ଆଉ ଯେତେବେଳେ ଝିଅ ଜାଣିଲା ସେ ମୁସଲମାନ, ତାପରେ ଯାହା ହେଲା ..

Key Points
ପ୍ରେମରେ ନଥାଏ ଜାତିଭେଦ। ପ୍ରେମ କେତେବେଳେ ବି କାହା ସହ ହୋଇପାରେ। ଏକଥା ସମାଜର ଶିକ୍ଷିତ ଲୋକଙ୍କ ଠାରୁ ନେଇ ନିରକ୍ଷରଙ୍କ ପର୍ଯ୍ୟନ୍ତ ସମସ୍ତେ କୁହନ୍ତି। ହେଲେ ମଧ୍ୟ ପ୍ରଦେଶରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଜଣେ ମୁସଲମାନ ଯୁବକ ହିନ୍ଦୁ ଝିଅକୁ ପ୍ରେମ କରିବା ପାଇଁ ମୁଣ୍ଡରେ ତିଳକ ଲଗାଇ ଯାଉଥିଲେ ମନ୍ଦିର। ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇ ନିଜ ନାଁ ବଦଳାଇ ରଖିଥିଲେ ଗୋଲୁ।
ଝିଅ ସହ ୬ ମାସ କାଳ ସମ୍ପର୍କ ରଖି ସାରିବା ପରେ, ଜଣାଇଥିଲେ ସେ ଜଣେ ମୁସଲମାନ ବୋଲି। ମୁସଲମାନ ଜାଣିବା ପରେ ଝିଅଟି ଯୁବକଙ୍କ ଠାରୁ ଦୂରେଇ ଯିବାକୁ ଚେଷ୍ଟା କରିବାରୁ, ଯୁବକ ଜଣକ ଝିଅକୁ ବାଧ୍ୟ କରିଥିଲା ନିଜର ଧର୍ମ ପରିବର୍ତ୍ତନ କରିବାକୁ।
📱 Get Argus News App
✨ପୀଡିତାଙ୍କ ସୂଚନା ଅନୁସାରେ ୨୦୨୪ ମସିହାରେ 'ନମନ' ନାମକ ଏକ ଇନଷ୍ଟାଗ୍ରାମ ଆଇଡି ମାଧ୍ୟମରେ ଉଭୟଙ୍କର ଦେଖା ହୋଇଥିଲା। ପୁଅଟି ନିଜର ପରିଚୟ ଦେଇଥିଲା 'ଗୋଲୁ'। ପରେ ଫୋନ ନମ୍ବର ଦିଆନିଆ ହୋଇ ଆରମ୍ଭ ହୋଇଥିଲା କଥାବାର୍ତ୍ତା। ଆଉ ଯେତେବେଳେ ଅଭିଯୁକ୍ତ ଦେଖା କରିବାକୁ ଆସୁଥିଲା, ସେତେବେଳେ ସେ ମୁଣ୍ଡରେ ତିଳକ ଲଗାଇ ଆସୁଥିଲା। ସେ ଝିଅ ସହିତ ମନ୍ଦିର ଯାଉଥିଲେ। ଅକ୍ଟୋବର ୨୦୨୪ ରେ ପୀଡିତା ଜାଣିବାକୁ ପାଇଥିଲେ ଗୋଲୁର ପ୍ରକୃତ ନାମ ହେଉଛି ଫରହାନ ମକରାନି। ଯିଏ ସାଗରର ସଦର ଅଞ୍ଚଳର ବାସିନ୍ଦା। ପୀଡିତ ସତ ଜାଣିବା ପରେ ଯୁବକ ଜଣଙ୍କ ତାଙ୍କୁ ବଦନାମ କରିବାକୁ ଧମକ ଦେଇଥିଲେ।
ଗତ ୩୦ ତାରିଖରେ ପୀଡିତା ତାଙ୍କ ବନ୍ଧୁଙ୍କ ସହିତ ଶନିଦେବ ମନ୍ଦିର ଆସିଥିଲେ। ଅଭିଯୁକ୍ତ ମଧ୍ୟ ସେଠାକୁ ଆସିଥିଲେ। ସେଠାରେ ଝିଅକୁ ଧମକ ଦେଇ କହିଥିଲେ ଧର୍ମ ପରିବର୍ତ୍ତନ କରିବାକୁ। ସେଠାରେ ପୀଡିତାଙ୍କୁ ହତ୍ୟା ଧମକ ଦେଇଥିଲେ। ଏନେଇ ପୀଡିତା ଜଣଙ୍କ ଗୋଟେ ହନ୍ଦୁ ସଂଗଠନର ସହଯୋଗ ଲୋଡିଥିଲେ। ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖିଥିବା ଜଣା ପଡିଛି।