Videos
|
National

ପୁରୀରେ ବର୍ନ ୟୁନିଟ ଖୋଲିବା ପାଇଁ ସଂସଦରେ ଦାବି କଲେ ସାଂସଦ ସମ୍ବିତ ପାତ୍ର 

Smruti Parija
Browse all articles by Smruti Parija
·2 years ago·1 min read
ପୁରୀରେ ବର୍ନ ୟୁନିଟ ଖୋଲିବା ପାଇଁ ସଂସଦରେ ଦାବି କଲେ ସାଂସଦ ସମ୍ବିତ ପାତ୍ର 

ନୂଆଦିଲ୍ଲୀ: ସଂସଦର ଆଜି ପ୍ରଥମ ଦିବସରେ ଜଗନ୍ନାଥ ଧାମ ପୁରୀରେ ବର୍ନ ୟୁନିଟ ଖୋଲିବା ପାଇଁ ଦାବି କଲେ ସାଂସଦ ସମ୍ବିତ ପାତ୍ର । ଗତ ମେ ମାସ ୨୯ ତାରିଖ ଦିନ ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ପୋରଣ ହୋଇ ଦୁର୍ଘଟଣା ହୋଇଥିଲା, ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣାରେ ୧୭ ଜଣଙ୍କ ପ୍ରାଣହାନି ହେବା ସହ ଅନେକ ଗୁରୁତର ଆହତ ହେଇଥିଲେ ଓ ଅନେକଙ୍କୁ ଉଚିତ ସମୟରେ ଚିକିତ୍ସା ସେବା ମିଳି ପାରିନଥିଲା ।  ଏହାର ମୁଖ୍ୟ କାରଣ ହେଉଛି ପୁରୀରେ ବର୍ନ ୟୁନିଟ ଚିକିତ୍ସା ସେବା ଉପଲବ୍ଧ ନାହିଁ ।  

ଏହାର ନିରାକରଣ ପାଇଁ ତଥା ପୁରୀରେ ଏଭଳି ପରିସ୍ଥିତି ଆଉ ନ ଉପଜୁ ସେଥିପାଇଁ ଆଜି ସାଂସଦ ସମ୍ବିତ ପାତ୍ର ସଂସଦର ଜିରୋ ଆୱାରରେ କେନ୍ଦ୍ର ସରକାରଙ୍କୁ ପୁରୀର ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ବର୍ନ ୟୁନିଟ ଖୋଲିବା ପାଇଁ ଅନୁରୋଧ କରିଛନ୍ତି ।

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

MP Sambit-patra demanded in Parliament to open a burn unit in Puri | Argus News