Videos
|
National

Viral News / ମୁମ୍ବାଇରେ ୧୦ମ ମହଲାରୁ ଖସିଲେ ମହିଳା, ଗଛ ଡାଳରେ ଅଟକି ବଞ୍ଚିଲା ଜୀବନ

Rashmita Mishra
Browse all articles by Rashmita Mishra
·1 hour ago·2 min read
ମୁମ୍ବାଇରେ ୧୦ମ ମହଲାରୁ ଖସିଲେ ମହିଳା, ଗଛ ଡାଳରେ ଅଟକି ବଞ୍ଚିଲା ଜୀବନ
Viral News

Key Points

୧୦ମ ମହଲାରୁ ଖସିଲେ ମହିଳା ଗଛ ଡାଳ ବଞ୍ଚାଇଲା ଜୀବନ
ମୃତ୍ୟୁ ମୁହଁରୁ ଫେରିଲେ ମହିଳା ୧୦ ମହଲାରୁ ଖସି ବି ଜୀବିତ
ଭାଗ୍ୟର ବଳ! ୧୦ମ ମହଲାରୁ ପଡ଼ି ଗଛରେ ଅଟକିଲେ
ମୃତ୍ୟୁକୁ ଦେଲେ ମାତ୍ ଗଛ ଡାଳରେ ଅଟକି ବଞ୍ଚିଲା ଜୀବନ

୧୦ମ ମହଲାରୁ ହଠାତ୍ ଖସିପଡ଼ିଲେ ମହିଳା, ତଳେ ଅପେକ୍ଷା କରିଥିଲା ମୃତ୍ୟୁ ! କିନ୍ତୁ ଶେଷ ମୁହୂର୍ତ୍ତରେ ଏମିତି କିଛି ଘଟିଲା, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ମୁମ୍ବାଇର ଭାଣ୍ଡୁପରେ ସନସାଇନ୍ SRA ବିଲ୍ଡିଂର ୧୦ମ ମହଲାରୁ ତଳକୁ ଖସିଥିବା ଜଣେ ମହିଳା ସିଧା ମାଟିରେ ନପଡ଼ି ଏକ ବଡ଼ ଗଛର ଡାଳରେ ଅଟକିଯାଇଥିଲେ । ଯେଉଁ ଗଛ ଡାଳ ସେହି ମୁହୂର୍ତ୍ତରେ ତାଙ୍କ ପାଇଁ ସାଜିଲା ଜୀବନରକ୍ଷକ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ଆରମ୍ଭ କଲେ ଦୁଃସାହସିକ ରେସ୍କ୍ୟୁ ଅପରେସନ୍ । ତେବେ ସେ କିପରି ତଳକୁ ଖସିଲେ, ତାହା ଏବେ ବି ରହସ୍ୟ ।

ମୁମ୍ବାଇର ଭାଣ୍ଡୁପ ଅଞ୍ଚଳରେ ଗୁରୁବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ସନସାଇନ୍ SRA ବିଲ୍ଡିଂର ୧୦ମ ମହଲାରୁ ଜଣେ ମହିଳା ତଳକୁ ଖସିପଡ଼ିଥିଲେ । ତେବେ ସେ ସିଧାସଳଖ ମାଟିରେ ନପଡ଼ି ବିଲ୍ଡିଂ ତଳେ ଥିବା ଏକ ବଡ଼ ଗଛର ଡାଳରେ ଅଟକି ଯାଇଥିଲେ । ଫଳରେ ତାଙ୍କ ଜୀବନ ରକ୍ଷା ପାଇଥିଲା । ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ଉଭୟ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଡାଳରୁ ମହିଳାଙ୍କୁ ଉଦ୍ଧାର

ଗଛର ଉଚ୍ଚ ଡାଳରେ ମହିଳା ଫସିଥିବା ଦେଖି ଅଗ୍ନିଶମ କର୍ମଚାରୀମାନେ ସାବଧାନତାର ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ସମୟର ଚେଷ୍ଟା ପରେ ମହିଳାଙ୍କୁ ଡାଳରୁ ସୁରକ୍ଷିତ ଭାବେ ତଳକୁ ଅଣାଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ୧୦ମ ମହଲାରୁ ଖସିବା ପରେ ଗଛର ଡାଳରେ ଅଟକିଯିବା ମହିଳାଙ୍କ ପାଇଁ ଜୀବନରକ୍ଷକ ସାବ୍ୟସ୍ତ ହୋଇଛି । ଯଦି ସେ ସିଧା ମାଟିରେ ପଡ଼ିଥାନ୍ତେ, ତେବେ ପରିଣାମ ଅତ୍ୟନ୍ତ ଗୁରୁତର ହୋଇପାରିଥାନ୍ତା । ତେବେ ମହିଳାଙ୍କୁ କେତେ ଆଘାତ ଲାଗିଛି, ସେନେଇ ବିସ୍ତୃତ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।

ଦୁର୍ଘଟଣା ନା ଅନ୍ୟ କିଛି ? ତଦନ୍ତରେ ପୋଲିସ
ମହିଳା ଜଣକ ୧୦ମ ମହଲାରୁ କିପରି ତଳକୁ ଖସିଲେ, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ସେ ଦୁର୍ଘଟଣାବଶତଃ ଖସିପଡ଼ିଥିଲେ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ଏବଂ ମହିଳାଙ୍କ ବୟାନ ସହ ଘଟଣାସ୍ଥଳରୁ ମିଳୁଥିବା ତଥ୍ୟ ଆଧାରରେ ମାମଲାର ତଦନ୍ତ ଆଗକୁ ବଢ଼ାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: