ଦାମୀ କାର ଭିତରୁ ବାହାରିଲା ଏକାଧିକ ଶବ, ଗାଁରେ ଖେଳିଗଲା ଚାଞ୍ଚଲ୍ୟ

Key Points
ସେମାନେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ?
ପଟିଆଲାର ଏକ ଗାଁ ନିକଟରେ ଥିବା କ୍ଷେତରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା।
ପୁଣି ଏକ ଛାତିଥରା ଘଟଣା । ଯିଏ ବି ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି । କାହିଁକି ଏକ ପରିବାର ଏଭଳି ଚରମ ନିଷ୍ପତ୍ତି ନେଲେ । ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । ଏହି ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି ପଞ୍ଜାବ ପଟିଆଲାରୁ । ସେହି ଘଟଣା ଜାଣିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି ହୋଇଛି ।
ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି । କାରଣ ଗୋଟିଏ ଦାମୀ ଗାଡ଼ି ଭିତରେ ମିଳିଲା ପୁରା ପରିବାରର ଶବ ! ସେମାନେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି । ଏମିତି ନାନା ପ୍ରଶ୍ନ ଏବେ ଗାଁ ଲୋକଙ୍କ ମନରେ ଉଙ୍କି ମାରୁଛି । ଯଦି ହତ୍ୟା କରାଯାଇଛି ତେବେ କିଏ କରିଛି । ଆଉ ଯଦି ସମସ୍ତେ ଆତ୍ମହତ୍ୟା କରିଛନ୍ତି ତେବେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ।
ପଟିଆଲାର ଏକ ଗାଁ ନିକଟରେ ଥିବା କ୍ଷେତରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା। ଏକ ଏସ୍ୟୁଭି ଭିତରୁ ମିଳିଛି ଗୋଟାଏ ପରିବାରର ୩ ଜଣଙ୍କ ମୃତଦେହ। ଏହି ଘଟଣା ସଂପର୍କରେ ପୋଲିସ ଅଧିକାରୀ ମନଜିତ ସିଂହ କହିଛନ୍ତି ଯେ ଏହା ଏକ ଆତ୍ମହତ୍ୟା ମାମଲା ପରି ମନେ ହେଉଥିଲେ ମଧ୍ୟ ଏହାର ସମସ୍ତ ଦିଗକୁ ଯାଞ୍ଚ କରାଯାଉଛି।
କାରଟି ତେପଲା ବାନୁରରେ ଜାତୀୟ ରାଜପଥ କଡ଼ରେ ଏକ ନିର୍ଜନ ଗ୍ରାମ ରାସ୍ତାରେ ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା। ମୃତକମାନେ ହେଲେ ମୋହାଲିର ଜଣେ ପ୍ରପର୍ଟି ଡିଲର ସନ୍ଦୀପ ସିଂହ ରାଜପାଲ (୪୫), ତାଙ୍କ ପତ୍ନୀ ମନଦୀପ କୌର (୪୨) ଏବଂ ତାଙ୍କ ପୁଅ ଅଭୟ ସିଂହ (୧୫) ।
ଶରୀରଗୁଡ଼ିକରେ ଗୁଳି ବାଜିଛି ଏବଂ କ୍ୟାବିନ ଭିତରେ ଥିବା ପ୍ଲାଷ୍ଟିକରେ ରକ୍ତ ଛିଟା ପଡ଼ିଛି । ପ୍ରପର୍ଟି ଡିଲରଙ୍କ ମୃତଦେହ ଡ୍ରାଇଭର ସିଟରେ, ତାଙ୍କ ସ୍ତ୍ରୀ ଆଗ ଯାତ୍ରୀ ସିଟରେ ଏବଂ ତାଙ୍କ ପୁଅ ପଛ ସିଟରେ ମିଳିଥିଲା । ପ୍ରଥମେ କୃଷକମାନେ ଗାଡ଼ିଟିକୁ ଦେଖିଥିଲେ ଏବଂ କିଛି ଜାଣିନପାରି ପୋଲିସକୁ ଡାକିଥିଲେ। ପୋଲିସ ଅଧିକାରୀ ରାଜପୁରା ମଞ୍ଜିତ ସିଂହ, ଅର୍ଶଦୀପ ଶର୍ମା, ହରଦେବ ସିଂହ, ଜସବିନ୍ଦର ପାଲ ଏବଂ ଫୋରେନସିକ୍ ଦଳ ଘଟଣାସ୍ଥଳକୁ ଆସିଥିଲେ।