Videos
|
National

ମୁଦ୍ରା ଯୋଜନାରେ ଋଣ ରାଶି ସୀମା 10 ଲକ୍ଷରୁ 20 ଲକ୍ଷ ଟଙ୍କାକୁ ବୃଦ୍ଧି

Smruti Parija
Browse all articles by Smruti Parija
·1 year ago
ମୁଦ୍ରା ଯୋଜନାରେ ଋଣ ରାଶି ସୀମା 10 ଲକ୍ଷରୁ 20 ଲକ୍ଷ ଟଙ୍କାକୁ ବୃଦ୍ଧି

ଅର୍ଗସ ବ୍ୟୁରୋ: ବୃଦ୍ଧି ହେଲା ମୁଦ୍ରା ଋଣ । ଦେଶରେ କ୍ଷୁଦ୍ର ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (PMMY) ଅଧୀନରେ ମୁଦ୍ରା ଋଣ ରାଶିର ସୀମାକୁ ଦ୍ୱିଗୁଣିତ କରି 10 ଲକ୍ଷରୁ 20 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । 

ଏହି ବୃଦ୍ଧି ମୁଦ୍ରା ଯୋଜନାର ଉଦ୍ଦେଶ୍ୟକୁ ଆଗକୁ ବଢାଇବାକୁ  ଲକ୍ଷ୍ୟ ରଖିଛି । ଏହି ବର୍ଦ୍ଧିତ ଋଣ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଆବଶ୍ୟକୀୟ ପାଣ୍ଠି ଯୋଗାଇବା । ଯାହା ଉଦୀୟମାନ ଉଦ୍ୟୋଗୀମାନଙ୍କ ପାଇଁ ବିଶେଷ ଲାଭଦାୟକ ହେବ । ଏହି ପଦକ୍ଷେପ ଏକ ଦୃଢ ଉଦ୍ୟୋଗୀ ଇକୋସିଷ୍ଟମ ପ୍ରତିଷ୍ଠା ପାଇଁ ସରକାରଙ୍କ ପ୍ରତିବଦ୍ଧତା ସାକାର କରିବ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ  ପ୍ରେସ ବିବୃତ୍ତିରେ କୁହାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ 2024 କେନ୍ଦ୍ର ବଜେଟ୍ ଅଭିଭାଷଣରେ ଏହା ଘୋଷଣା କରିଥିଲେ । 

ଆହୁରି ପଢନ୍ତୁ ଭାରତ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
mudra-loan-increased-double-by-10-lakh-to-20-lakh | Argus News