Mystery of Kiradu Temple: ଏହି ସ୍ଥାନକୁ ଗଲେ ଆଉ ଫେରେନି ମଣିଷ

Key Points
ଏହି ସ୍ଥାନକୁ ଗଲେ ଆଉ ଫେରେନି ମଣିଷ ।
ଏହି ଜାଗାରେ ପଥର ହୋଇଯାଏ ମଣଷ ।
କଥାଟା ଆର୍ଶ୍ଚଯ୍ୟ ଲାଗୁଥିଲେ ବି ଏକଦମ ସତ ।
ଭାରତ ଏକ ମନ୍ଦିର ମାଳିନୀ ଦେଶ । ଏଠାରେ କୋଟି କୋଟି ଲୋକଙ୍କ ବିଶ୍ୱାସ ଓ ପରମ୍ପରା ହଜାର ହଜାର ବର୍ଷ ଧରି ମନ୍ଦିର ସହିତ ଜଡିତ ରହିଛି । ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକ ମଧ୍ୟ ରହିଛି, ଯେଉଁମନ୍ଦିର ଅନେକ ରହସ୍ୟରେ ଭରପୂର । ରାଜସ୍ଥାନରେ ଏପରି ଏକ ରହସ୍ୟମୟ ମନ୍ଦିର ରହିଛି ଯେଉଁଠାରେ କୌଣସି ଭକ୍ତ ସନ୍ଧ୍ୟା ପରେ ରହିବାକୁ ସାହସ କରନ୍ତି ନାହିଁ । ଏହି ରହସ୍ୟମୟ ମନ୍ଦିର ରାଜସ୍ଥାନର ବାରମେର୍ ଜିଲ୍ଲାରେ ଅଛି । ଏହି ମନ୍ଦିରର ନାଁ ‘କିରାଡୁ ମନ୍ଦିର’ ।
ରାଜସ୍ଥାନର ବାରମେର୍ ସହରରେ ଅବସ୍ଥିତ କିରାଡୁ ମନ୍ଦିର। ଏହି ମନ୍ଦିରରେ ରହିଛି ଅନେକ ଅସମାହିତ ରହସ୍ୟ । ଏହି ମନ୍ଦିରରେ ହୋଇଥିବା ଖୋଦନ ଏତେ ସୁନ୍ଦର ଯେ ଏହାକୁ ରାଜସ୍ଥାନର ଖଜୁରାହୋ ମଧ୍ୟ କୁହାଯାଏ। ବହୁ ଆଗରୁ କୁହାଯାଏ ଯେ ଏହି ମନ୍ଦିରରେ ସାଧୁଙ୍କ ଅଭିଶାପ ହେତୁ ସନ୍ଧ୍ୟା ପରଠାରୁ ଏହି ମନ୍ଦିରରେ କେହି ରୁହନ୍ତି ନାହିଁ। ସେଠାକାର ଲୋକଙ୍କ କହିବା ଅନୁଯାୟୀ ଥରେ ଜଣେ ସାଧୁ ନିଜ ଶିଷ୍ୟମାନଙ୍କ ସହିତ ଏହି ସହରକୁ ଆସିଥିଲେ। ଏଠାରେ କିଛି ଦିନ ରହିବା ପରେ ସାଧୁ ଜଣଙ୍କ ଏକାକୀ ଦେଶ ଭ୍ରମଣ ପାଇଁ ଚାଲିଗଲେ। ଏହା ପରେ ଛାଡି ଯାଇଥିବା ଶିଷ୍ୟର ସ୍ୱାସ୍ଥ୍ୟ ଖରାପ ହୋଇଗଲା, ଯାହାର ଯତ୍ନ ଜଣେ କୁମ୍ଭାର ବ୍ୟତିତ ଆଉ କେହି ନେଉ ନଥିଲେ।
ତେବେ ଯେତେବେଳେ ସାଧୁ ଫେରି ଆସିଲେ, ଅସୁସ୍ଥ ଥିବା ଶିଷ୍ୟର ଅବସ୍ଥା ଦେଖି ବହୁତ ଦୁଃଖୀତ ହୋଇଗଲେ। ଫଳରେ ସେ ଗ୍ରାମବାସୀଙ୍କୁ ଅଭିଶାପ ଦେଇଥିଲେ ଯେ ଏଠାରେ ଥିବା ଲୋକମାନଙ୍କ ଠାରେ ମାନବିକତା ନାହିଁ ଏବଂ ହୃଦୟଗୁଡ଼ିକ ପଥର ପରି, ତେଣୁ ଗାଁର ସମସ୍ତ ଲୋକ ପଥରରେ ପରିଣତ ହେବା ଉଚିତ୍ । କିନ୍ତୁ ସେହି କୁମ୍ଭାରଙ୍କୁ ସନ୍ଧ୍ୟା ପୂର୍ବରୁ ଗାଁ ଛାଡି ପଛକୁ ନ ଚାହିଁବାକୁ କହିଥିଲେ ସାଧୁ। ହେଲେ କୁମ୍ଭାର ଜଣଙ୍କ ସାଧୁଙ୍କୁ ପରୀକ୍ଷା କରିବାକୁ ଯାଇ ପଛକୁ ଚାହିଁଥିଲେ। ଏହା ପରେ ସେ ମଧ୍ୟ ପଥରରେ ପରିଣତ ହେଇଗଲେ। ସେବେଠାରୁ କୁହାଯାଏ ଯେ ସନ୍ଧ୍ୟା ହେଲେ କେହି ବି ସେଠାରେ ରୁହନ୍ତି ନାହିଁ । ଯଦି କେହି ସେଠାରେ ରୁହନ୍ତି, ସେ ପଥରରେ ପରିଣତ ହୋଇଯାଆନ୍ତି।