ରହସ୍ୟମୟ ନୀଧିବନ, ଜାଣନ୍ତୁ କେଉଁ ସ୍ଥାନରେ ରହିଛି କେଉଁ ରହସ୍ୟ....

ଆଜିବି ରାସଲୀଳା କରନ୍ତି ପ୍ରଭୁ ଶ୍ରୀକୃଷ୍ଣ ଏବଂ ଶ୍ରୀରାଧା । କିନ୍ତୁ ଏହାକୁ ଦେଖିବା ଲୋକର ମୃତ୍ୟୁ ହୁଏ । ଭିତରେ ରହିଛି ଏକ ଶ୍ରୀଙ୍ଗାର ମହଲ । ଯେଉଁଠି ପ୍ରତିଦିନ ରାତିରେ ସୁଗନ୍ଧିତ ପୁଷ୍ପ ଶେଯରେ ସଜାଯିବା ସହ, ପାନ, ପାତ୍ରରେ ପାଣି ଆଉ କିଛି ଶ୍ରୀଙ୍ଗାର ରଖାଯାଇଥାଏ । ଆଉ ଦ୍ଵାର ବନ୍ଦ କରାଯାଏ । କିନ୍ତୁ ସକାଳୁ ଅଧା ଚୋବା ଯାଇଥିବା ପାନ, ଖାଲି ପାତ୍ର, ଏବଂ ଶ୍ରୀଙ୍ଗାରର ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଥାଏ । ତେବେ ନିଧିବନର ଆଉ କେଉଁ କେଉଁ ରହସ୍ୟ ରହିଛି ଆସନ୍ତୁ ଜାଣିବା ।
ବୃନ୍ଦାବନର ଏକ ସ୍ଥାନ ହେଉଛି ନିଧିବନ । ରାଧାକୃଷ୍ଣଙ୍କ ପ୍ରେମ ଭକ୍ତିରେ ଭରା ଏହି ସ୍ଥାନ । ପ୍ରଭୁ ବାଙ୍କବିହାରୀ ଏବଂ ରାଧାରାଣୀଙ୍କ ପ୍ରେମରେ ଅଭିଭୂତ ସେଠାକାର ପ୍ରତ୍ୟେକ ବାସିନ୍ଦା । ଆଉ ସେଠାକୁ ଆଜି ବି ପ୍ରଭୁ ନିଜର ଲୀଳାଖେଳା କରିବାକୁ ଆସନ୍ତି । ସେହି ସ୍ଥାନକୁ ଗଲେ ଆପଣ ଏମିତି କିଛି ଅଲୌକିକ ସ୍ଥାନ ଦେଖିବେ, ଯେଉଁଠି ଆପଣ ବି ରାଧାକ୍ରିଷ୍ଣଙ୍କ ଅବସ୍ଥିତିକୁ ଅନୁଭବ କରିବେ ।
ନିଧୀବନରେ ଆଜିବି ରାଧାରାଣୀ ଏବଂ ଶ୍ରୀକୃଷ୍ଣ ରାସଲୀଳା କରିବାକୁ ଆସିଥାନ୍ତି । ଏଥିପାଇଁ ସନ୍ଧ୍ୟା ଆରତୀ ପରେ ଏହା ଭିତରକୁ କୌଣସି ଲୋକଙ୍କୁ ଅନୁମତି ନଥାଏ । ଏମିତିକି ଭିତରେ ଥିବା ଚଢେଇ ତଥା ଅନ୍ୟାନ୍ୟ ପଶୁପକ୍ଷୀ ମଧ୍ୟ ବାହାରକୁ ଚାଲି ଆସନ୍ତି । ଏହି ସ୍ଥାନକୁ ରାତିରେ ରାଧାକୃଷ୍ଣ ସ୍ଵୟଂ ରାସଲୀଳା କରିବାକୁ ଆସିଥାନ୍ତି । ଆଉ ଏଠାରେ ଥିବା ପ୍ରତ୍ୟେକ ତୁଳସୀ ଗଛଗୁଡିକ ଗୋପୀମାନଙ୍କ ରୂପ ନିଅନ୍ତି । କୁହାଯାଏ ଏହି ରାସଲୀଳାକୁ ଯିଏ ବି କେବେ ଦେଖିଥାନ୍ତି ତାଙ୍କର ମୃତ୍ୟୁ ହୋଇଯାଏ , ନଚେତ ତାଙ୍କର ଆଖି ନଷ୍ଟ ହୋଇଯାଏ । ଏହି ରାସଲୀଳା କରୁଥିବା ଗୋପୀମାନେ ପୁନର୍ବାର ସକାଳକୁ ବୃକ୍ଷ ପାଲଟିଯାଆନ୍ତି ।
ଏହି ନିଧୀବନରେ ରହିଛି ଏକ ସ୍ଥାନ ଯେଉଁଠାରେ ରହିଛି ଭକ୍ତମାନଙ୍କ ସମାଧୀ । ଏଠାରେ ସେହି ଭକ୍ତଙ୍କର ସମାଧି ରହିଛି, ଯେଉଁମାନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦର୍ଶନ କରିବା ଉଦ୍ଦେଶ୍ୟରେ ସେଠାରେ ଲୁଚି ରହିଥିଲେ । ସେମାନେ ପ୍ରଭୁଙ୍କୁ ଦେଖି ପାରି ନଥିଲେ । କିନ୍ତୁ ସକାଳୁ ତାଙ୍କର ମୃତ ଶରୀର ସେଠାରେ ପଡି ରହିଥିବାର ସେଠାର ପୂଜାରୀ ତାଙ୍କୁ ଦେଖିବାକୁ ପାଇଥିଲେ । ସେବେଠୁ ନିଧୀବନର ଏହି ସ୍ଥାନ ଭକ୍ତଙ୍କ ସମାଧୀ ନାଁ ରେ ପରିଚିତ ।
ନୀଧିବନରେ ରହିଛି ଏକ ଶ୍ରୀଙ୍ଗାର ଗୃହ । ଏଠାରେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ପକାଯାଇଥିବା ଶେଯରେ ସୁଗନ୍ଧିତ ପୁଷ୍ପ ସଜାଯାଇଥାଏ । ଏଥିସହ ଏକ ପାତ୍ରରେ ପାନ, ଆଉ ଏକ ପାତ୍ରରେ ଜଳ ଏବଂ ଅନେକ କିଛି ଶ୍ରୀଙ୍ଗାର ରଖାଯାଇ ଦ୍ଵାର ବନ୍ଦ କରାଯାଏ । କିନ୍ତୁ ସକାଳୁ କିଛି ପାନ ଚୋବା ଯାଇଥିବା ସହ , ଖାଲି ପାତ୍ର ଏବଂ ଶ୍ରୀଙ୍ଗାର ବ୍ୟବହାର କରାଯାଇଥିବା ପ୍ରତିଦିନ ଦେଖିବାକୁ ମିଳିଥାଏ । ଯାହା ପ୍ରମାଣ ଦିଏ ପ୍ରତିଦିନ ଏହି ସ୍ଥାନକୁ ପ୍ରଭୁ ରାଧାକ୍ରୀଷ୍ଣ ସ୍ଵୟଂ ଆସିଥାନ୍ତି ।
ନିଧୀବନରେ ରହିଛି ଏକ ଲଳିତା କୁଣ୍ଡ । କୁହାଯାଏ , ଯେତେବେଳେ ମହାରାସ କରୁଥିବା ସମୟରେ ଶ୍ରୀରାଧାଙ୍କ ସଖୀ ଲଳିତାଙ୍କୁ ଖୁବ ଶୋଷ ଲାଗିଥିଲା । ଏଥିପାଇଁ ସେମାନେ ଯମୁନା କୁଳକୁ ଯିବାକୁ ବାହାରିଥିଲେ । ହେଲେ ଶ୍ରୀରାଧା ଏତେ ରାତିରେ ତାଙ୍କୁ ଯମୁନା କୂଳକୁ ଯିବାକୁ ମନା କରିଥିଲେ । ଆଉ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କହି ସେଠାରେ ଗୋଟେ ଛୋଟ କୁଣ୍ଡର ଆବିର୍ଭାବ କରାଇଥିଲେ । ସେବେଠୁ ଏହି କୁଣ୍ଡର ନାମ ଲଳୀତା କୁଣ଼୍ଡ ବୋଲି ରହିଛି ।
ବୃନ୍ଦାବନରେ ରହିଛି ଗୋପେଶ୍ଵର ଅର୍ଥାତ ପ୍ରଭୁ ମହାଦେବଙ୍କର ଏକ ମନ୍ଦିର । ଯେତେବେଳେ ନିଧୀବନରେ ପ୍ରଭୁ ଶ୍ରୀକୃଷ୍ଣ ଶ୍ରୀରାଧା ଏବଂ ଗୋପୀଙ୍କ ସହ ରାସଲୀଳା କରୁଥିଲେ, ସେତେବେଳେ ଏହାକୁ ଦେଖିବା ପାଇଁ ଶିବ ସ୍ତ୍ରୀ ବେଶରେ ସେଠାରେ ପହଞ୍ଚିଥିଲେ । ତେବେ କୃଷ୍ଣ ତାଙ୍କୁ ଚିହ୍ନିପାରି ଆସନ୍ତୁ ଗୋପେଶ୍ଵର ବୋଲି କହିଥିଲେ । ଗୋପେଶ୍ଵରର ଅର୍ଥ ଗୋପୀମାନଙ୍କର ଈଶ୍ଵର । ସେବେଠାରୁ ସେଠାରେ ଗୋପେଶ୍ଵର ମହାଦେବଙ୍କର ମନ୍ଦିର ରହିଛି ।
ବୃନ୍ଦାବନର ନୀଧିବନରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଏପରି ଅନେକ ଲୀଳାଖେଳା ରହିଛି, ଯାହା ଭକ୍ତର ଭକ୍ତିକୁ ଆହୁରି ଗଭୀର କରିଦିଏ । ସେଠାକୁ ଗଲେ ସମସ୍ତେ ରାଧାକୃଷ୍ଣଙ୍କ ପ୍ରେମରେ ଅଭିଭୂତ ହୋଇ ତାଙ୍କର ପ୍ରେମ ଭକ୍ତିକୁ ଗ୍ରହଣ କରନ୍ତି ।
