Ambani Wedding / ପୁଅ ଅନନ୍ତଙ୍କ ବିବାହରେ କାନ୍ଦିଲେ ମୁକେଶ, ନୀତା

Key Points
ଅର୍ଗସ ବ୍ୟୁରୋ: ଗତ କିଛିଦିନ ତଳେ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ହୋଇଯାଇଛି । ଏହି ସମୟରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ କନ୍ୟାଦାନର ମହତ୍ତ୍ୱ ବିଷୟରେ କହିଥିଲେ । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । କନ୍ୟାଦାନକୁ ଭାରତୀୟ ସଂସ୍କୃତିର "ସର୍ବଶ୍ରେଷ୍ଠ କାର୍ଯ୍ୟ" ବୋଲି ସେ କହିଥିଲେ।
କୌଣସି ବାପା ମାଆ ନିଜ ଝିଅକୁ କାହାକୁ ମଧ୍ୟ ଦେଇପାରିବେ ନାହିଁ । ଗୋଟେ ଝିଅକୁ କେବେ ମଧ୍ୟ ନିଜ ବାପା ମାଆଙ୍କ ଠାରୁ ଅଲଗା କରାଯାଇନପାରେ । ନିଜ ହୃଦୟର ଗୋଟିଏ ଅଂଶକୁ ସେମାନେ କିପରି ଭାବେ ଅନ୍ୟ ଏକ ପରିବାର ସହ ବାଣ୍ଟି ପାରୁଛନ୍ତି । ଏ ସଂସ୍କୃତି ହିଁ ମହାନ୍ । ଆଉ କନ୍ୟାର ପିତାମାତା ମଧ୍ୟ ମହାନ୍ ବୋଲି ସେ କହିଥିଲେ। ରାଧିକା ନିଜ ପରିବାରକୁ ଗୌରବାନ୍ୱିତ କରିବା ସହ ବର୍ତ୍ତମାନ ଅମ୍ବାନୀ ପରିବାରର ମଧ୍ୟ ଗର୍ବ ଓ ଗୌରବ ବୋଲି ସେ କହିଛନ୍ତି ।
ଏହି ସମୟରେ ଏକ ଅତି ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା । ନୀତା ଅମ୍ବାନୀ କନ୍ୟାଦାନ ବିଷୟରେ ବର୍ଣ୍ଣନା କରିବା ବେଳେ ତାଙ୍କ ସ୍ୱାମୀ ମୁକେଶ ଅମ୍ବାନୀଙ୍କ ସମେତ ଅନେକ ଅତିଥି ଭାବପ୍ରବଣ ହୋଇଥିଲେ । ଭାରତ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ପରମ୍ପରା ଅନୁଯାୟୀ ମହିଳାମାନଙ୍କୁ ସର୍ବାଧିକ ସମ୍ମାନ ଦେଇଥାଏ । ଆମର ଶାସ୍ତ୍ର ଆମକୁ ଶିକ୍ଷା ଦିଏ ଯେଉଁଠାରେ ଝିଅ ଅଛନ୍ତି ସେଠାରେ ଶୁଭ ଅଛି । ସେଠାରେ ଈଶ୍ୱରୀୟ ଶକ୍ତି ଅଛି । ଝିଅଙ୍କ ପାଇଁ ପରିବାର ସ୍ୱର୍ଗ ପାଲଟେ ବୋଲି ନୀତା କହିଥିଲେ ।
ଏକ ଭାରତୀୟ ବିବାହ ବର ଓ କନ୍ୟା ସହ ଉଭୟ ପରିବାରର ସମ୍ପୂର୍ଣ୍ଣ ସହମତି, ସମ୍ମାନ ଓ ସମାନତାର ମୂଳଦୁଆ ଉପରେ ନିର୍ଭର କରେ । ତେଣୁ କନ୍ୟାଦାନର ପ୍ରକୃତ ମହତ୍ତ୍ୱ ଦେଉଛି, ବରର ପିତାମାତା ବୋହୁକୁ ଝିଅ ଭାବେ ଗ୍ରହଣ କରନ୍ତି ଓ କନ୍ୟାର ପିତାମାତା ବରକୁ ପୁଅ ଭାବେ ଗ୍ରହଣ କରି ନିଜ ଜୀବନର ସବୁଠାରୁ ମୂଲ୍ୟବାନ ରତ୍ନକୁ ପ୍ରଦାନ କରନ୍ତି । ଏହା ହିଁ କନ୍ୟାଦାନର ପ୍ରକୃତ ଉଦ୍ଦେଶ୍ୟ ବୋଲି ସେ କହିଥିଲେ ।
📱 Get Argus News App
✨ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଗୋଟେ ଝିଅର ମାଆ ହିସାବରେ ଏତିକି ଜାଣେ, କୌଣସି ପିତାମାତା କେବେ ମଧ୍ୟ ନିଜ ଝିଅକୁ କାହାକୁ ଦେଇଦେବାକୁ ଚାହାନ୍ତି ନାହିଁ । ଝିଅମାନେ ଜୀବନର ସବୁଠାରୁ ବଡ ଆଶୀର୍ବାଦ ଏବଂ ସବୁଠାରୁ ବଡ଼ ଆନନ୍ଦ । ସେମାନେ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ। ମୁଁ ମୋ ସାନବୋହୂ ରାଧିକାଙ୍କୁ ହୃଦୟରୁ ବି ଅଧିକ ଭଲ ପାଏ। ଆଉ ମୋ ଅନନ୍ତକୁ ରାଧିକା ମିଳିଥିବାରୁ ମୁଁ ଗର୍ବିତ।
ତେବେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଜୁଲାଇ ୧୨ ରେ ହୋଇଥିଲା । ଏଥିରେ ବଲିଉଡର ଅନେକ ସେଲିବ୍ରିଟି, ସମାଜସେବୀଙ୍କ ହଲିଉଡ୍ ଷ୍ଟାରଙ୍କ ସମେତ ଅନେକ ଭାରତୀୟ ରାଜନେତା ମଧ୍ୟ ଯୋଗ ଦେଇଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର
Related Topics
Explore more stories