BMW Crash / ଭୟଙ୍କର ଦୁର୍ଘଟଣା; ଡିଭାଇଡରରେ ପିଟି ହୋଇ ୭୫ ଫୁଟ୍ ତଳକୁ ଖସିଲା BMW, ଚାଲିଗଲା ୩ ଜୀବନ
·43 mins ago·2 min read

Key Points
BMWଟି ଦ୍ରୁତ ଗତିରେ ଯାଉଥିବା ବେଳେ ଫ୍ଲାଏଓଭରରୁ ଖସି ପଡ଼ିବାରୁ କାର୍ରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ଜଣେ ଯୁବକ ଗମ୍ଭୀର ଭାବେ ଆହତ ହୋଇଛନ୍ତି ।
ମୁମ୍ବାଇ: ରବିବାର ସକାଳୁ ସକାଳୁ ଭୀଷଣ ଦୁର୍ଘଟଣା । ବିଏମଡବ୍ଲୁ (BMW)ରେ ଯାଉଥିବା ବେଳେ ଚାଲିଗଲା ୩ ଜଣଙ୍କ ଜୀବନ । ମୁମ୍ବାଇର କୋଷ୍ଟାଲ ରୋଡ୍ରେ ରବିବାର ଭୋର ସମୟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ।
BMWଟି ଦ୍ରୁତ ଗତିରେ ଯାଉଥିବା ବେଳେ ଫ୍ଲାଏଓଭରରୁ ଖସି ପଡ଼ିବାରୁ କାର୍ରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ଜଣେ ଯୁବକ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ମଳିଥିବା ସୂଚନା ଅନୁସାରେ, ଲୋଟସ୍ ଜେଟି ନିକଟରେ BMW କାର ନିୟନ୍ତ୍ରଣ ହରାଇ ରାସ୍ତାର ଡିଭାଇଡରରେ ପିଟି ହୋଇଥିଲା ।
ଯାହାପରେ BMWଟି ପ୍ରାୟ ୭୫ ଫୁଟ୍ ତଳକୁ ଖସି ପଡ଼ିଥିଲା । ପୋଲିସ ଓ କୋଷ୍ଟାଲ ରୋଡ୍ କଣ୍ଟ୍ରୋଲ ରୁମ୍ର ସୂଚନା ଅନୁସାରେ, ରବିବାର ସକାଳ ପ୍ରାୟ ୫ଟା ୨୦ ମିନିଟ୍ରେ ଲାଲା ଲଜପତରାୟ କଲେଜ ସମ୍ମୁଖରେ ଲୋଟସ୍ ଜେଟି ନିକଟରେ ଏହି ଦୁର୍ଘଟଣା ଘଟିଛି । BMWଟି ମେରାଇନ୍ ଡ୍ରାଇଭ୍ରୁ ହାଜି ଅଲୀ ଆଡ଼କୁ ଯାଉଥିଲା । ଦ୍ରୁତ ଗତିରେ ଯାଉଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଏଥିସହ ପଢ଼ନ୍ତୁ: ୮୫ ବର୍ଷ ବୟସରେ MA କଲେ ଏବେ କରିବେ ପିଏଚଡି, ଜାଣନ୍ତୁ ଲାଲ ଚାନ୍ଦ ଗୋଦାରାଙ୍କ କାହାଣୀ
କାରରେ ମୋଟ ୪ ଜଣ ଥିଲେ । ଦୁର୍ଘଟଣା ପରେ ସମସ୍ତଙ୍କୁ ନାୟର ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଚତୁର୍ଥ ବ୍ୟକ୍ତିଙ୍କୁ ଟ୍ରମା ୱାର୍ଡରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ରହିଛି ।
ରିପୋର୍ଟ ଅନୁସାରେ ମୃତକଙ୍କ ମଧ୍ୟରେ ୨୧ ବର୍ଷୀୟ ଶନାୟ ଗଜ୍ଜାଲ, ୧୯ ବର୍ଷୀୟ ଆଦିତ୍ୟ ଜକାସାନିଆ ଏବଂ ୧୭ ବର୍ଷୀୟ ଧୈର୍ଯ୍ୟ ସେଠ୍ ଅଛନ୍ତି । ଆହତ ୨୩ ବର୍ଷୀୟ ଆଦିତ୍ୟ ଓସୱାଲଙ୍କ ଚିକିତ୍ସା ଚାଲିଛି । ରିପୋର୍ଟ ଅନୁସାରେ ଏମାନେ ଛାତ୍ର ଥିଲେ।
ପୋଲିସ କହିଛି, ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଚାଲିଛି । ପ୍ରାଥମିକ ଭାବେ ଅତ୍ୟଧିକ ବେଗ କାରଣରୁ ଗାଡ଼ି ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଥିବା ସନ୍ଦେହ କରାଯାଉଛି ।

Three people were killed and one critically injured after a BMW crashed on the Mumbai Coastal Road near Lotus Jetty around 5:20 AM on September 20. Police said the car was travelling from Marine Drive towards Haji Ali when the driver allegedly lost control due to overspeeding.… pic.twitter.com/GVkHbjczuL
— IANS (@ians_india) September 20, 2026
ଯାହାପରେ BMWଟି ପ୍ରାୟ ୭୫ ଫୁଟ୍ ତଳକୁ ଖସି ପଡ଼ିଥିଲା । ପୋଲିସ ଓ କୋଷ୍ଟାଲ ରୋଡ୍ କଣ୍ଟ୍ରୋଲ ରୁମ୍ର ସୂଚନା ଅନୁସାରେ, ରବିବାର ସକାଳ ପ୍ରାୟ ୫ଟା ୨୦ ମିନିଟ୍ରେ ଲାଲା ଲଜପତରାୟ କଲେଜ ସମ୍ମୁଖରେ ଲୋଟସ୍ ଜେଟି ନିକଟରେ ଏହି ଦୁର୍ଘଟଣା ଘଟିଛି । BMWଟି ମେରାଇନ୍ ଡ୍ରାଇଭ୍ରୁ ହାଜି ଅଲୀ ଆଡ଼କୁ ଯାଉଥିଲା । ଦ୍ରୁତ ଗତିରେ ଯାଉଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଏଥିସହ ପଢ଼ନ୍ତୁ: ୮୫ ବର୍ଷ ବୟସରେ MA କଲେ ଏବେ କରିବେ ପିଏଚଡି, ଜାଣନ୍ତୁ ଲାଲ ଚାନ୍ଦ ଗୋଦାରାଙ୍କ କାହାଣୀ
କାରରେ ମୋଟ ୪ ଜଣ ଥିଲେ । ଦୁର୍ଘଟଣା ପରେ ସମସ୍ତଙ୍କୁ ନାୟର ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଚତୁର୍ଥ ବ୍ୟକ୍ତିଙ୍କୁ ଟ୍ରମା ୱାର୍ଡରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ରହିଛି ।
ରିପୋର୍ଟ ଅନୁସାରେ ମୃତକଙ୍କ ମଧ୍ୟରେ ୨୧ ବର୍ଷୀୟ ଶନାୟ ଗଜ୍ଜାଲ, ୧୯ ବର୍ଷୀୟ ଆଦିତ୍ୟ ଜକାସାନିଆ ଏବଂ ୧୭ ବର୍ଷୀୟ ଧୈର୍ଯ୍ୟ ସେଠ୍ ଅଛନ୍ତି । ଆହତ ୨୩ ବର୍ଷୀୟ ଆଦିତ୍ୟ ଓସୱାଲଙ୍କ ଚିକିତ୍ସା ଚାଲିଛି । ରିପୋର୍ଟ ଅନୁସାରେ ଏମାନେ ଛାତ୍ର ଥିଲେ।
ପୋଲିସ କହିଛି, ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଚାଲିଛି । ପ୍ରାଥମିକ ଭାବେ ଅତ୍ୟଧିକ ବେଗ କାରଣରୁ ଗାଡ଼ି ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଥିବା ସନ୍ଦେହ କରାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories