Shocking / ନୌସେନା ଯବାନଙ୍କ ଘରୁ ମିଳିଲା ପରିବାରର ୪ ଜଣଙ୍କ ମୃତଦେହ, ୨ ମାସର ଛୁଆକୁ ଦିଆଯାଇଛି ବିଷ
·2 hours ago·2 min read

Key Points
ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ନୌସେନା କର୍ମଚାରୀ, ତାଙ୍କ ପତ୍ନୀ ଏବଂ ଦୁଇ ଛୋଟ ପିଲା ଅଛନ୍ତି ।
ମୁମ୍ବାଇ: ମୁମ୍ବାଇର ହାଇ ସିକ୍ୟୁରିଟି ଏରିଆ ନେଭି ନଗରରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ନୌସେନା କର୍ମଚାରୀ, ତାଙ୍କ ପତ୍ନୀ ଏବଂ ଦୁଇ ଛୋଟ ପିଲା ଅଛନ୍ତି । ଦୁଇ ପିଲାଙ୍କ ମଧ୍ୟରୁ ଜଣଙ୍କ ବୟସ ମାତ୍ର ୨ ମାସ ଏବଂ ଅନ୍ୟଜଣଙ୍କ ବୟସ ୩ ବର୍ଷ ବୋଲି ଜଣାପଡ଼ିଛି ।
ଘଟଣାଟି ମୁମ୍ବାଇର ହାଇ ସିକ୍ୟୁରିଟି ଅଞ୍ଚଳ ଭାବେ ପରିଚିତ ନେଭି ନଗରରେ ଘଟିଛି । ଏହି ଅଞ୍ଚଳ କ୍ୟାଣ୍ଟନମେଣ୍ଟ ଅଞ୍ଚଳ ଅଧୀନରେ ରହିଛି ଏବଂ ଏହାର ପରିଚାଳନା ନୌସେନା କରିଥାଏ ।
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ନୌସେନା କର୍ମଚାରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି । ସେହିପରି ପତ୍ନୀ ଓ ତାଙ୍କ ଦୁଇ ପିଲାଙ୍କ ମୃତ୍ୟୁ ବିଷକ୍ରିୟାରେ ହୋଇଥିବା ନେଇ ପୋଲିସ ସନ୍ଦେହ କରୁଛି । ତେବେ ୪ ଜଣଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଏଥିସହ ପଢ଼ନ୍ତୁ: ଜନ୍ମଦିନରେ ବଡ଼ ଅଫର: ୧୬ ଟଙ୍କାରେ ସବୁ ଜିନିଷ, 'ବିକ୍ରି' ନାମରେ ଦଳାଚକଟା ! ପୋଲିସର ଲାଠିଚାର୍ଜ
ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଚାରିଟି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରେ ।
ତେବେ ପରିବାର ଏଭଳି ପଦକ୍ଷେପ କାହିଁକି ନେଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଘଟଣାର ସମସ୍ତ ଦିଗକୁ ଯାଞ୍ଚ କରାଯାଉଛି । ମୃତକ ନୌସେନାର ସେଲର ପୂର୍ଣ୍ଣମାଲ ଶମ୍ଭୁଲାଲ ମେହରା, ପତ୍ନୀ ଓମା ପୂର୍ଣ୍ଣମାଲ ମେହରା ବୋଲି ଜଣାପଡ଼ିଛି ।
ପୋଲିସ ଡେପୁଟି କମିଶନର ମନୀଷ କଲୱାନିୟା କହିଛନ୍ତି, "ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଭଳି ଲାଗୁଛି । ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ।" ସେହିଭଳି ନୌସେନା ପକ୍ଷରୁ କୁହାଯାଇଛି, "ଅଗଷ୍ଟ ୧୫ରେ ନୌସେନା ସେଲରଙ୍କ ସହ ୪ ଜଣଙ୍କ ମୃତଦେହ ମିଳିଛି । ନୌସେନା ପକ୍ଷରୁ ସମସ୍ତ ସହଯୋଗ ତଦନ୍ତରେ କରାଯାଉଛି ।"
ହେଲ୍ପଲାଇନ୍
ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଆଖପାଖରେ କେହି ପରିଚିତଙ୍କ ମନରେ ଆତ୍ମହତ୍ୟାର ଭାବନା ଆସୁଛି । ତାହେଲେ ଏହା ଗମ୍ଭୀର ଜରୁରୀକାଳୀନ ମେଡିକାଲ୍ ସ୍ଥିତି ଅଟେ । ଏଥିପାଇଁ ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ସମ୍ପର୍କ କରନ୍ତୁ । ଟେଲିମାନସର ହେଲ୍ପଲାଇନ୍ 1800914416ରେ ମଧ୍ୟ ସମ୍ପର୍କ କରିପାରିବେ । ଏହି ହେଲ୍ପଲାଇନ୍ରେ ଆପଣଙ୍କ ପରିଚୟ ଗୋପନ ରଖାଯିବ ଏବଂ ବିଶେଷଜ୍ଞ ଆପଣଙ୍କୁ ସେହି ପରିସ୍ଥିତିରୁ ବାହାରିବାକୁ ଲାଗି ଆବଶ୍ୟକ ପରାମର୍ଶ ଦେବେ । ଜୀବନ ଥିଲେ, ସବୁ ଅଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories