Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପାକିସ୍ତାନ ସଂସଦରେ ମୋଦିଙ୍କୁ ପ୍ରଶଂସା କଲେ ସାଂସଦ, କହିଲେ ଭାରତଠୁ କିଛି ଶିଖ ! ଦେଖନ୍ତୁ ଭିଡିଓ..

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
ପାକିସ୍ତାନ ସଂସଦରେ ମୋଦିଙ୍କୁ ପ୍ରଶଂସା କଲେ ସାଂସଦ, କହିଲେ ଭାରତଠୁ କିଛି ଶିଖ ! ଦେଖନ୍ତୁ ଭିଡିଓ..

Key Points

ପାକିସ୍ତାନର ଛୋଟ ଛୋଟ ପିଲା ଭାରତକୁ ଶତୃ ବୋଲି ମନରେ ଧରି ନେଇଛନ୍ତି ।
ହେଲେ ପାକିସ୍ତାନ ବଜେଟ୍ ଅଧିବେଶନ ସମୟରେ ଭାରତକୁ ପ୍ରଶଂସା କରାଯାଇଛି ।

ସାରା ବିଶ୍ୱ ଜାଣିଛି ଭାରତ ଏବଂ ପାକିସ୍ତାନ ସମ୍ପର୍କ କେତେ ତିକ୍ତ । ଭାରତଠାରୁ ଅଲଗା ହୋଇ ପାକିସ୍ତାନ ଜନ୍ମ ହେବା ଦିନଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି । କହିବାକୁ ଗଲେ ପ୍ରତ୍ୟେକ ଭାରତୀୟଙ୍କ ମନରେ ପାକିସ୍ତାନ ପ୍ରତି ଆଦୌ ଭଲପାଇବା ନାହିଁ । ଏମିତିକି କୋଟି କୋଟି ଭାରତୀୟ, ପାକିସ୍ତାନୀଙ୍କୁ ମନ ଭିତରେ ଘୃଣା ମଧ୍ୟ କରନ୍ତି । ଖାଲି ଭାରତ ନୁହେଁ ପାକିସ୍ତାନୀ ମଧ୍ୟ ଭାରତୀୟଙ୍କୁ ଘୃଣା କରନ୍ତି । ପାକିସ୍ତାନର ଛୋଟ ଛୋଟ ପିଲା ଭାରତକୁ ଶତୃ ବୋଲି ମନରେ ଧରି ନେଇଛନ୍ତି ।

ନିକଟ ଅତୀତରେ ପହଲଗାମ ଆକ୍ରମଣ ଏବଂ ତା’ପରେ ଭାରତର ଅପରେସନ ସିନ୍ଦୁର ପରେ, ଉଭୟ ଦେଶ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି । କିନ୍ତୁ ଏଭଳି ସ୍ଥିତରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ପାକିସ୍ତାନ ବଜେଟ୍ ଅଧିବେଶନ ସମୟରେ ଭାରତକୁ ପ୍ରଶଂସା କରାଯାଇଛି । ଭାରତର ବେଜଟ କେତେ ସୁନ୍ଦର ଆଉ ଭାରତ ସବୁବେଳେ ଟେକ୍ନୋଲୋଜିକୁ ଅଧିକ ଗୁରୁତ୍ୱ ଦେଉଛି ବୋଲି କହିଛନ୍ତି ପାକିସ୍ତାନ ସାଂସଦ ଗୋହର ଅଲ୍ଲୀ ଖାନ୍‌ ।

ଖାଲି ସେତିକି ନୁହେଁ ସେ ପାକିସ୍ତାନର ବଜେଟ୍‌କୁ ସାମାନ୍ୟ ସମାଲୋଚନା କରିବା ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଶଂସା କରିଛନ୍ତି । ସେହି ଭିଡିଓ ଏବେ ଆଶ୍ଚର୍ଯ୍ୟଜନକ ଭାବେ ଭାଇରାଲ ହେଉଛି।

ପାକିସ୍ତାନୀ ସାଂସଦ ଗୋହର ଅଲି ଖାନ ତାଙ୍କ ଦେଶର ସରକାରଙ୍କୁ ଭାରତକୁ ଉଦାହରଣ ଭାବରେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଗୋହର ଅଲି ଖାନ ସ୍ୱାସ୍ଥ୍ୟ ଏବଂ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) କ୍ଷେତ୍ରରେ ଭାରତର ଦୃଷ୍ଟିକୋଣ ବିଷୟରେ ଏଭଳି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରିବା ସମୟରେ ସେ ପାକିସ୍ତାନର ଶାହବାଜ ସରିଫ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି।

ଭାଇରାଲ ହେଉଥିବା ଗୋହର ଅଲି ଖାନଙ୍କ ଭିଡିଓରେ ସେ କହୁଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ୧୦,୦୦୦ ନୂତନ ଡାକ୍ତରୀ ସିଟ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି, ଯାହା ଦ୍ୱାରା ଡାକ୍ତରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆସିବ। ସେ ଏହାକୁ ଅଷ୍ଟ୍ରେଲିଆ ସହିତ ତୁଳନା କରିଛନ୍ତି, ଯେଉଁଠାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିବେଶ ମଧ୍ୟ ବୃଦ୍ଧି ପାଇଛି।

ଏହାର ବିପରୀତରେ, ଗୋହର ଅଲି ଖାନ ଶାହବାଜ ସରକାର ଉପରେ ପାକିସ୍ତାନରେ ସ୍ୱାସ୍ଥ୍ୟ ବଜେଟ୍ ହ୍ରାସ କରିବାର ଅଭିଯୋଗ କରିଛନ୍ତି, ଯାହା ଯୋଗୁ ଜନସାଧାରଣ ସୁବିଧା ପାଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଭାରତର ବଜେଟରେ ଏଆଇ ଉପରେ ଗବେଷଣା ପାଇଁ ୫୦୦ କୋଟି ଟଙ୍କାର ଆବଣ୍ଟନକୁ ଗୋହର ଅଲି ଖାନ ପ୍ରଶଂସା କରିଛନ୍ତି। ସେ ଏହାକୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାରେ ଭାରତର ଦୂରଦୃଷ୍ଟିର ପ୍ରତୀକ ବୋଲି କହିଛନ୍ତି। ଅନ୍ୟପକ୍ଷରେ, ସେ ପାକିସ୍ତାନର ବଜେଟକୁ ସମାଲୋଚନା କରିଛନ୍ତି, ଯେଉଁଥିରେ ଏଆଇ ଉପରେ କୌଣସି ଆଲୋଚନା କିମ୍ବା ନିବେଶର ଉଲ୍ଲେଖ ନାହିଁ।

ଖାନ କହିଛନ୍ତି ଯେ, ଏହି ଅଭାବ ପାକିସ୍ତାନକୁ ପ୍ରଯୁକ୍ତିବିଦ୍ୟା ପ୍ରଗତିରେ ପଛରେ ପକାଇପାରେ, ଯେତେବେଳେ କି ଭାରତ ଆଗକୁ ବଢ଼ିବ। ଶାହବାଜ ସରକାରଙ୍କୁ ଭାରତଠାରୁ ଶିଖିବାକୁ କହିଛନ୍ତି ଏହି ପାକିସ୍ତାନୀ ସାଂସଦ । ଭାରତ ନାଗରିକଙ୍କ କଲ୍ୟାଣ ପାଇଁ ନିଜର ନୀତି ପ୍ରସ୍ତୁତ କରୁଛି । ସେ କହିଛନ୍ତି ଯେ, ଦେଶର ଆର୍ଥିକ ଏବଂ ସାମାଜିକ ପ୍ରଗତି ପାଇଁ ସ୍ୱାସ୍ଥ୍ୟ ଏବଂ ଏଆଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ସତ୍ତ୍ୱେ ଗୋହର ଅଲି ଖାନଙ୍କ କଥା ଗୁରୁତ୍ୱପୂର୍ଣ୍ଣ ବୋଲି ଅନ୍ୟ ସାଂସଦମାନେ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
MP praises Modi in Pakistani parliament, says learn something from India! | Argus News