Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତେହୱୁର ରାଣା ଭାରତ ଆସିବ

National

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତେହୱୁର ରାଣା ଭାରତ ଆସିବ

Ritu Das
Browse all articles by Ritu Das
·1 year ago·1 min read
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତେହୱୁର ରାଣା ଭାରତ ଆସିବ

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତେହୱୁର ରାଣାକୁ ଭାରତକୁ ପ୍ରତ୍ୟାର୍ପଣ ଉପରେ ରୋକ ଲଗାଇବା ପାଇଁ ଦାୟର ଆବେଦନକୁ ଆମେରିକାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହାଫଳରେ ତାହାର ଭାରତ ପ୍ରତ୍ୟାର୍ପଣ ନିଶ୍ଚିତ ହୋଇଯାଇଛି। ପାକିସ୍ତାନୀ ବଂଶୋଦ୍ଭବ ୬୪ ବର୍ଷୀୟ କାନାଡିଆନ ନାଗରିକ ରାଣା ବର୍ତ୍ତମାନ ଲସ୍ ଆଞ୍ଜେଲସର ମେଟ୍ରୋପଲିଟାନ୍ ଡିଟେନସନ୍ ସେଣ୍ଟରରେ ବନ୍ଦୀ ଭାବେ ରହୁଛି। ସେ ଫେବୃଆରୀ ୨୭ ତାରିଖରେ ଆମେରିକା ସୁପ୍ରିମକୋର୍ଟର ଆସୋସିଏଟ୍ ଜଷ୍ଟିସ୍ ଏବଂ ନବମ ସର୍କିଟର ସର୍କିଟ୍ ଜଜ୍ ଏଲେନା କାଗାନଙ୍କ ସମ୍ମୁଖରେ "ବିଚାରାଧୀନ ହେବିୟସ୍ କର୍ପସ୍ ପିଟିସନ୍‌କୁ ସ୍ଥଗିତ ରଖିବା ପାଇଁ ଏକ ଜରୁରୀକାଳୀନ ଆବେଦନ ଦାଖଲ କରିଥିଲା।


ଗତ ମାସ ଆରମ୍ଭରେ କାଗାନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ସୁପ୍ରିମକୋର୍ଟ ୱେବସାଇଟରେ ପୋଷ୍ଟ ହୋଇଥିବା ଏକ ଆଦେଶରେ କୁହାଯାଇଛି ଯେ ରାଣାର ନୂଆ ଆବେଦନକୁ ୪ ଏପ୍ରିଲ୍, ୨୦୨୫ରେ ଏକ ବୈଠକ ପାଇଁ ତାଲିକାଭୁକ୍ତ କରାଯାଇଥିଲା ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି। ସୋମବାର ସୁପ୍ରିମକୋର୍ଟ ୱେବସାଇଟରେ ଏକ ନୋଟିସରେ କୁହାଯାଇଛି ଯେ, "କୋର୍ଟ ଆବେଦନକୁ ଖାରଜ କରିଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mumbai-terror-attack-accused-tehwur-rana-to-come-to-india | Argus News