Videos
|
National

Muzaffarnagar Car Accident / ଦୀପାବଳି ରାତିରେ ଭୟଙ୍କର ଦୁର୍ଘଟଣା…ଜଳିଗଲା କାର୍‌… ମହିଳା ଓ ଶିଶୁଙ୍କ ସମେତ ୬ ଜୀବନ୍ତ ଦଗ୍ଧ

Ritu Das
Browse all articles by Ritu Das
·50 mins ago·2 min read
ଦୀପାବଳି ରାତିରେ ଭୟଙ୍କର ଦୁର୍ଘଟଣା…ଜଳିଗଲା କାର୍‌… ମହିଳା ଓ ଶିଶୁଙ୍କ ସମେତ ୬ ଜୀବନ୍ତ ଦଗ୍ଧ
India

Key Points

ଉତ୍ତରପ୍ରଦେଶର ମୁଜାଫରନଗରରେ ଦୀପାବଳି ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃ*ତ୍ୟୁ ଘଟିଛି
ଉତ୍ତର ପ୍ରଦେଶର ମୁଜାଫରନଗରରେ ଦୀପାବଳି ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃ*ତ୍ୟୁ ଘଟିଛି। ଟିଟାୱି ଥାନା ଅଞ୍ଚଳ ଅନ୍ତର୍ଗତ ଜାଗାହେଡ଼ି ନିକଟରେ, ଏକ ଦ୍ରୁତ ଗତିରେ ଯାଉଥିବା 'ହ୍ୟୁଣ୍ଡାଇ ଅରା' (Hyundai Aura) କାର୍ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡରରେ ପିଟି ହେବା ପରେ ଓଲଟି ପଡ଼ିଥିଲା। ଧକ୍କା ହେବା ମାତ୍ରେ କାର୍‌ରେ ନିଆଁ ଲାଗିଯାଇଥିଲା ଏବଂ ମୁହୂର୍ତ୍ତକ ମଧ୍ୟରେ ନିଆଁ ସମ୍ପୂର୍ଣ୍ଣ ଗାଡ଼ିକୁ ବ୍ୟାପିଯାଇଥିଲା। ଦୁର୍ଘଟଣା ସମୟରେ ଗାଡ଼ିରେ ଥିବା ଜଣେ ମହିଳା ଓ ଏକ ଶିଶୁଙ୍କ ସମେତ ମୋଟ ୬ ଜଣ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି।

  • ସମସ୍ତେ ଜିନ୍ଦରୁ ହରିଦ୍ୱାର ଯାଉଥିଲେ

ପ୍ରାଥମିକ ସୂଚନା ଅନୁଯାୟୀ, କାରରେ ଥିବା ଛଅ ଜଣ ଯାକ ବ୍ୟକ୍ତି ହରିୟାଣାର ଜିନ୍ଦ ଜିଲ୍ଲାର ବାସିନ୍ଦା ଥିଲେ। ସେମାନେ ଜିନ୍ଦରୁ ହରିଦ୍ୱାର ଅଭିମୁଖେ ଯାଉଥିଲେ। ଜାଗାହେରି ନିକଟରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ଫଳରେ ଗାଡ଼ିଟି ଏକ ଡିଭାଇଡରରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡ଼ିଲା। ଦୁର୍ଘଟଣା ପରେ କାରରେ ନିଆଁ ଲାଗିଗଲା ଏବଂ ଏହା ଏତେ ଦ୍ରୁତ ଗତିରେ ବ୍ୟାପିଗଲା ଯେ, ଭିତରେ ଥିବା ଲୋକମାନେ ବାହାରକୁ ବାହାରିପାରିଲେ ନାହିଁ।

ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଏହା ପରେ ତିତାଭି ଥାନା ଏବଂ ଅଗ୍ନିଶମ ବାହିନୀର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ, କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। କାର୍ ଭିତରୁ ଛଅଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନିଆଁରେ ସେମାନେ ସମ୍ପୂର୍ଣ୍ଣ ଜଳି ଯାଇଥିଲେ। ପୋଲିସ ସମସ୍ତ ମୃତଦେହକୁ ପୋଷ୍ଟ-ମର୍ଟମ ପାଇଁ ପଠାଇଦେଇଛି। ଦୁର୍ଘଟଣା ବିଷୟରେ ଖବର ପାଇବା ପରେ, ଏସ୍‌ପି ଘଟଣାସ୍ଥଳରେ ପହଞ୍ଚିଥିଲେ।

ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୋଲିସ କର୍ମଚାରୀମାନଙ୍କୁ ତୁରନ୍ତ ଯୁଦ୍ଧକାଳୀନଭିତ୍ତିେରେ ପଦକ୍ଷେପ ନେବା ନେଇ ନିର୍ଦ୍ଦେଶ ଦେଇଥିଲେ। ତିତାୱି ଥାନା ଅଧିକାରୀ ଜୟବୀର ସିଂହଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କାରରେ ଥିବା ସମସ୍ତ ବ୍ୟକ୍ତି ହରିୟାଣାର ଜିନ୍ଦ୍ ଅଞ୍ଚଳର ବାସିନ୍ଦା ଥିଲେ ଏବଂ ସେମାନେ ହରିଦ୍ୱାର ଯାଉଥିଲେ। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଦୀପାବଳି ରାତିରେ ଘଟିଥିବା ଏହି ଦୁଃଖଦ ଘଟଣା ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଥାଉକି, ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ଆଉ ଏକ ସଡ଼କ ଦୁର୍ଘଟଣା ଘଟିଛି। ଆଗ୍ରା ଏକ୍ସପ୍ରେସୱେର 'ଜିରୋ ପଏଣ୍ଟ' ନିକଟରେ ଯାତ୍ରୀବାହୀ ବସ୍‌ଟି ଭାରସାମ୍ୟ ହରାଇ ଏକ ଉଚ୍ଚ ସ୍ଥାନରୁ ତଳକୁ ଓଲଟି ପଡ଼ିଥିଲା। ଏଥିରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପାରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଏବଂ ଉଦ୍ଧାରକାରୀ ଦଳ ଆମ୍ବୁଲାନ୍ସ ସହାୟତାରେ ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସମସ୍ତ ଆହତ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।