WPL 2025 Final: ଦିଲ୍ଲୀକୁ ହରାଇ ପୁଣି ମୁମ୍ବାଇ ଚାମ୍ପିଅନ୍

ପୁଣି ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ । ମହିଳା ପ୍ରିମିୟର ଲିଗ୍ ୨୦୨୫ରେ ପୁଣି ଚାମ୍ପିଅନ ହୋଇଛି ମୁମ୍ୱାଇ ଇଣ୍ଡିଆନ୍ସ । ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ରନ୍ରେ ପରାସ୍ତ କରି ଚଳିତ ସଂସ୍କରଣ ଟ୍ରଫି ହାତେଇଛି । ଏହା ସହ ମୁମ୍ୱାଇ ଇଣ୍ଡିଆନ୍ସ ଦ୍ୱିତୀୟ ଥର ପାଇଁ ଡବ୍ଲୁପିଏଲ୍ ଚାମ୍ପିଅନ ହୋଇଛି ।
CHAMPIONS OF WPL 2025 - MUMBAI INDIANS #TATAWPL #WPLFinal #WPL2025 pic.twitter.com/5NixqGVHQz
— Mumbai Indians FC (@MIPaltanFamily) March 15, 2025
ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଫାଇନାଲ୍ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୧ ରନ୍ କରିବାରେ ସକ୍ଷମ ହୋଇଥିଲା ।
Most successful captain's of MI family 💙#TATAWPL #WPL2025Final #WPL2025 #WPLFinal pic.twitter.com/v4v8UfzlNP
📱 Get Argus News App
✨୧୫୦ ରନ୍ର ଟାର୍ଗେଟକୁ ପିଛା କରିବା ପାଇଁ ମୈଦାନକୁ ଓହ୍ଲାଇଥିବା ଦିଲ୍ଲୀ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା । ଦଳ ୧୫ ରନ ସ୍କୋରରେ ଅଧିନାୟିକା ମେଗ୍ ଲାନିଙ୍ଗଙ୍କ ୱିକେଟ୍ ହରାଇଥିଲା । ଶେଫାଲି ବର୍ମା ୯ ବଲ୍ରେ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ । ଜୋନାସେନ ୧୫ ବଲ ଖେଳି ୧୩ ରନ୍ କରିଥିଲେ । ତେବେ ଜେମିମା ରଡ୍ରିଗ୍ସ ୨୧ ବଲ୍ରେ ୩୦ ରନ୍ କରି ଟିମକୁ ଲଢୁଆ ସ୍ଥିତିକୁ ଆଣିଥିଲେ । କିନ୍ତୁ ୧୮ତମ ଓଭରରେ ବ୍ରଣ୍ଟ ଦିଲ୍ଲୀକୁ ଡବଲ୍ ଝଟକା ଦେଇଥିଲେ । ସେ ୨୬ ବଲ୍ରେ ୪୦ ରନ୍ କରିଥିବା କାପ୍ଙ୍କୁ ପାଭିଲିୟନ୍ ପଠାଇଥିଲେ । ମୁମ୍ୱାଇ ପାଇଁ ବ୍ରଣ୍ଟ ସର୍ବାଧିକ ୩ ୱିକେଟ୍ ନେଇଥିଲେ ।
Purple Cap winner AMELIA KERR#TATAWPL #WPL2025Final #WPL2025 #WPLFinal pic.twitter.com/yc3jymH1dp
— Mumbai Indians FC (@MIPaltanFamily) March 15, 2025
ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ଥର ପାଇଁ WPL ଟାଇଟଲ୍ ଜିତିଛି। ଏହାପୂର୍ବରୁ ମୁମ୍ବାଇ, ମହିଳା ପ୍ରିମିୟର ଲିଗର ପ୍ରଥମ ସିଜିନରେ ବିଜେତା ହୋଇଥିଲା। ସେହି ମ୍ୟାଚ୍ରେ ଦିଲ୍ଲୀକୁ ୭ ୱିକେଟରେ ମୁମ୍ବାଇ ପରାସ୍ତ କରିଥିବାବେଳେ ଏଥର ଦିଲ୍ଲୀକୁ ୮ ରନରେ ପରାସ୍ତ କରିଛି ।
No Mumbai Indians fan will go past without liking this post.#WPLFinal #TATAWPL #WPL2025 pic.twitter.com/rtfVp5Ty79
— Mumbai Indians FC (@MIPaltanFamily) March 15, 2025