Aston Martin Crash / ନିଜ ଦାମିକିଆ ଆଷ୍ଟନ ମାର୍ଟିନ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ….ସାଂସଦଙ୍କ ପୁଅ ବିରୋଧରେ ମାମଲା ରୁଜୁ
·2 weeks ago·2 min read

Key Points
ହାଇଦ୍ରାବାଦରେ ଏକ ଆଷ୍ଟନ୍ ମାର୍ଟିନ୍ କାର ଧକ୍କା ଦେବାରୁ ଜଣେ ୨୬ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି
ହାଇଦ୍ରାବାଦରେ ଏକ ଆଷ୍ଟନ୍ ମାର୍ଟିନ୍ କାର ଧକ୍କା ଦେବାରୁ ଜଣେ ୨୬ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ରାଜ୍ୟସଭା ସଦସ୍ୟ ଲିଙ୍ଗାମନେନି ରମେଶଙ୍କ ୨୧ ବର୍ଷୀୟ ପୁଅ ଲିଙ୍ଗାମନେନି ସଞ୍ଜୁଷଙ୍କ ବିରୋଧରେ ଦ୍ରୁତଗତି ଏବଂ ଅବହେଳାପୂର୍ଣ୍ଣ ଗାଡ଼ି ଚାଳନା ଅଭିଯୋଗ ଆସିଛି। ଇନର୍ବିଟ୍ ମଲ୍ରେ ଏକ ଲାଇଫ୍ଷ୍ଟାଇଲ୍ ପୋଷାକ ଦୋକାନରେ କାମ କରୁଥିବା ପୀଡିତା ଭାରତୀ ମୁଖୀ ଅଗଷ୍ଟ ୧୬ ତାରିଖରେ ମାଧପୁର ଅଞ୍ଚଳରେ କାମ ସାରି ରାସ୍ତା ପାର ହେଉଥିବା ସମୟରେ ଏକ କାର ତାଙ୍କୁ ଧକ୍କା ଦେଇଥିଲା।
ଏହାସହ ପଢ଼ନ୍ତୁ: ଉଡ଼ାଣ ଭରିବା ସମୟରେ ବିମାନକୁ ଧକ୍କା ଦେଲା ପକ୍ଷୀ, ୧୮୮ ଜଣଙ୍କୁ ନେଇ ଫେରିଲା ବିମାନ
ପୋଲିସର ଏଫ୍ଆଇଆର୍ ଅନୁସାରେ, ୨୬ ବର୍ଷୀୟା ଯୁବତୀ ଭାରତୀ ତାଙ୍କ ସହକର୍ମୀ ପୂଜା ଅଶୋକ ଆଲୋନଙ୍କ ସହ ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ନିକଟସ୍ଥ ଆଇଟିସି କୋହେନୁର ଅଞ୍ଚଳକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲେ। ଖାଇସାରି ଦୁହେଁ ନିଜ କାର୍ଯ୍ୟସ୍ଥଳକୁ ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ହୋଇଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଆଷ୍ଟନ ମାର୍ଟିନ କାର୍ (TG-09-G-0666) ତାଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଧକ୍କା ଏତେ ଜୋରଦାର ଥିଲା ଯେ ଭାରତୀଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା।
ପୋଲିସର ସୂଚନା ଅନୁସାରେ, ଦୁର୍ଘଟଣା ପରେ ଭାରତୀଙ୍କୁ ସେହି କାରରେ ଜୁବିଲି ହିଲ୍ସ ସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଭାରତୀଙ୍କ ସହକର୍ମୀ ପୂଜା ଷ୍ଟୋର୍ ମ୍ୟାନେଜର ଅଶ୍ୱିନ କୁମାରଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ମ୍ୟାନେଜର ପୋଲିସକୁ ଖବର ଦେବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି କାରକୁ ଲିଙ୍ଗମାନେନି ସଞ୍ଜୁଷ ଚଳାଉଥିବା ଚିହ୍ନଟ କରିଛି ସାଇବରାବାଦ ପୋଲିସ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ, ବରଂ ନୋଟିସ ଗୋଟିଏ ପଠାଯାଇଛି। ମାଧାପୁର ଆସିଷ୍ଟାଣ୍ଟ କମିଶନର ଅଫ୍ ପୋଲିସ୍ ଚ. ଶ୍ରୀଧର କହିଛନ୍ତି ଯେ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରାଯାଇଛି। ଏହି ଅପରାଧ ଜାମିନଯୋଗ୍ୟ ହୋଇଥିବା ଏବଂ ଏଥିପାଇଁ ସର୍ବାଧିକ ୭ ବର୍ଷରୁ କମ୍ ଦଣ୍ଡର ବ୍ୟବସ୍ଥା ଥିବାରୁ ଏଯାଏ ଗିରଫ କରାଯାଇନଥିବା ପୋଲିସ କହିଛି।
ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୬(୧) ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ସମସ୍ତ ଦିଗରୁ ତଦନ୍ତ କରୁଥିବା ବେଳେ ଦୁର୍ଘଟଣାର ପ୍ରକୃତ ପରିସ୍ଥିତି ଏବଂ କାରର ସ୍ପିଡ୍ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି।

Related Topics
Explore more stories