Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୁମ୍ବାଇରେ ପ୍ରବଳ ବର୍ଷା: ସ୍କୁଲ, କଲେଜ ଛୁଟି ଘୋଷଣା

National

ମୁମ୍ବାଇରେ ପ୍ରବଳ ବର୍ଷା: ସ୍କୁଲ, କଲେଜ ଛୁଟି ଘୋଷଣା

Ritu Das
Browse all articles by Ritu Das
·1 year ago·1 min read
ମୁମ୍ବାଇରେ ପ୍ରବଳ ବର୍ଷା: ସ୍କୁଲ, କଲେଜ ଛୁଟି ଘୋଷଣା

ଅର୍ଗସ ବ୍ୟୁରୋ: ମୁମ୍ବାଇରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ଦେଖାଦେଇଛି। ଅନେକ ଲୋକ ବର୍ଷାରେ ଫସି ରହିଛନ୍ତି। ବର୍ଷା ଯୋଗୁ ଟ୍ରାଫିକ ମଧ୍ୟ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ସ୍କୁଲ-କଲେଜ୍‌ ଛୁଟି ଘୋଷଣା କରାଯାଇଛି। ବର୍ଷାରେ ମୋଟ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ବଜ୍ରପାତ ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ପାଣିପାଗ ବିଭାଗ ଏକ ରେଡ ଆଲର୍ଟ ଜାରି କରିଛି। ଆଜି ବି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ବର୍ଷା ହେତୁ ସ୍ଥାନୀୟ ଟ୍ରେନ ମଧ୍ୟ ବିଳମ୍ବରେ ଚାଲୁଛି। ପୂର୍ବ ମୁମ୍ବାଇ, ସେଣ୍ଟ୍ରାଲ ମୁମ୍ବାଇ ଏବଂ ଦକ୍ଷିଣ ସେଣ୍ଟ୍ରାଲ ମୁମ୍ବାଇ ବର୍ଷା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ପାଣିପାଗ ବିଭାଗର ଚେତାବନୀ ପରେ ମୁମ୍ବାଇ, ଥାଣେ, ନଭି ମୁମ୍ବାଇ, ପାଲଘର, ପିମ୍ପ୍ରି ଚିଞ୍ଚୱାଡ ଅଞ୍ଚଳରେ ସ୍କୁଲ ଓ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ରେଡ ଆଲର୍ଟ ଏବେ ମଧ୍ୟ ଜାରି ରହିଛି। ତେଣୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। 

ଆବଶ୍ୟକ ନ ହେଲେ ଘର ନ ବାହାରିବାକୁ ମୁମ୍ବାଇ ପୋଲିସ ମଧ୍ୟ ନିବେଦନ କରିଛି। ଯେକୌଣସି ଜରୁରୀକାଳୀନ ସହାୟତା ଏବଂ ସହାୟତା ପାଇଁ ୧୦୦ ଡାଏଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଲୋକଙ୍କୁ ନିରାପଦରେ ରହିବାକୁ ନିବେଦନ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Raja Festival
Sponsored
Heavy rains | Argus News