Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାସୁଛି ମୁମ୍ୱାଇ, ଭାଙ୍ଗିଲା ୧୦୭ ବର୍ଷର ରେକର୍ଡ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭାସୁଛି ମୁମ୍ୱାଇ, ଭାଙ୍ଗିଲା ୧୦୭ ବର୍ଷର ରେକର୍ଡ

Key Points

ପ୍ରବଳ ବର୍ଷାରେ ବେହାଲ୍‌ ମୁମ୍ବାଇ 

ଭାଙ୍ଗିଲା ୧୦୭ ବର୍ଷର ରେକର୍ଡ

ପ୍ରବଳ ବର୍ଷାରେ ବେହାଲ୍‌ ମୁମ୍ବାଇ । ଭାଙ୍ଗିଲା ୧୦୭ ବର୍ଷର ରେକର୍ଡ । ଠାଣେରୁ ରାୟଗଡ଼ ଯାଏ ଜାରି ହୋଇଛି ରେଡ ଆଲର୍ଟ । ଦାଦର, ପରେଲ, କୁର୍ଲାର ତଳୁଆ ଅଞ୍ଚଳରେ ପାଣି ଜମିବା ସହ ସଡ଼କ, ରେଳ ଓ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ମହାନଗରୀର ରାସ୍ତାଘାଟ, ରେଳଧାରଣା ଓ ବିମାନବନ୍ଦର ସମେତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଛି। ବର୍ଷା ଯୋଗୁଁ ଟ୍ରେନ୍‌ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏକ ଭୂତଳ ମେ‌‌ଟ୍ରୋ ଷ୍ଟେସନ୍‌ ବର୍ଷା ଜଳ‌ରେ ବୁଡ଼ି ଯାଇଛି। ବର୍ଷା ଯୋଗୁଁ ୨୫୦ରୁ ଅଧିକ ବିମାନ ଚଳାଚଳ ପ୍ରଭାବିତ ହୋଇଛି ।


କୁର୍ଲା, ସିଓନ୍, ଦାଦର ଓ ପରେଲ ସମେତ ଅନେକ ତଳିଆ ଅଞ୍ଚଳ ଅତି ସାଂଘାତିକ ଭାବେ ପ୍ରଭାବିତ ହୋଇଥିବାବେଳେ ଜଳମୟ ରାସ୍ତାରେ ଯାନବାହନ ଚଳାଚଳ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟ‌ରେ ୬୩.୫ ମିମି ବର୍ଷା ହୋଇଛି। ସହରର ୬ଟି ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mumbai-is-experiencing-record-breaking-rainfall-and-an-early-monsoon-leading-to-widespread-flooding-and-disruption | Argus News