ମୁର୍ଶିଦାବାଦ ଦଙ୍ଗା ମାମଲା , ୨ ଜଣ ଗିରଫ

ପଶ୍ଚିମବଙ୍ଗ ମୁର୍ଶିଦାବାଦ ଦଙ୍ଗା ମାମଲାରେ ଝାରସୁଗୁଡ଼ାରୁ ବନ୍ଧାହୋଇଛନ୍ତି 2 ଜଣ। ମୁର୍ଶିଦାବାଦ ଦଙ୍ଗାରେ ହିନ୍ଦୁ ବାପ-ପୁଅଙ୍କୁ ହତ୍ୟା ଘଟଣାରେ ଝାରସୁଗୁଡ଼ା ବନହରପାଲି ଥାନା ଅଞ୍ଚଳରୁ ଗିରଫ ହୋଇଛନ୍ତି 2 ଅଭିଯୁକ୍ତ । ଏମାନେ ହେଲେ ବାନି ଇସ୍ରାଏଲ, ସେଫାଉଲ୍ ହକ୍ । ଦୁହିଁଙ୍କଠାରୁ ପିସ୍ତଲ, ଗୁଳି, ଖୋକା ଜବତ ହୋଇଛି। ବନହରପାଲି ପୋଲିସ ସହାୟତାରେ ଗିରଫ କରିଛି ପଶ୍ଚିମବଙ୍ଗ STF। ମୁର୍ଶିଦାବାଦ ହିଂସା ମାମଲାରେ SIT ଝାରସୁଗୁଡ଼ାରୁ 6 ଜଣଙ୍କୁ ଅଟକ ରଖିଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ IG ହିମାଂଶୁ ଲାଲ୍।
ଏମାନେ ମୁର୍ଶିଦାବାଦରେ ଦଙ୍ଗା ପରେ ଝାରସୁଗୁଡ଼ା ଆସି ଆତ୍ମଗୋପନ କରିଥିଲେ। ହିଂସା ଭିଆଇବା ପରେ କିଛି ସନ୍ଦିଗ୍ଦ ଝାରସୁଗୁଡା ପଳାଇ ଆସିଥିବା ସନ୍ଦେହ କରି ବନହରପାଲି ଥାନା ବନ୍ଧବାହାଲ ଅଞ୍ଚଳରେ ପୁଲିସ ଚଢ଼ାଉ କରିଥିଲା। ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ସକାଳୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଝାରସୁଗୁଡ଼ା ଏସପି ସ୍ମିତ୍ ପରମାର ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ପଶ୍ଚିମବଙ୍ଗ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।