Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରହସ୍ୟମୟ ଗାଁ, ଆକାଶରୁ ପଡନ୍ତି ମଲା ପକ୍ଷୀ

National

ରହସ୍ୟମୟ ଗାଁ, ଆକାଶରୁ ପଡନ୍ତି ମଲା ପକ୍ଷୀ

Arpita Mohanty
Browse all articles by Arpita Mohanty
·2 years ago·2 min read
ରହସ୍ୟମୟ ଗାଁ, ଆକାଶରୁ ପଡନ୍ତି ମଲା ପକ୍ଷୀ

ଅର୍ଗସ ବ୍ୟୁରୋ; ଆସାମ ହେଉଛି ଏମିତି ଏକ ପର୍ଯ୍ୟଟନ ସ୍ଥଳୀ ଯାହାର ଏୈତିହାସିକ ମହତ୍ତ୍ୱ ପାଇଁ ଏହା ସର୍ବଭାରତୀୟ ସ୍ତରରେ ଜଣାଶୁଣା । ଏଠାରେ ଅନେକ ପ୍ରସିଦ୍ଧ ସ୍ଥାନ ରହିଛି ସେଥିରୁ ଆଇକନିକ୍ ଏକ ଶିଙ୍ଗ ବିଶିଷ୍ଟ ଗଧ ଏବଂ କାମରୂପ କାମାକ୍ଷା ମନ୍ଦିର ଅନ୍ୟତମ। ଅନେକ ରହସ୍ୟମୟ କାହାଣୀ ମଧ୍ୟ ଆସାମକୁ ଘେରି ରହିଛି ସେଥିରୁ ଏକ ହେଉଛି ଆସାମରେ ଥିବା ଏକ ଛୋଟିଆ ଗାଁ ଯାହାର ନାମ ହେଉଛି ଜତିଙ୍ଗା ଯାହାକୁ ଭେଲି ଅଫ ଡେଥ ମଧ୍ୟ କୁହାଯାଏ । ଆସାମର ଗୁଆହାଟିର 330 କିଲୋମିଟର ଦକ୍ଷିଣରେ ଏହି ଗାଁ ଅବସ୍ଥିତ। ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମାସରେ ଏହି ଗାଁରେ ଏମିତି କିଛି ଅଭ୍ଭୁତ ଏବଂ ରହସ୍ୟମୟ ଘଟଣା ଘଟେ ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

କେବଳ 25000 ଜନସଂଖ୍ୟା ଥିବା ଏହି ଗାଁ “ପକ୍ଷୀ ଆତ୍ମହତ୍ୟା” ଘଟଣା ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ। ପ୍ରତ୍ୟକ ବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମାସରେ ମୌସୁମୀ ସମୟରେ ବିଭିନ୍ନ ପ୍ରଜାତିର ହଜାରେ ସଂଖ୍ୟକ ପକ୍ଷୀ ଏଠାରେ ଏକତ୍ରିତ ହୋଇଥାନ୍ତି। ଏବଂ ଆଶ୍ଚର୍ଯ୍ୟଜନକ ଭାବରେ ପକ୍ଷୀ ମାନଙ୍କର ମୃତ ଶରୀର ଆକାଶରୁ ପଡିଥାଏ । ପକ୍ଷୀ ମାନେ ବିଲଡିଂ କିମ୍ବା ଗଛ ସହ ପିଟି ହୋଇ ନିଜ ଜୀବନ ହାରିଥାନ୍ତି । ଦେଖୁ ଦେଖୁ କିଛି ସମୟ ଭିତରେ ପକ୍ଷୀ ମାନଙ୍କ ମୃତ ଶରୀରର କୁଢ଼ ଜମା ହୋଇଯାଏ। ପାଖାପାଖି ୪୦ ପ୍ରଜାତିର ଅଲଗା ଅଲଗା ପକ୍ଷୀ ଏଠାରେ ଆସି ନିଜ ଜୀବନ ହାରିଥାନ୍ତି । ସେଗୁଡ଼ିକ ହେଉଛନ୍ତି ଟାଇଗର ବିର୍ଟନ, ଲିଟଲ୍ ଇଗ୍ରେଟ୍, ବ୍ଲାକ୍ ବିର୍ଟନ, ପଣ୍ଡ ହେରନ୍, ଇଣ୍ଡିଂଆନ ପିଟା ,କିଙ୍ଗଫିସର, ବ୍ଲାକ ଡ୍ରୋନ୍, ହିଲ୍ ପାର୍ଟ୍ରିଜ୍, ସବୁଜ କପୋତ, ଏମେରାଲ୍ଡ ଡଭ ଏବଂ ନେକଲେସଡ ଲାଫିଙ୍ଗ ଥ୍ରସ୍ ।

ଏହି ଘଟଣା 1910 ମସିହାରେ ଆରମ୍ଭ ହୋଇଥିଲା। କିନ୍ତୁ 1957 ମସିହାରେ ଯେତେବେଳେ ବ୍ରିଟିଶ ଅର୍ନିଥୋଲୋଜିଷ୍ଟ ଇପି ଜି ନିଜ ପୁସ୍ତକ ୱାଇଲ୍ଡ ଲାଇଫ୍ ଅଫ୍ ଇଣ୍ଡିଆରେ ଏହା ବିଷୟରେ ଲେଖିଥିଲେ ସେତେବେଳେ ସାଧାରଣ ଜନତା ଏହି ବିଷୟରେ ଜାଣିଥିଲେ। କେତେ ପକ୍ଷୀ ବିଶେଷଣଜ୍ଞ ମାନେ ଏହି ଘଟଣା ଉପରେ ଗଭୀର ଅନୁସନ୍ଧାନ କରିବା ପରେ ସେମାନେ ଦେଖିଛନ୍ତି ଯେ ଏହି ସମୟରେ ପକ୍ଷୀ ମାନେ କିଛି ଅଲଗା ଭଳି ବ୍ୟବହାର କରିଥାନ୍ତି। କେବଳ ଦିନରେ ବାହାରୁଥିବା ପକ୍ଷୀ ମାନେ ରାତିରେ ଜତିଙ୍ଗାରେ କାହିଁକି ବୁଲନ୍ତି? ସେମାନେ ବିଶ୍ୱାସ କରୁଥିଲେ ଯେ କୌଣସି ପ୍ରକାର ଚୁମ୍ବକୀୟ ଶକ୍ତି ଅଛି ଯାହା ପକ୍ଷୀ ମାନଙ୍କୁ ଏମିତି କରିବା ପାଇଁ ବାଧ୍ୟ କରୁଛି। ଅନ୍ୟପକ୍ଷରେ କିଛି ଲୋକ ଗାଁକୁ ଅଭିଶପ୍ତ ମାନିଥାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି ଘଟଣା ପଛରେ ପ୍ରକୃତ କାରଣ କଣ ରହିଛି ତାହା ଏବେ ବି ରହସ୍ୟମୟ ହୋଇରହିଛି।

ଅଧିକ ପଢନ୍ତୁ ଭାରତ ଖବର

 

Argus Whatsapp Channel Mobile Top
Sponsored
Mysterious village | Argus News