Videos
|
National

Model Muskan Murder Accused / ମଡେଲ ମୁସ୍କାନର ହତ୍ୟା ଅଭିଯୁକ୍ତ ଇମ୍ରାନ ବିରୋଧରେ ରହିଛି ଗଣଦୁଷ୍କର୍ମ,ଏବଂ ହତ୍ୟା ଉଦ୍ୟମ ମାମଲା

Bikash Mohanty
Browse all articles by Bikash Mohanty
·1 hour ago·3 min read
ମଡେଲ ମୁସ୍କାନର ହତ୍ୟା ଅଭିଯୁକ୍ତ ଇମ୍ରାନ ବିରୋଧରେ ରହିଛି ଗଣଦୁଷ୍କର୍ମ,ଏବଂ ହତ୍ୟା ଉଦ୍ୟମ ମାମଲା
Muskan sharma

Key Points

ମଡେଲ ମୁସ୍କାନର ହତ୍ୟା ମାମଲା
ହିଷ୍ଟ୍ରି ସିଟର ଥିଲା ଅଭିଯୁକ୍ତ ଇମ୍ରାନ
ଇମ୍ରାନ ବିରୋଧରେ ରହିଛି ଗଣଦୁଷ୍କର୍ମ, ହତ୍ୟା ଉଦ୍ୟମ ମାମଲା
ନୂଆଦିଲ୍ଲୀ: ମଡେଲ୍ ମୁସ୍କାନ ଶର୍ମାଙ୍କ ହତ୍ୟା ଘଟଣାକୁ ନେଇ ତଦନ୍ତ ଆହୁରି ତୀବ୍ର ହୋଇଛି। ଏହି ମାମଲାରେ ଅଭିଯୁକ୍ତ ଇମ୍ରାନକୁ ପୋଲିସ ଏନକାଉଣ୍ଟର କରିଛି। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଆକିବ୍‌ର ଦୀର୍ଘ ଅପରାଧିକ ଇତିହାସ ରହିଛି। ସେ ଜଣେ ହିଷ୍ଟ୍ରି ସିଟର ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ତା ବିରୋଧରେ ଗଣଦୁଷ୍କର୍ମ, POCSO ଆଇନ ଏବଂ ହତ୍ୟା ଉଦ୍ୟମ ସମ୍ବନ୍ଧୀୟ ମାମଲା ରହିଥିବା ପୋଲିସ କହିଛି।

POCSO ମାମଲାରେ ଯାଇଥିଲା ଜେଲ୍
୨୦୧୮ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଇମ୍ରାନକୁ POCSO ଆଇନ ଅନୁଯାୟୀ ଗିରଫ କରାଯାଇଥିଲା। ଅଭିଯୋଗ ଅନୁସାରେ, ପୀଡ଼ିତା ପ୍ରତିରୋଧ କରିବାରୁ ତାଙ୍କ ହାତ ଭାଙ୍ଗି ଦିଆଯାଇଥିଲା। ଏହି ମାମଲାରେ ଆକିବ୍ ଜେଲ୍ ମଧ୍ୟ ଯାଇଥିଲେ।

ଜେଲରୁ ବାହାରିବା ପରେ ମଧ୍ୟ ତାଙ୍କ ଅପରାଧିକ କାର୍ଯ୍ୟକଳାପରେ ବିରାମ ଲାଗିନଥିଲା ବୋଲି ପୋଲିସ ତଦନ୍ତରୁ ସୂଚନା ମିଳିଛି। ୨୦୨୧ ମସିହାରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଆକ୍ରମଣ କରିବା ଅଭିଯୋଗରେ ତାଙ୍କୁ ପୁଣି ଜେଲ୍ ପଠାଯାଇଥିଲା। ଉଭୟ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଥିବା ବେଳେ ସେ ଜାମିନରେ ଥିଲେ।

ହତ୍ୟା ପୂର୍ବରୁ ହଇରାଣ ଅଭିଯୋଗ କରିଥିଲେ ମୁସ୍କାନ
ପୋଲିସ ତଦନ୍ତ ଅନୁସାରେ, ମୁସ୍କାନ ଶର୍ମା ଗତ ଜୁଲାଇ ୧୮ ତାରିଖରେ ଇମ୍ରାନଙ୍କ ଦ୍ୱାରା ହଇରାଣ ହେଉଥିବା ନେଇ ଅଭିଯୋଗ କରିଥିଲେ। ଏହାସହ ଜଣେ POCSO ମାମଲାର ଅଭିଯୁକ୍ତ ବ୍ୟକ୍ତି କିପରି ଏକ ଜିମ୍‌ରେ ଚାକିରି ପାଇଲେ, ସେ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ମଡେଲ୍ ମୁସ୍କାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜିମ୍ ଟ୍ରେନର ଇମ୍ରାନ୍‌କୁ ଏନକାଉଣ୍ଟର

ନିଶାଗ୍ରସ୍ତ ଥିଲା ଅଭିଯୁକ୍ତ ଇମ୍ରାନ୍
ପୋଲିସ ସୂଚନା ଅନୁସାରେ, ଇମ୍ରାନ୍ ନିଶାଗ୍ରସ୍ତ ଥିଲା। ଏହି କାରଣରୁ ତାକୁ ଏକ ନିଶା ନିବାରଣ କେନ୍ଦ୍ରକୁ ପଠାଯାଇଥିଲା। କିନ୍ତୁ ସେଠାରେ ସେ ନିଜକୁ କ୍ଷତି ପହଞ୍ଚାଇବା ଆରମ୍ଭ କରିବାରୁ ଜୁଲାଇ ୩୦ ତାରିଖରେ ତାକୁ ଛାଡ଼ି ଦିଆଯାଇଥିଲା ବୋଲି ତଦନ୍ତରୁ ସୂଚନା ମିଳିଛି। ଘଟଣା ପରେ ପଳାଇବା ସମୟରେ ଇମ୍ରାନକୁ କିଏ ଆଶ୍ରୟ ଦେଇଥିଲା ଏବଂ ପରେ ପୋଲିସ ଏନକାଉଣ୍ଟର ସମୟରେ ବ୍ୟବହୃତ ଅସ୍ତ୍ର କିଏ ଯୋଗାଇଥିଲା, ତାହାର ତଦନ୍ତ ଚାଲିଛି। ପୋଲିସ ତାଙ୍କ ମୋବାଇଲ୍ କଲ୍ ଡିଟେଲ୍ ଏବଂ ଲୋକେସନ୍ ଆଧାରରେ ସମ୍ଭାବ୍ୟ ସହଯୋଗୀଙ୍କୁ ଖୋଜୁଛି।

ଅନ୍ୟ ଯୁବକଙ୍କ ସହ କଥା ହେଉଥିବା ଦେଖି ରାଗିଗଲା

ପ୍ରାରମ୍ଭିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ ଅଭିଯୁକ୍ତର ଅତ୍ୟଧିକ କ୍ରୋଧ ଏବଂ ସନ୍ଦେହପ୍ରବଣ ମନୋଭାବ ହତ୍ୟାର ଏକ ପ୍ରମୁଖ କାରଣ ହୋଇପାରେ। ମୁସ୍କାନଙ୍କ ମୋବାଇଲ୍ ଫୋନ୍ ଯାଞ୍ଚରୁ ଉଭୟଙ୍କ ମଧ୍ୟରେ ଚାଟ୍ ଏବଂ ମୁସ୍କାନଙ୍କ ଅନ୍ୟ ଜଣେ ଯୁବକଙ୍କ ସହ କଥାବାର୍ତ୍ତା ସମ୍ପର୍କରେ ସୂଚନା ମିଳିଥିଲା। ପୋଲିସର କହିବା ଅନୁଯାୟୀ, ଘଟଣା ଦିନ ଇମ୍ରାନ୍ ମୁସ୍କାନଙ୍କ ଘରେ ପହଞ୍ଚିବା ପରେ ତାଙ୍କ ମୋବାଇଲ୍ ଫୋନ୍ ଯାଞ୍ଚ କରିଥିଲା। ଅନ୍ୟ ଜଣେ ଯୁବକଙ୍କ ସହ କଥାବାର୍ତ୍ତା ଦେଖି ସେ ଉତ୍ତ୍ୟକ୍ତ ହୋଇପଡ଼ିଥିବା ଅଭିଯୋଗ ରହିଛି।

ମୁସ୍କାନ ଇମ୍ରାନକୁ ଘରୁ ବାହାରି ଯିବାକୁ କହିବା ପରେ ପରିସ୍ଥିତି ହିଂସ୍ର ରୂପ ନେଇଥିଲା। ଅଭିଯୋଗ ଅନୁସାରେ, ସେ ମୁସ୍କାନଙ୍କୁ ବିଛଣା ଉପରେ ପକାଇ ଛାତି ଏବଂ ପେଟରେ ବାରମ୍ବାର ଛୁରିରେ ଆକ୍ରମଣ କରିଥିଲା। ଅପରାଧ ପରେ ମୁସ୍କାନଙ୍କ ମୋବାଇଲ୍ ଫୋନ୍ ନେଇ ଇମ୍ରାନ୍ ପଳାଇ ଯାଇଥିଲା। ପରେ ପୋଲିସ ତାଙ୍କ ସୂଚନା ଆଧାରରେ ମୋବାଇଲ୍ ଫୋନ୍‌ଟି ଉଦ୍ଧାର କରିଥିଲା।

ପୋଲିସ ଉପରେ ୪ ରାଉଣ୍ଡ ଗୁଳିଚାଳନା


ଗୁରୁବାର ବିଳମ୍ବିତ ରାତିରେ ରାଜୌରୀ ଗାର୍ଡେନର ନାଲା ରୋଡ୍ ନିକଟରେ ପୋଲିସ ଅଭିଯୁକ୍ତଇମ୍ରାନକୁ ଘେରିଥିଲା। ନିଜକୁ ଚାରିପଟୁ ଘେରାଯାଇଥିବା ଦେଖି ଇମ୍ରାନ୍ ପୋଲିସ ଟିମ୍ ଉପରେ ଚାରି ରାଉଣ୍ଡ ଗୁଳି ଚଳାଇଥିବା ଅଭିଯୋଗ ରହିଛି।

ପୋଲିସର ପାଲଟା ଗୁଳିଚାଳନାରେ ଇମ୍ରାନ୍ ଉଭୟ ଗୋଡ଼ରେ ତିନୋଟି ଗୁଳି ବାଜିଥିଲା। ପରେ ତାକୁ ଗିରଫ କରାଯାଇ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ନିକଟରୁ ଏକ ଦେଶୀ ନିର୍ମିତ ପିସ୍ତଲ ଜବତ କରାଯାଇଥିବା ପୋଲିସ କହିଛି।

ପୋଲିସ ଅନୁସାରେ, ଉଭୟ ପକ୍ଷରୁ ମୋଟ ୧୧ ରାଉଣ୍ଡ ଗୁଳିଚାଳନା ହୋଇଥିଲା। ଘଟଣାର ପ୍ରତ୍ୟେକ ଦିଗକୁ ନେଇ ଏବେ ତଦନ୍ତ ଜାରି ରହିଛି। ଆକିବ୍‌କୁ କିଏ ଅସ୍ତ୍ର ଯୋଗାଇଥିଲା ଏବଂ ପଳାୟନ ସମୟରେ କିଏ ସହଯୋଗ କରିଥିଲା, ସେନେଇ ପୋଲିସ ଗଭୀର ତଦନ୍ତ ଚଳାଇଛି।