Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଉତ୍ତରପ୍ରଦେଶର ଆର୍ଥିକ ପ୍ରଗତିର ବଡ ପ୍ରମାଣ

Smruti Parija
Browse all articles by Smruti Parija
·2 years ago·1 min read
ଉତ୍ତରପ୍ରଦେଶର ଆର୍ଥିକ ପ୍ରଗତିର ବଡ ପ୍ରମାଣ

ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶରେ ଯୁବକଯୁବତୀଙ୍କ ପାଇଁ ରୋଜଗାରର କ୍ଷେତ୍ର ଭାବେ ଉଭା ହୋଇଛି କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ । ରୋଜଗାର ଓ ସ୍ବରୋଜଗାର ପାଇଁ ସୃଷ୍ଟି ହୋଇଛି ବଡ ସମ୍ଭାବନା । ଲକ୍ଷ୍ନୌରେ ୩୦,୮୨୬ କୋଟି ଟଙ୍କାର ମେଗା ଋଣ ଆବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୨୦୧୮ ମସିହାରେ ଏକ ଜିଲ୍ଲା ଏକ ଉତ୍ପାଦ, ୨୦୧୯ରେ ବିଶ୍ବକର୍ମା ସମ୍ମାନ ଯୋଜନା ଉତ୍ତରପ୍ରଦେଶରେ ଲାଗୁ ହୋଇଥିଲା । 

ଗତ ବର୍ଷ ତୁଳନାରେ ଏହି ଋଣ ଆବଣ୍ଟନ ୧୦ଗୁଣାରୁ ଅଧିକ ବୃଦ୍ଧି ହୋଇଛି । ଏହା ଉତ୍ତରପ୍ରଦେଶର ଆର୍ଥିକ ପ୍ରଗତିର ବଡ ପ୍ରମାଣ । ଏଥିପାଇଁ ବ୍ୟାଙ୍କ ଗୁଡିକ ଧନ୍ୟବାଦ ଅର୍ପଣ କରିଛନ୍ତି ଯୋଗୀ । ଏହି ଅବସରରେ ଏମଏସଏମଇ ଗୁଡିକୁ ଭୂମି ଆବଣ୍ଟନ ଲାଗି ଏକ ପୋର୍ଟାଲର ଶୁଭାରମ୍ଭ କରିବା ସହ ବିଶ୍ବକର୍ମା ଶ୍ରମ ସମ୍ମାନ ଯୋଜନା ଅନ୍ତର୍ଗତ ଟୁଲକିଟ୍ ବିତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
msme-creates-lot-job-in-uttarpradesh-said-yogi-adityanath | Argus News