ଭାରତ ପ୍ରଶଂସାରେ ମୁଇଜ୍ଜୁ, ଭୁଲିଗଲେ ବୟକଟ୍ ଇଣ୍ଡିଆ ସ୍ଲୋଗାନ୍

ଅର୍ଗସ ବ୍ୟୁରୋ: ଭାରତକୁ ପ୍ରଶଂସାରେ ପୋତି ପକାଇଲେ ମାଳଦୀପ ରାଷ୍ଟ୍ରପତି ମୁଇଜ୍ଜୁ । ଭୁଲିଗଲେ ବୟକଟ୍ ଇଣ୍ଡିଆ ସ୍ଲୋଗାନ୍ । ମାଳଦୀପକୁ ସବୁବେଳେ ସପୋର୍ଟ କରୁଥିବାରୁ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଇଜ୍ଜୁ । ମାଳଦ୍ୱୀପର ୨୮ଟି ଦ୍ୱୀପପୁଞ୍ଜରେ ଜଳ ଯୋଗାଣ ଏବଂ ସ୍ୱେରେଜ୍ ସୁବିଧା ଆରମ୍ଭ କରିବା ପାଇଁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ସାକ୍ଷାତ ସମୟରେ ଏପରି କହିଛନ୍ତି ମୁଇଜ୍ଜୁ ।
ଏହାସହ ମୁଇଜ୍ଜୁ କହିଛନ୍ତି ଦୁଇ ଦେଶ ମଧ୍ୟରେ ମାଳଦ୍ୱୀପର ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କରେ ଏହି ପ୍ରକଳ୍ପଗୁଡିକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁଇଜ୍ଜୁ ମାଳଦ୍ୱୀପ ଏବଂ ଭାରତ ମଧ୍ୟରେ ଐତିହାସିକ ତଥା ଘନିଷ୍ଠ ସମ୍ପର୍କକୁ ମଜବୁତ କରିବା ପାଇଁ ତାଙ୍କ ପ୍ରଶାସନର ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଛନ୍ତି ।
ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଜୟଶଙ୍କର ମାଳଦ୍ୱୀପରେ ତିନି ଦିନିଆ ସରକାରୀ ଗସ୍ତରେ ଅଛନ୍ତି । ଗତ ବର୍ଷ ଚାଇନା ସମର୍ଥକ ମୁଇଜ୍ଜୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ଭାରତରୁ ମାଳଦ୍ୱୀପକୁ ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ ।
📱 Get Argus News App
✨ଆହୁରି ପଢନ୍ତୁ ଭାରତ ଖବର...