Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରହସ୍ୟମୟ ଗାଁ , ଗୋଟିଏ ରାତିରେ ଗାଏବ୍‌ ହେଲେ ୫ ହଜାର ଲୋକ

Swoyang prajna Mishra
Browse all articles by Swoyang prajna Mishra
·1 year ago·3 min read
ରହସ୍ୟମୟ ଗାଁ , ଗୋଟିଏ ରାତିରେ ଗାଏବ୍‌ ହେଲେ ୫ ହଜାର ଲୋକ

ରହସ୍ୟମୟ ଗାଁ କୁଲ୍‌ଧାରା
ଗୋଟିଏ ରାତିରେ ଗାଏବ୍‌ ହେଲେ ୫ ହଜାର ଲୋକ
ସନ୍ଧ୍ୟା ହେଲେ ଶୁଭୁଛି ଅସ୍ପଷ୍ଟ ସ୍ବର


ଅର୍ଗସ ବ୍ୟୁରୋ : ଏମିତି ଏକ ଗାଁ ଯେଉଁ ଗାଁର କାହାଣୀ ଶୁଣିଲେ ଲୋମ ଟାଙ୍କୁରି ଉଠିବ । ଗାଁ କୁ ଦୂନିଆର ସବୁଠୁ ଭୂତିଆ ଜାଗା ବୋଲି କୁହାଯାଏ । ଏମିତି ପରିସ୍ଥିତି ଆସିଥିଲା ରାତାରାତି ଗାଁ ଲୋକେ ଗାଁ ଖାଲି କରିବାକୁ ବାଧ୍ୟ ହୋଇଥିଲେ । ସେବେଠାରୁ ଗାଁ ନିଚ୍ଛାଟିଆ ଅବସ୍ଥାରେ ପଡି ରହିଛି । ତେବେ ଆଜି ଆସନ୍ତୁ ଜାଣିବା ଏହି ରହସ୍ୟମୟ ଗାଁ ପଛର କାହାଣୀ । ପ୍ରକୃତରେ କାହିଁକି ଗୋଟେ ରାତିରେ ଗାଁ ଛାଡିଥିଲେ ସମ୍ପୂର୍ଣ୍ଣ ଗାଁ ଲୋକେ ।

କୁଲଧରା ଗାଁ ବ୍ରାହ୍ମଣ ସମାଜ ଦ୍ବାରା ତିଆରି ହୋଇଥିଲା । ଯେଉଁ ବ୍ରାହ୍ମଣ ସମାଜକୁ ପାଲିବାଲ ବ୍ରାହ୍ମଣ ସମାଜ ବୋଲି କୁହାଯାଉଥିଲା । ଜୈସଲମାର ଠାରୁ ଏହି ଗାଁ ମାତ୍ର ୧୪ କିମି ଦୂରରେ ଅବସ୍ଥିତ । ଦୀର୍ଘ ୨୦୦ ଠାରୁ ଏହି ଗାଁ ଏକଦମ ନିଚ୍ଛାଟିଆ ଭାବେ ପଡି ରହିଛି। ଏହା ପୂର୍ବରୁ ଏହି ଗାଁରେ ବେଶ ଚଳଚଞ୍ଚଳ ଲାଗି ରହୁଥିଲା ।

୧୮୦୦ ଦଶକରେ ଏହି ଗାଁରେ ସଲିମ ସିଂ ନାମକ ଏକ ବ୍ୟକ୍ତି ରହୁଥିଲା, ଯିଏ ଗାଁ ଲୋକଙ୍କ ଉପରେ କର ଲଗାଉଥିଲା । ଲୋକଙ୍କ ସହ ବିଶ୍ବାସ ଘାତକତା କରୁଥିଲା । ଯାହାକୁ ନେଇ ଗାଁ ଲୋକେ ଖୁବ ସମସ୍ୟାରେ ରହୁଥିଲେ । ସଲିମ ସିଂକୁ ସେହି ଗାଁର ଏକ ବ୍ରାହ୍ମଣ ଝିଅ ପସନ୍ଦ ଆସିଥିଲା । ଏବଂ ସେ ତାକୁ ବିବାହ କରିବାକୁ ଚାହୁଁଥିଲା । ଏହାକୁ ନେଇ ଗାଁ ଲୋକେ ଖୁବ ବିରୋଧ କରିଥିଲେ ।
ହେଲେ ସଲିମ ଧମକ ଦେଇଥିଲା, ଯଦି ଗାଁ ଲୋକେ ଏହାକୁ ବିରୋଧ କରନ୍ତି ତେବେ ସେ ସେମାନଙ୍କ ଠାରୁ ଅଧିକ କର ଆଧାୟ କରିବ । ଏପରି ଡରାଇ ଧମକାଇ ଗାଁ ଲୋକଙ୍କୁ ରଖୁଥିଲା । ତେବେ ସେହି ଗାଁର ଝିଅର ଇଜ୍ଜତ ବଞ୍ଚାଇବା ସହ ଗାଁ ଲୋକେ ସମସ୍ତେ ନିଜ ଜୀବନ ବଞ୍ଚାଇବା ପାଇଁ ପୁରା ରାତାରାତି ସମସ୍ତେ ଗାଁ ଛାଡି ଚାଲି ଯାଇଥିଲେ ।

ଏପରି ଶୁଣିବାକୁ ମିଳିଥାଏ ଯେ, ଗାଁ ଲୋକେ ଗଲାବେଳେ ସେହି ଗାଁ କୁ ଅଭିଶାପ ଦେଇଥିଲେ ଯେ, ଆଗାମୀ ଦିନରେ କୌଣସି ଲୋକ ଏହି ଗାଁରେ ରହି ପାରିବେ ନାହିଁ । ସେବେଠାରୁ ଏହି ଗାଁ ବାସହୀନ ହୋଇ ପଡିଛି । କୌଣସି ଲୋକ ଏହି ଗାଁରେ ରହିପାରନ୍ତି ନାହିଁ ।

ଧିରେଧିରେ ଏହି ଗାଁ ଏକ ଭୂତିଆ ଗାଁ ଭାବେ ପରିଚିତ ହୋଇଛି । ଏଠାରେ ଜୀବଜନ୍ତୁ, ପଶୁପକ୍ଷୀ, ଗଛଲତା କିଛି ନାହିଁ । ପ୍ରତିବର୍ଷ କିଛି ପର୍ଯ୍ୟଟକ ଏହି ଗାଁକୁ ବୁଲିବାକୁ ଆସିଛନ୍ତି । ସେମାନଙ୍କ ଭିତରେ କିଛିଜଣ ଏହି ଗାଁ ରେ ବୁଲୁଥିବା ବେଳେ କିଛି ଶବ୍ଦ , ଅସ୍ପଷ୍ଟ ସ୍ବର ଶୁଣିଛନ୍ତି ।

ଏହି ଗାଁ ଏବେ ଏକ ପର୍ଯ୍ୟଟନ ସ୍ଥଳ ପାଲଟିଛି । ଏହି ଗାଁ ଏବେ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡି ରହିଛି । ଗାଁ ଭିତରେ ଥିବା ଏକ ଦେବୀ ମନ୍ଦିର ମଧ୍ୟ ସେପରି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡି ରହିଛି । ମନ୍ଦିର ଭିତରେ ଶିଳାଲେଖ ରହିଛି, ଯାହାଦ୍ବାରା ପୁରାତନତତ୍ତ୍ବବିତ୍ ଏହି ଗାଁର ପ୍ରାଚୀନ ଲୋକଙ୍କ ସମ୍ପର୍କରେ ଅନେକ ତଥ୍ୟ ପାଇପାରିବେ ।
ଗାଁରେ ସକାଳ ୮ରୁ ସନ୍ଧ୍ୟା ୬ଯାଏଁ ବୁଲିବାର ଅନୁମତି ରହିଛି । ସେଥିପାଇଁ ସ୍ଥାନୀୟ ବାସିନ୍ଦା ମଧ୍ୟ ସନ୍ଧ୍ୟା ୬ ଟା ପରେ ନିଜ ଘରର ଦ୍ବାର ବନ୍ଦ କରିଦିଅନ୍ତି । ଯଦି ଆପଣ କାର ଦ୍ବାରା ଯାଉଛନ୍ତି, ତେବେ ଗାଁ ରେ ପ୍ରବେଶ କରିବାର ଟିକେଟ ୧୦ ଟଙ୍କା ଅଟେ । ଯଦି ସେଠାରେ ଥିବା ଅନ୍ୟ ଗାଡି ଦ୍ବାରା ବୁଲୁଛନ୍ତି, ତେବେ ଟିକେଟ ୫୦ ଟଙ୍କା ଅଟେ ।
ଯେହେତୁ ଏହି ଗାଁ ରାଜସ୍ଥାନରେ ଅବସ୍ଥିତ, ସେଥିପାଇଁ ଏହି ସ୍ଥାନରେ ସବୁବେଳେ ଭୀଷଣ ଗରମ ହୋଇଥାଏ । ଯଦି ଆପଣ ଏହି ସ୍ଥାନ ବୁଲିବାକୁ ଚାହୁଁଥାନ୍ତି, ତେବେ ସବୁଠୁ ଭଲ ସମୟ ହେଉଛି ଅକ୍ଟୋବରରୁ ଡିସେମ୍ବର ।

କୁଲଧାରା ଗାଁରେ ପହଞ୍ଚିବାକୁ ଇଚ୍ଛା କରୁଥିଲେ ଆପଣ ରାଜସ୍ଥାନରେ ପହଞ୍ଚି ସିଧା ଜୈସାଲମାରରୁ କୁଲ୍‌ଧାରା ଗାଁକୁ କୌଣସି କ୍ୟାବ ଦ୍ବାରା ପହଞ୍ଚି ପାରିବେ ।
ଏହି ଗାଁ ଦୂନିଆର ଏକ ଭୂତିଆ ଗାଁ ନାଁରେ ପରିଚିତ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mysterious village, 5 thousand people disappeared in one night | Argus News