ଝାଡ଼ଖଣ୍ଡ ହାଇକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ହାଇକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା । ଶାହଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବାକୁ ନେଇ ହୋଇଥିବା ମାନହାନୀ ମକୋଦ୍ଦମା ବିରୋଧରେ କଂଗ୍ରେସ ଦ୍ବାରା ଦାଖଲ ଅପିଲକୁ ଖାରଜ କଲେ ଝାରଖଣ୍ଡ ହାଇକୋର୍ଟ ଏବଂ ମକୋଦ୍ଦମା ପ୍ରକ୍ରିୟାକୁ ବନ୍ଦ କରିବାର ଆବେଦନ ପ୍ରତ୍ୟାଖ୍ୟାନ କରିଛନ୍ତି ।
ତେବେ ଝାଡ଼ଖଣ୍ଡ କୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କୁ କୋର୍ଟ ଚାଲାଣ କରିବାର ପ୍ରକ୍ରିୟା ଆରମ୍ଭ ହେବ । ମାର୍ଚ୍ଚ, ୨୦୧୮ରେ ରାହୁଲ ଗାନ୍ଧୀ ବିଜେପି ବିରୋଧରେ ଭାଷଣ ଦେଇଥିଲେ ଏବଂ ଅମିତ୍ ଶାହଙ୍କୁ ହତ୍ୟାକାରୀ କହିଥିବାର ଅଭିଯୋଗ କରି ବିଜେପି ନେତା ନବୀନ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ଅଭିଯୋଗ ମାମଲା ଦାୟର କରିଥିଲେ ଟ୍ରାଏଲ କୋର୍ଟରେ ଚାଲିଥିବା ମକଦ୍ଦମା ବାତିଲ କରିବାକୁ ରାହୁଲ ହାଇକୋର୍ଟରେ ଏକ ଆବେଦନ କରିଥିଲେ । ଫେବୃଆରୀ ୧୬ ରେ, ରାହୁଲ ଗାନ୍ଧୀଙ୍କ ଲିଖିତ ପକ୍ଷ କୋର୍ଟରେ ଉପସ୍ଥାପିତ ହୋଇଥିଲା, ଏହା ପରେ ଜଷ୍ଟିସ ଅମ୍ବୁଜ ନାଥଙ୍କ ବେଞ୍ଚ ଏହି ନିଷ୍ପତ୍ତି ସଂରକ୍ଷଣ ରଖିଥିଲେ।
ଅଧିକ ପଢନ୍ତୁ ଭାରତ ଖବର