ଭାରତର ଅଲୌକିକ ମନ୍ଦିର , ଜାଣନ୍ତୁ ମନ୍ଦିରର ରହସ୍ୟମୟ କାହାଣୀ

ଅର୍ଗସ ବ୍ୟୁରୋ : କେଉଁ ମନ୍ଦିରରେ ଭଗବାନ ସତରେ ପ୍ରସାଦ ଗ୍ରହଣ କରନ୍ତି ତ, କେଉଁ ମନ୍ଦିରରେ ଭଗବାନ ଆପେ ଆପେ ଉଦ୍ଭାନ ହୁଅନ୍ତି । ପୁଣି କେଉଁ ମନ୍ଦିରରେ ଭଗବାନଙ୍କ ମୂର୍ତ୍ତିରୁ ସତରେ ଝାଳ ବାହାରେ । ଯେଉଁ ଅଲୌକିକ ମନ୍ଦିର ଦର୍ଶନ ଏବଂ ଏହାର ବିଶେଷତ୍ବ ଜାଣିବା ପାଇଁ ଅନେକ ଦୂରରୁ ଭକ୍ତମାନେ ଆସିଥାନ୍ତି ।
ଭାରତ ହେଉଛି ସଂସ୍କୃତି ପରମ୍ପରାର ଦେଶ । ଭିନ୍ନ ସ୍ଥାନରେ ରହିଛି ଭିନ୍ନ ଭିନ୍ନ ପ୍ରକାରର ସଂସ୍କୃତି ପରମ୍ପରା । ଏବଂ ରହିଛି ଅନେକ ପ୍ରାଚୀନ ମନ୍ଦିର । ଯେଉଁ ମନ୍ଦିରରେ ରହିଛି ଅନେକ ରହସ୍ୟମୟ ତଥା ଅଲୌକିକ କାହାଣୀ । ଅନେକ ପୁରୁଣା କିମ୍ବଦନ୍ତୀ ସହ ମନ୍ଦିରର ରହସ୍ୟମୟ ତଥ୍ୟ ଭକ୍ତଙ୍କୁ ମନ୍ଦିରର ଦର୍ଶନ କରିବା ସହ ଭଗବାନଙ୍କ ପ୍ରତି ଏକ ବିଶ୍ବାସ ଜାଗ୍ରତ କରେ । ଆଜି ଜାଣିବା ଏପରି କିଛି ପ୍ରାଚୀନ ମନ୍ଦିରର ଏବଂ ମନ୍ଦିରରେ ଲୁଚି ରହିଥିବା ଅଲୌକିକ କାହାଣୀର କଥା ।
ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର,ଭୁବନେଶ୍ବର
ଭୁବନେଶ୍ବରରେ ଅବସ୍ଥିତ ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ଖୁବ ପ୍ରସିଦ୍ଧ । ବିଶ୍ବାସ ରହିଛି ଏହି ମନ୍ଦିରରେ ଥିବା ଦେବତାଙ୍କ ପ୍ରତିମାରେ ଲାଗିଥିବା କେଶ ସତ ଅଟେ । ଏବଂ ଏହି ପ୍ରତିମାରୁ ସତ ଝାଳ ମଧ୍ୟ ବାହାରିଥାଏ । ୨୦୨୨ ରେ ଏହି ମନ୍ଦିରର ସ୍ଥାପନା କରାଯାଇଥିଲା ।
ମା କାମାକ୍ଷା ମନ୍ଦିର,ଗୌହାଟି
ଆସାମର ଗୌହାଟିରେ ଅଛି ମା କାମାକ୍ଷା ଦେବୀଙ୍କ ମନ୍ଦିର । ଏହି ସ୍ବତନ୍ତ୍ର ମନ୍ଦିରରେ ଯୋନି ଆକୃତିର ମୂର୍ତ୍ତି ପୂଜା କରାଯାଇଥାଏ । ପ୍ରାଚୀନ ତଥ୍ୟ ଅନୁଯାୟୀ ଏହି ଦେବୀ ମାଆଙ୍କର ମାସକୁ ୩ ଦିନ ରକ୍ତସ୍ରାବ ହୁଏ, ଯାହାକୁ ତାଙ୍କର ଋତୁସ୍ରାବ ବୋଲି କୁହାଯାଇଥାଏ । ଏହି ତିନଦିନ ମନ୍ଦିର ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିଥାଏ । ଚତୁର୍ଥ ଦିନ ଯେତେବେଳେ ମନ୍ଦିର ଖୋଲାଯାଏ, ସେତେବେଳେ ଏଠାରେ ଏକ ମେଳା ଅନୁଷ୍ଠିତ ହୁଏ । ଯାହାକୁ ତାନ୍ତ୍ରିକ ପ୍ରଜନନ ପର୍ବ ବା ଆମ୍ବୁବାଚି ମେଳା କୁହାଯାଏ । ଏହି ସମୟରେ ଭକ୍ତମାନେ ମାଆଙ୍କର ଏହି ମୂର୍ତ୍ତିକୁ ଆଚ୍ଛାଦିତ କରିବା ପାଇଁ ନାଲି ଶାଢୀ ପ୍ରସାଦ ଆକାରରେ ଅର୍ପଣ କରିଥାନ୍ତି । ୫୧ଟି ଶକ୍ତିପୀଠ ମଧ୍ୟରୁ ଏହି ପୀଠ ଏକ ଶକ୍ତିପୀଠ ଅଟେ ।
ମେହେନ୍ଦୀପୁର ବାଲାଜୀ ମନ୍ଦିର,ରାଜସ୍ଥାନ
ଏହି ମନ୍ଦିର ରାଜସ୍ଥାନର ମେହେନ୍ଦୀପୁରରେ ରହିଛି । ବିଶ୍ବାସ ଅଛି ଏହି ମନ୍ଦିରକୁ ଗଲେ ଶରୀରରେ ଥିବା ଦୁଷ୍ଟଆତ୍ମା ଦୂର ହୋଇଥାଏ । କୌଣସି ମଣିଷ ଶରୀରରେ ଯଦି ଭୁତ କିମ୍ବା କୌଣସି ଦୁଷ୍ଟ ଆତ୍ମା ରହିଥାଏ । ତେବେ ଏହି ମନ୍ଦିରକୁ ଗଲେ ତାହା ଶରୀରରୁ ଚାଲି ଯାଇଥାଏ । ଯେତେବେଳେ ମଣିଷ ଶରୀରରେ କୌଣସି ଦୁଷ୍ଟଆତ୍ମା ପ୍ରବେଶ କରେ ସେତେବେଳେ ସେ ଅନେକ ଅନୈତିକ କାର୍ଯ୍ୟ ଯେମିତିକି ନିଜ ଉପରେ ଗରମ ପାଣି ଢାଳିବା , ଫ୍ୟାନରେ ଝୁଲିବା, କାନ୍ଥରେ ଚଢିବା ଆଦି କାମ କରିଥାଏ । ସେତେବେଳେ ଏହି ମନ୍ଦିରକୁ ଆସିଲେ ତା ଦେହରେ ଥିବା ଅନ୍ୟତ୍ମା ବାହାରି ଯାଇଥାଏ । ତେବେ ଏହି ମନ୍ଦିରରୁ ଫେରିବା ବେଳେ ପଛକୁ ବୁଲି ଚାହିଁବା ନିଷିଦ୍ଧ ଅଟେ । ବିଶ୍ବାସ ରହିଛି, ପଛକୁ ବୁଲି ଚାହିଁବା ମାତ୍ରେ ଦୁଷ୍ଟଶକ୍ତି ଲାଗେ ତାକୁ ଶରୀରକୁ ପଶିବାକୁ ନିମନ୍ତ୍ରଣ ଦିଆଯାଉଛି । ସେଥିପାଇଁ ପଛକୁ ବୁଲି ଚାହିଁବା ନିଷିଦ୍ଧ ଅଟେ । ଏହି ମନ୍ଦିରରେ କୌଣସି ପ୍ରସାଦ ଦିଆଯାଏ ନାହିଁ ।
ବ୍ରହ୍ମା ମନ୍ଦିର,ପୁଷ୍କର
ଔରଙ୍ଗଜେବଙ୍କ ଶାସନ ସମୟରେ ଅନେକ ହିନ୍ଦୁ ମନ୍ଦିର ନଷ୍ଟ କରାଯାଇଥିଲା । ସେଥିରୁ ଅଧିକାଂଶ ମନ୍ଦିର ରାଜସ୍ଥାନ ପୁଷ୍କରର ଥିଲା । କିନ୍ତୁ ତାଙ୍କ ଆଖିରୁ ଗୋଟେ ଅନେକ ପୁରୁଣା ମନ୍ଦିର ବଞ୍ଚି ଯାଇଥିଲା । ଯାହାର ନାଁ ହେଉଛି ବ୍ରହ୍ମା ମନ୍ଦିର । ଏହି ମନ୍ଦିର ପୁରା ବିଶ୍ବର ଏକମାତ୍ର ବ୍ରହ୍ମାଙ୍କ ମନ୍ଦିର ଅଟେ । ଏହି ମନ୍ଦିରର ଭିତର ପାର୍ଶ୍ବ ରୂପାମୁଦ୍ରା ଗୁଡିକରେ ସଜ୍ଜିତ ହୋଇଛି, ଯେଉଁଥିରେ ଏହି ମୁଦ୍ରା ଦେଇଥିବା ଭକ୍ତଙ୍କ ନାଁ ଲେଖା ରହିଛି ।
କାଳ ଭୈରବନାଥ ମନ୍ଦିର,ବାରଣାସୀ
ବାରଣାସୀରେ ଥିବା କାଳ ଭୈରବନାଥ ମନ୍ଦିର ପ୍ରଭୁ ଶିବଙ୍କର ପୁନର୍ଜନ୍ମ ବୋଲ ବିଶ୍ବାସ ରହିଛି । ଏହି ମନ୍ଦିରର ଏକ ବିଶେଷତ୍ବ ହେଉଛି, ଏହି ମନ୍ଦିରରେ ଭଗବାନଙ୍କ ମୂର୍ତ୍ତି ଉପରେ ମଦ ପ୍ରସାଦ ଭାବେ ଢଳା ଯାଇଥାଏ । ଏଥିପାଇଁ ମନ୍ଦିର ବାହାରେ ମଦ ବିକ୍ରି କରାଯାଏ । ଏବଂ ଏହି ଭୋଗ ଲାଗିଥିବା ମଦକୁ ଭକ୍ତମାନଙ୍କୁ ଭୋଗ ରୂପରେ ବଣ୍ଟା ଯାଇଥାଏ ।
ନିଧିବନ ମନ୍ଦିର,ବୃନ୍ଦାବନ
ନିଧିବନ ମନ୍ଦିରରେ ରହିଛନ୍ତି ପ୍ରଭୁ ଶ୍ରୀକୃଷ୍ଣ । ଏବଂ ଏହି ମନ୍ଦିର ନିଧିବନ ଜଙ୍ଗଲ ଭିତରେ ରହିଛି । ଏବଂ ଏହି ଗଛଗୁଡିକ ପରସ୍ପର ସହ ଛନ୍ଦି ହୋଇ ରହିଛି । ଏଠାକାର ସ୍ଥାନୀୟ ଲୋକଙ୍କ ବିଶ୍ବାସ ରହିଛି , ସୂର୍ଯ୍ୟାସ୍ତ ପରେ ଏହି ମନ୍ଦିର ପାଖକୁ ପ୍ରଭୁ ଶ୍ରୀକୃଷ୍ଣ ନିଜେ ଆସିଥାନ୍ତି । ଏବଂ ଏହି ଗଛଗୁଡିକ ଗୋପୀମାନଙ୍କ ରୂପ ନେଇଥାନ୍ତି । ଏବଂ ରାସଲୀଳା କରିଥାନ୍ତି । ଅନେକ ସମୟରେ ରାତିର ଏହି ମନ୍ଦିର ନିକଟରୁ ଘୁଙ୍ଗୁର ଶବ୍ଦ ଆସୁଥିବାର ମଧ୍ୟ ସ୍ଥାନୀୟ ବାସିନ୍ଦା ମାନେ କହିଛନ୍ତି । ଏହି ମନ୍ଦିରକୁ ସନ୍ଧ୍ୟା ପରେ ପ୍ରବେଶ କରିବା ନିଶିଦ୍ଧ ।
ଏହି ସବୁ ରହସ୍ୟମୟ ମନ୍ଦିରଗୁଡିକ ଭକ୍ତଙ୍କ ମନରେ ଭକ୍ତି ଏବଂ ବିଶ୍ବାସର ଏକ ଛାପ ଛାଡିଥାଏ ।