|
logo
Live

Argus News - ୟୁପିରେ ଚାଞ୍ଚଲ୍ୟ: ମା’ ବାପାଙ୍କ ସହ ୩ ଶିଶୁଙ୍କୁ ହତ୍ୟା

National

ୟୁପିରେ ଚାଞ୍ଚଲ୍ୟ: ମା’ ବାପାଙ୍କ ସହ ୩ ଶିଶୁଙ୍କୁ ହତ୍ୟା

Ritu Das
Browse all articles by Ritu Das
·1 year ago·1 min read
ୟୁପିରେ ଚାଞ୍ଚଲ୍ୟ: ମା’ ବାପାଙ୍କ ସହ ୩ ଶିଶୁଙ୍କୁ ହତ୍ୟା

ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ମିରଟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ ବେଡବକ୍ସରୁ ପୋଲିସ ଜବତ କରିଛି। ଦମ୍ପତିଙ୍କ ସହ ୩ଶିଶୁଙ୍କ କ୍ଷତବିକ୍ଷତ ଶରୀର ଉଦ୍ଧାର ହୋଇଛି। ସ୍ବାମୀ ସ୍ତ୍ରୀଙ୍କ ସହିତ ୩ ଝିଅଙ୍କୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି। ୩ ଝିଅଙ୍କ ବୟସ ୧୦ ବର୍ଷରୁ କମ। ସବୁଠାରୁ ବଡ ଝିଅର ବୟସ ୮ ଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଯଥାକ୍ରମେ ୪ ଓ ୧ ବର୍ଷ ହେବ।


ଶରୀରର ମୁଣ୍ଡକୁ କୌଣସି ମାରଣାସ୍ତ୍ରରେ ପିଟା ଯାଇଥିବା ଜଣାପଡିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ଏସ୍‌ଏସ୍‌ପି ବିପିନ ଟାଡା କହିଛନ୍ତି। ସୂଚନାଯୋଗ୍ୟ, ପରିବାରର କୌଣସି ଲୋକ ଘରୁ ବାହାରକୁ ନ ବାହାରିବାରୁ ପଡୋଶୀଙ୍କ ସନ୍ଦେହ ହୋଇଥିଲା। ଏନେଇ ପଡୋଶୀ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ପହଞ୍ଚି ତାଲା ଭାଙ୍ଗି ଘରେ ପଶିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହେଲେ ପୋଲିସ ପ୍ରଥମେ ଘରର ସମସ୍ତ ଜିନିଷ ଏଣେତେଣେ ପଡିଥିବା ଦେଖିବାକୁ ପାଇଥିଲା। ପରେ ପୋଲିସ ବେଡବକ୍ସରୁ ୪ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ସାନ ଝିଅର ମୃତଦେହ ଏକ ଅଖା ଭିତରେ ଥିବା ଦେଖିବାକୁ ପାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ବୋଲି ଏସ୍‌ଏସ୍‌ପି ବିପିନ ଟାଡା କହିଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ନେଇ ତନାଘନା ଚଳାଇଛି।

Sponsored
ୟୁପିରେ ଚାଞ୍ଚଲ୍ୟ: ମା’ ବାପାଙ୍କ ସହ ୩ ଶିଶୁଙ୍କୁ ହତ୍ୟା | Argus News