Videos
|
National

MS Dhoni: ଧୋନୀ ଆଉ CSK ସହ ରହିବେ ନା ନାହିଁ ? ସମସ୍ତଙ୍କ ସାମ୍ନାରେ ଦେଲେ ଉତ୍ତର

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
MS Dhoni: ଧୋନୀ ଆଉ CSK ସହ ରହିବେ ନା ନାହିଁ ? ସମସ୍ତଙ୍କ ସାମ୍ନାରେ ଦେଲେ ଉତ୍ତର

Key Points

ଆଉ ଖେଳିବେ ନା ଖେଳିବେନି ମାହି ?

CSK ସହ ରହିବେ ନା ନାହିଁ ?

ବଡ଼ ସୂଚନା ଦେଲେ ମହେନ୍ଦ୍ର ସିଂହ ଧୋନୀ ।

ଏଣିକି ଆଇପିଏଲରେ ଆଉ ମହେନ୍ଦ୍ର ସିଂହ ଧୋନି ନଜର ଆସିବେ ନା ନାହିଁ, ସେନେଇ ଗତ ସିଜିନ୍‌ରୁ ଦ୍ୱନ୍ଦ୍ୱ ଲାଗି ରହିଛି । ଅନ୍ୟପଟେ ସେ CSK ସହ ରହିବେ କି ନାଇଁ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି । ସୋସିଆଲ ମିଡିଆରେ ଚର୍ଚ୍ଚା... ଧୋନୀ ଆଉ ଖେଳିବେ ନାହିଁ । IPLରୁ ମଧ୍ୟ ଖୁବ୍‌ଶୀଘ୍ର ନେବେ ଅବସର । ଏମିତି ତମାମ ପ୍ରଶ୍ନ ସାଧାରଣରେ ଚାଲିଥିବା ବେଳେ ଖୁବ୍ ସୁନ୍ଦର ଉତ୍ତର ରଖିଛନ୍ତି ମାହି । ଆଉ ତାଙ୍କ ଉତ୍ତର ସମସ୍ତଙ୍କ ମନରେ ହସ ଭରିଦେଇଛି । ଫ୍ୟାନ୍ସମାନଙ୍କୁ ଖୁସି କରିଦେଇଛି ।


ତେବେ ଏହି ତମାମ ପ୍ରଶ୍ନ ସେତେବେଳେ ଉପୁଜିଥିଲା, ଯେତେବେଳେ ୨୦୨୫ ଆଇପିଏଲରେ ସିଏସକେ ଅଧିନାୟକ ଋତୁରାଜ ଗାଏକ୍ୱାଡ ଆହତ ହୋଇଥିଲେ, ଆଉ ତାଙ୍କ ଯାଗାରେ ଧୋନି ପୁଣି ଦଳର କମାଣ ସମ୍ଭାଳିଥିଲେ। କିନ୍ତୁ ପୂରା ସଂସ୍କରଣରେ ଧୋନିଙ୍କ ଆଇପିଏଲ ଅବସରକୁ ନେଇ ବେଶ ବିତର୍କ ହୋଇଥିଲା। ହେଲେ CSK ପକ୍ଷରୁ କିମ୍ବା ଧୋନୀଙ୍କ ପକ୍ଷରୁ ଏନେଇ କୌଣସି ଟିପ୍ପଣୀ ଦିଆଯାଇନଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହି ସମାନ ସ୍ଥିତି ଏବେ ମଧ୍ୟ ରହିଛି । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଅନେକ କିଛି କହିଛନ୍ତି ଧୋନୀ ହେଲେ କିଛି ବି ସ୍ପଷ୍ଟ କରି ନାହାନ୍ତି । ଭବିଷ୍ୟତ ଯୋଜନା କ'ଣ ସେନେଇ କିଛି କହି ନାହାନ୍ତି ।


ସେ କେବଳ ଏତିକି କହିଛନ୍ତି, “ମୁଁ ସବୁବେଳେ କହି ଆସିଛି ଯେ ଭବିଷ୍ୟତର ନିଷ୍ପତ୍ତି ନେବା ପାଇଁ ମୋ ପା‌ଖରେ ବହୁତ ସମୟ ରହିଛି। କିନ୍ତୁ ଆପଣ ଯଦି ହଳଦିଆ ଜର୍ସିରେ ଆସିବା କଥା ପଚାରିବେ, ତା’ହେଲେ ମୁଁ ସବୁବେଳେ ହଳଦିଆ ଜର୍ସିରେ ରହିବି। ଖେଳେ କି ନ ଖେଳେ, ସେଇଟା ଭିନ୍ନ କଥା। ମୁଁ ଓ ସିଏସକେ ସବୁବେଳେ ଏକାଠି। ଏପରି କି ଆଗାମୀ ୧୫ରୁ ୨୦ ବର୍ଷ ଆମେ ଏକାଠି ରହିବୁ। ମୋର ଆଶା ଆଗାମୀ ୧୫ରୁ ୨୦ ବର୍ଷ ମୁଁ ଖେଳିବି ବୋଲି ସେମାନେ ଭାବିବେ ନାହିଁ।”


ଏହାଶୁଣି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକମାନେ ବିଶେଷ କରି ସିଏସକେ ଫ୍ୟାନ୍ସ ବେଶ ଉତ୍ସାହିତ ହୋଇ ପଡ଼ିଥିଲେ।


ଧୋନି ଚେନ୍ନାଇ ସହ ସୃଷ୍ଟି ହୋଇଥିବା ନିବିଡ଼ତା ସମ୍ପର୍କରେ ମଧ୍ୟ କହିଛନ୍ତି । “ମୁଁ ଭାବୁଛି ବର୍ଷ ବିତିବା ସହ ସମ୍ପର୍କ ଆହୁରି ନିବିଡ଼ ହୋଇଛି। ଏହା ମୋତେ ଜଣେ ବ୍ୟକ୍ତି ହେବାରେ ଗଢ଼ି ତୋଳିବାରେ ସହାୟତା କରିଛି। ଏହା ମୋତେ ଜଣେ କ୍ରିକେଟର ହିସାବରେ ଆଗକୁ ଯିବା ପାଇଁ ପ୍ରେରଣା ଦେଇଛି। ମୁଁ ଭାବୁଛି ଏହା CSK ପାଇଁ ଭଲ ଆଉ ମୋ ପାଇଁ ମଧ୍ୟ ଭଲ।”


ଗତ ବର୍ଷ CSKର ପ୍ରଦର୍ଶନକୁ ନେଇ ଧୋନୀ କହିଛନ୍ତି, 'ହଁ, ବିଗତ କିଛି ବର୍ଷ ଆମ ପାଇଁ ଭଲ ଯାଇ ନାହିଁ। ଆମେ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରି ନାହୁଁ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମେ ଶିଖିବାକୁ ଚେଷ୍ଟା କରିଛୁ। ହଁ, ଆମ ପାଇଁ ଗୋଟିଏ ଖରାପ ସଂସ୍କରଣ ଥିଲା। କିନ୍ତୁ କ’ଣ ଭୁଲ ହେଲା? ଏହି ପ୍ରଶ୍ନ ଆମ ପାଇଁ ଗତବର୍ଷ ଥିଲା ?' ତେବେ ଧୋନୀଙ୍କ ଏଭଳି କଥା ଶୁଣିବା ପରେ ଫ୍ୟାନ୍ସ ମାନଙ୍କ ମନରେ ଖୁସିର ମହୋଲ ଦେଖିବାକୁ ମିଳିଛି ।