Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମିଆଁମାର ଭୂମିକମ୍ପ: ୨୫ ମୃତ, ୨୦୦ରୁ ଅଧିକ ଆହତ

National

ମିଆଁମାର ଭୂମିକମ୍ପ: ୨୫ ମୃତ, ୨୦୦ରୁ ଅଧିକ ଆହତ

Ritu Das
Browse all articles by Ritu Das
·1 year ago·1 min read
ମିଆଁମାର ଭୂମିକମ୍ପ: ୨୫ ମୃତ, ୨୦୦ରୁ ଅଧିକ ଆହତ

ମିଆଁମାର ଏବଂ ଥାଇଲାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଭୂମିକମ୍ପ। ଶୁକ୍ରବାର ସକାଳେ ମିଆଁମାରରେ ଦୁଇଟି ବଡ଼ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆମେରିକାର ଭୂତତ୍ତ୍ୱ ସର୍ଭେ (ୟୁଏସଜିଏସ) ଏହାର ତୀବ୍ରତା ୭.୫ ହେବ ବୋଲି ଆକଳନ କରିଛି। ଏହା ସହ ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୭.୦ ଥିଲା ବୋଲି ସାମ୍ନାକୁ ଆସିଛି। ଭୂମିକମ୍ପରେ ଥାଇଲ୍ୟାଣ୍ଡ ମଧ୍ୟ ଥରି ଉଠିଛି। ଏଠାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି। ମିଆଁମାରରେ ଲଗାତାର ଦୁଇଟି ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ଅତି କମରେ ୨୫ଜଣଙ୍କର ମୃତ୍ୟୁ ହୋଇସାରିଛି।


ଏହା ସହ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଥାଇଲାଣ୍ଡରେ ମଧ୍ୟ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୧ଜଣ ନିଖୋଜ ଅଛନ୍ତି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମେରିକାର ଭୂତତ୍ତ୍ୱ ସର୍ଭେ (ୟୁଏସଜିଏସ ) ଆକଳନ କରିଛି ଯେ, ମିଆଁମାର ଭୂମିକମ୍ପ ସମୟରେ ଅତି କମରେ ୮୦୦,୦୦୦ ଲୋକ ଭୂମିର କମ୍ପନ ଅନୁଭବ କରିଛନ୍ତି। ଚୀନ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମିଆଁମାର ଏବଂ ଥାଇଲ୍ୟାଣ୍ଡକୁ ଥରାଇ ଦେଇଥିବା ଭୂମିକମ୍ପ ଚୀନ୍‌ର ୟୁନାନ ଏବଂ ସିଚୁଆନ୍ ପ୍ରଦେଶରେ ମଧ୍ୟ ଅନୁଭୂତ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
myanmar-earthquake-25-dead | Argus News