇଛି ବିପୁଳ ପରିମାଣର ନଗଦ ଟଙ୍କା । ବୁଧବାରଠାରୁ ଜାରି ରହିଛି ଚଢ଼ାଉ । ଆୟକର ଟିକସ ଫାଙ୍କିଥିବା ଅଭିଯୋଗରେ ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ମଦ ପ୍ରସ୍ତୁତି କାରଖାନା ଶିବଗଙ୍ଗା ଆଣ୍ଡ କୋର ବିଭିନ୍ନ ଶାଖା ଓ ସହଯୋଗୀ ସଂସ୍ଥାରେ ଚଢ଼ାଉ ପରେ ସାମ୍ନାକୁ ଆସିଛି ଚକିତ କରିବା ପରି ତଥ୍ୟ। 

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
MP Dheeraj Sahu's money is involved in India Jodo jatra: Nishikant Dubey | Argus News