କହିଲେ MSD ଏବେ ଲଗାତର 10 ଓଭର ବ୍ୟାଟିଂ କରିବା କଷ୍ଟକର- ଫ୍ଲେମିଂ

Key Points
ଧୋନୀଙ୍କ ଫିଟନେସକୁ ନେଇ କୋଚ୍ ଷ୍ଟିଫେନ୍ ଫ୍ଲେମିଂଙ୍କ ବଡ଼ ବୟାନ
କହିଲେ MSD ଏବେ ଲଗାତର 10 ଓଭର ବ୍ୟାଟିଂ କରିବା କଷ୍ଟକର- ଫ୍ଲେମିଂ
ନିମ୍ନକ୍ରମରେ ବ୍ୟାଟିଂ କରିବାକୁ ଆଶି ସମାଲୋଚିତ ହେଉଛନ୍ତି ଧୋନୀ
ଆଣ୍ଠୁରେ ଯନ୍ତ୍ରଣା,10 ଓଭର ବି ବ୍ୟାଟିଂ କରିବା ମୁସ୍କିଲ। ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ଼ ଖୁଲାସା...ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ ତଥା ଏବେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଆଇପିଏଲ୍ ଖେଳୁଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ଚେନ୍ନାଇ ସୁପର କିଙ୍ଗସ କୋଚ୍ ଷ୍ଟିଫେନ୍ ଫ୍ଲେମିଂ। ପୂର୍ବରୁ, RCB ବିପକ୍ଷ ମ୍ୟାଚରେ ୯ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ, ଯାହା ପରେ ତାଙ୍କୁ CSKର ପରାଜୟ ପାଇଁ ଧୋନୀଙ୍କୁ ଦାୟୀ କରାଯାଉଛି। ଧୋନିଙ୍କ ବ୍ୟାଟିଂ କ୍ରମ ପାଇଁ ଟ୍ରୋଲର୍ସମାନେ ତାଙ୍କୁ ଟାର୍ଗେଟ କରିଛନ୍ତି। ଏବେ ସିଏସକେ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ଧୋନି ୯ ନମ୍ବରରେ ବ୍ୟାଟିଂ କରିବାର କାରଣ ପ୍ରକାଶ କରିଛନ୍ତି।
ଧୋନି ଏବେ ଆଣ୍ଠୁ ଯନ୍ତ୍ରଣା ସମସ୍ୟା ଦେଇ ଗତି କରୁଛନ୍ତି। ଏହି କାରଣରୁ ଧୋନିଙ୍କ ପକ୍ଷରେ 10 ଓଭର ବି ବ୍ୟାଟିଂ କରିବା କଷ୍ଟକର ହେଉଛି। ଏମିତିରେ ଧୋନି ଓଭର ହିସାବରେ ବ୍ୟାଟିଂ କରିବାକୁ ଆସୁଛନ୍ତି। ଏମଏସ ଧୋନି ନିଜେ ତାଙ୍କ ବ୍ୟାଟିଂ କ୍ରମ ସ୍ଥିର କରନ୍ତି। ସେ ଭଲ ଭାବରେ ଚାଲିପାରୁଛନ୍ତି, କିନ୍ତୁ ତାଙ୍କର କିଛି ସମସ୍ୟା ହେଉଛି। ଏହି କାରଣରୁ, ଧୋନି ପରିସ୍ଥିତି ଅନୁସାରେ ଦଳ ପାଇଁ କ’ଣ କରିପାରିବେ ତାହା ମୂଲ୍ୟାଙ୍କନ କରନ୍ତି। - ଷ୍ଟିଫେନ୍ ଫ୍ଲେମିଂ, ସିଏସକେ ବ୍ୟାଟିଂ କୋଚ୍
ଏଥର ଆଇପିଏଲରେ ସବୁଠାରୁ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ଧୋନିଙ୍କ ବ୍ୟାଟିଂ ଅର୍ଡର। ଚେନ୍ନାଇ ସୁପର କିଙ୍ଗସକୁ 5 ଥର ଆଇପିଏଲ୍ ଚାମ୍ପିଅନ୍ କରାଇଥିବା ପୂର୍ବ କ୍ୟାପଟେନ୍ ଧୋନି ତଳ ଭାଗରେ ବ୍ୟାଟିଂ କରିବାକୁ ଆସୁଛନ୍ତି। କେତେବେଳେ ସେ 8 ନମ୍ବରରେ ବ୍ୟାଟିଂ କରିବାକୁ ଆସୁଛନ୍ତି ତ କେତେବେଳେ 9 ନମ୍ବର ଯାଏଁ ବି ଖସି ଯାଉଛନ୍ତି। ଏହାର ଫଳ ତାଙ୍କ ଟିମ୍ CSKକୁ ଭୋଗିବାକୁ ପଡୁଛି। ଚେନ୍ନାଇ ସୁପର କିଙ୍ଗସ ଏଯାଏଁ 3ଟି ମ୍ୟାଚ୍ ଖେଳିଥିବାବେଳେ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। ଗତ ଦୁଇଟି ମ୍ୟାଚରେ ପରାଜିତ ହୋଇଛି ଚେନ୍ନାଇ। ଏହି 3ଟି ମ୍ୟାଚରେ ଧୋନି ମାତ୍ର 46 ରନ୍ କରିଛନ୍ତି। ଧୋନି କାହିଁକି ତଳ କ୍ରମରେ ବ୍ୟାଟିଂ କରିବାକୁ ଆସୁଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାର ଜବାବ ଦେଇଛନ୍ତି CSKର କୋଚ୍ ଷ୍ଟିଫେନ୍ ଫ୍ଲେମିଂ।
ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ତାଙ୍କ ପ୍ରଶଂସକ ସହଜରେ ହଜମ କରିପାରୁନାହାଁନ୍ତି। ଏହାସହିତ ସମଗ୍ର ବିଶ୍ୱରେ କ୍ରିକେଟ ଫ୍ୟାନ୍ସ ମଧ୍ୟ ଚକିତ ଏବଂ ବିବ୍ରତ। ସିଏସକେ ପାଇଁ ଧୋନୀ ବୋଝ ପାଲଟିଗଲେଣି ବୋଲି ଅନେକ ପ୍ରଶଂସକ ସାମଲୋଚନା କରୁଛନ୍ତି। ୪୩ ବର୍ଷ ବୟସରେ ମାହିଙ୍କ ଫୁର୍ତ୍ତି କୌଣସି ଯୁବ ଖେଳାଳିଙ୍କଠାରୁ କମ୍ ନୁହେଁ । ତେବେ ବ୍ୟାଟ୍ରେ ତାଙ୍କ କମାଲ୍ ଦେଖିବାକୁ ଚାହିଁ ରହିଛନ୍ତି ଫ୍ୟାନ୍ସ ।
