|
logo
Live

Argus News - ବଙ୍ଗୋପସାଗରରେ ବହୁଦେଶୀୟ ନୌଯୁଦ୍ଧାଭ୍ୟାସ ‘ମିଲାନ-2024’

National

ବଙ୍ଗୋପସାଗରରେ ବହୁଦେଶୀୟ ନୌଯୁଦ୍ଧାଭ୍ୟାସ ‘ମିଲାନ-2024’

Ritu Das
Browse all articles by Ritu Das
·2 years ago·1 min read
ବଙ୍ଗୋପସାଗରରେ ବହୁଦେଶୀୟ ନୌଯୁଦ୍ଧାଭ୍ୟାସ ‘ମିଲାନ-2024’

ଅର୍ଗସ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ବିଶାଖପାଟନମରେ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଦ୍ବାରା ଆୟୋଜିତ ମିଲାନ୍ 2024ରେ ପରାକ୍ରମ ଦେଖାଉଛି ଭାରତ। ବଙ୍ଗୋପସାଗରରେ ଚାଲିଛି ବହୁଦେଶୀୟ ମିଳିତ ସମରାଭ୍ୟାସ। ଅନ୍ତର୍ଜାତୀୟ ନୌଅଭ୍ୟାସ ଚଳିତ ଥର 12ତମ ସଂସ୍କରଣରେ ପହଞ୍ଚିବା ସହ ସର୍ବାକାଳୀନ ରେକର୍ଡ ମଧ୍ୟ କରିଛି। ପ୍ରଥମ ଥର ପାଇଁ ଭାରତୀୟ ଏୟାରକ୍ରାଫ୍ଟ ଆଇଏନଏସ ବିକ୍ରମାଦିତ୍ୟ ଏବଂ ଆଇଏନଏସ ବିକ୍ରମ ଭାଗ ନେଇଛନ୍ତି। ତେବେ ଚଳିତ ଥର ଏହାର ଥିମ ରହିଛି ଆନ୍ତରିକତା, ସମନ୍ୱୟ ଏବଂ ସହଯୋଗ। ତେବେ ମହସାଗରକୁ ସୁରକ୍ଷିତ ଏବଂ ମୁକ୍ତ ରଖିବା ଏହାର ଲକ୍ଷ୍ୟ। 

2030 ସୁଦ୍ଧା ଭାରତ ବିଶ୍ବ ଅର୍ଥବ୍ୟବସ୍ଥାର ତୃତୀୟ ଅର୍ଥନୀତି ହେବାକୁ ଯାଉଛି । ଅର୍ଥନୀତି କ୍ଷେତ୍ରରେ ସାମୁଦ୍ରିକ ବାଣିଜ୍ୟ ବ୍ୟାପାର ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଭାବେ ଏବେ ସାମ୍ନାକୁ ଆସିଛି । ଏହି ବହୁଦେଶୀୟ ଅଭ୍ୟାସ, ନୌସେନା ସହଯୋଗ ଓ ବର୍ତ୍ତମାନର ଆହ୍ବାନ ମୁକାବିଲା କରିବାରେ ଏକ ବଡ ଅବସର ହେବାକୁ ଯାଉଛି । ସାମୁଦ୍ରିକ ସହଭାଗିତା, କ୍ଷେତ୍ରିୟ ସୁରକ୍ଷାକୁ ଏହି ମିଳିତ ଅଭ୍ୟାସ ଅଧିକ ପ୍ରଭାବୀ କରିପାରିବ । ଏହି ଅଭ୍ୟାସ ପାଇଁ ଆମେରିକା, ଅଷ୍ଟ୍ରେଲିଆ ଓ ଭିଏତନାମ ସହ ଅନ୍ୟ କିଛି ଦେଶର ଯୁଦ୍ଧ ଯାହାଜ ସାମିଲ ହୋଇଛନ୍ତି।

ଏବେ ଭାରତୀୟ ନୌସେନା ବିଶ୍ବର ପ୍ରମୁଖ ଜଳଶକ୍ତି ଭାବେ ସାମ୍ନାକୁ ଆସିଛି । ଭାରତ ମହାସାଗର, ଆରବ ସାଗର ଓ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗରେ ଭାରତୀୟ ନୌସେନାର ବଡ ଭୂମିକା ରହିଆସିଛି । ତେବେ 9ଦିନିଆ ପୂର୍ବ-ଭାରତୀୟ ଉପକୂଳରେ ବଙ୍ଗୋପସାଗରେ 12ତମ ‘ମିଲନ’ ନୌଅଭ୍ୟାସ ହେବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
ବଙ୍ଗୋପସାଗରରେ ବହୁଦେଶୀୟ ନୌଯୁଦ୍ଧାଭ୍ୟାସ ‘ମିଲାନ-2024’ | Argus News