Narendra Modi On Rahul Gandhi / ରାହୁଲଙ୍କୁ ପ୍ରବଳ ଧୋଇଲେ ମୋଦି, ଏଥର ମହିଳାମାନେ କରିବେ ସାବାଡ଼ !

Key Points
'କେବଳ ମୋ ମା ନୁହେଁ, କଂଗ୍ରେସ ପ୍ରତ୍ୟେକ ମାଆକୁ ଗାଳି ଦେଇଛି'
'ମାଆ ଭଉଣୀଙ୍କୁ ଗାଳି କରିବା ଅର୍ଥ ମହିଳାଙ୍କୁ ଦୁର୍ବଳ କରିବା'
'ରାଜନୀତିରେ ମୋ ମାଆର କୌଣସି ଭୂମିକା ନାହିଁ, ତଥାପି ଗାଳି କଲେ'
ବିହାରରେ ରାହୁଲଙ୍କ ରାଲିରେ ପ୍ରଧାନମନ୍ତ୍ରୀଙ୍କ ମାଙ୍କ ପ୍ରତି ଅପଶବ୍ଦ ବ୍ୟବହାର ଘଟଣା । କଂଗ୍ରେସ ଓ ଆରଜେଡିଙ୍କୁ ମୋଦିଙ୍କ ସମାଲୋଚନା । କହିଲେ, କଂଗ୍ରେସ କେବଳ ମୋ ମା ନୁହେଁ, ଦେଶର ପ୍ରତ୍ୟେକ ମାଆକୁ ଗାଳି ଦେଇଛି । ମାଙ୍କୁ ମନେପକାଇ ଭାବବିହ୍ବଳ ହେଲେ ପିଏମ୍ । ମା' ଶବ୍ଦକୁ କରାଯାଇଛି ଅପମାନିତ ।
ମଙ୍ଗଳବାର ଭିଡିଓ କନଫରେନ୍ସିଂ ଯୋଗେ ବିହାର ରାଜ୍ୟ ଜୀବିକା ନିଧି ସାଖା ସହକାରୀ ସଂଘ ଲିମିଟେଡର ଶୁଭାରମ୍ଭ କରିବା ଅବସରରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଓ ଆରଜେଡିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ।
ବିହାରରେ ରାହୁଲ ଗାନ୍ଧିଙ୍କ ସଭାରେ ତାଙ୍କ ମାଆଙ୍କ ପ୍ରତି କଂଗ୍ରେସ ନେତା ଅପଶବ୍ଦ ବ୍ୟବହାର କରିବା ଘଟଣାରେ ମୋଦି କହିଛନ୍ତି, ଏମିତି ଗାଳି କରି ସଂସାରର ସବୁ ମା'ଙ୍କୁ ଅପମାନିତ କଲା କଂଗ୍ରେସ । ମା' ଶବ୍ଦକୁ ଅପମାନିତ କରାଯାଇଛି । ମୋ ମାଆଙ୍କୁ ବିରୋଧୀ ଗାଳିଦେଲେ, ମାଆର କଣ ଭୁଲ୍ ଥିଲା। ରାଜନୀତିରେ ମୋ ମାଆର କୌଣସି ଭୂମିକା ନାହିଁ, ତଥାପି ଗାଳି କଲେ । ମାଆ ଭଉଣୀଙ୍କୁ ଗାଳି କରିବା ଅର୍ଥ ମହିଳାଙ୍କୁ ଦୁର୍ବଳ କରିବା ।
ଏହାସହ ପଢ଼ନ୍ତୁ:- ବାପାଙ୍କ ସପକ୍ଷରେ କହିବାରୁ ଦଳରୁ ବିଦା କଲେ ସେହି ବାପା !
RJD ଶାସନରେ ବିହାରରେ ମହିଳା ରାସ୍ତାକୁ ବାହାରି ପାରି ନଥିଲେ । ବିହାରବାସୀ ଲମ୍ବା ଲଢ଼େଇ କରି ଅନ୍ଧାରରୁ ମୁକ୍ତି ପାଇଛନ୍ତି । RJD-କଂଗ୍ରେସ ବିହାରରେ ମହିଳାଙ୍କୁ ଡରିଯାଇଛନ୍ତି । ଏହି ମହିଳାମାନେ ଏଥର ନିର୍ବାଚନରେ ସେମାନଙ୍କୁ ଜବାବ ଦେବେ ।
ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସ୍ୱର୍ଗତ ମା’ଙ୍କ ଉପରେ ଅଭଦ୍ର ଟିପ୍ପଣୀକୁ ସବୁ ମହଲରୁ ନିନ୍ଦା କରାଯାଇଥିଲା। ଏମିତି ଘଟଣା ଗଣତନ୍ତ୍ରରେ ଦାଗ, ରାହୁଲଙ୍କ ନେତୃତ୍ବରେ କଂଗ୍ରେସ ରାଜନୀତି ନିମ୍ନସ୍ତରରେ ପହଞ୍ଚିଥିବା କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ଆହୁରି କହିଥିଲେ, ଜଣେ ଗରିବ ମା'ର ପୁଅ ୧୧ବର୍ଷ ଧରି ପ୍ରଧାନମନ୍ତ୍ରୀ ପଦରେ ବସିବା କଂଗ୍ରେସ ସହଜରେ ହଜମ କରିପାରୁନାହିଁ ।
ବୁଧବାରର ଏହି ଘଟଣା ନେଇ ବିହାର ଦରଭଙ୍ଗା ସିମରି ଥାନାରେ ମାମଲା ରୁଜୁ କରିଥିଲେ ସ୍ଥାନୀୟ ବିଜେପି ଜିଲ୍ଲା ସଭାପତି । ପୋଲିସ ଦୁଇଜଣ କଂଗ୍ରେସ ନେତା-କର୍ମୀ ମହମ୍ମଦ ନୌସାଦ ଓ ରଫିକ ନାମକଙ୍କୁ ଗିରଫ କରିସାରିଛି ।
📱 Get Argus News App
✨Related Topics
Explore more stories