Videos
|
National

Mystery Door / ଏହି ଦ୍ଵାରରେ ଜଗି ବସିଛନ୍ତି ଯମ

Rashmita Mishra
Browse all articles by Rashmita Mishra
·1 year ago·2 min read
ଏହି ଦ୍ଵାରରେ ଜଗି ବସିଛନ୍ତି ଯମ
Mystery News

Key Points

କୈଳାସରେ ରହିଛି ଯମ ଦ୍ଵାର | ସେଠାରେ ରାତିରେ ରହିଲେ ମୃତ୍ୟୁ ସୁନିଶ୍ଚିତ

କୈଳାସ ମାନସରୋବରରେ ରହିଛି ଯମ ଦ୍ଵାର । ସେଠାରେ ରାତିରେ ରହିଲେ ମୃତ୍ୟୁ ସୁନିଶ୍ଚିତ । କଥାଟା ଆଶ୍ଟର୍ଯ୍ୟ ଲାଗୁଥିଲେ ବି ଏକଦମ ସତ । ପ୍ରତ୍ୟେକ ମନ୍ଦିରରେ କିଛି ନା କିଛି ରହସ୍ୟ ଲୁଚି ରହିଛି । ସେହିପରି କୈଳାସରେ ଥିବା ମାନସରୋବରରେ ଅନେକ ଧାର୍ମିକ ଏବଂ ରହସ୍ୟମୟ ସ୍ଥାନ ଅଛି। କୈଳାସ ନିକଟରେ ଥିବା ମାନସରୋବର ହ୍ରଦ, ଅଷ୍ଟପଦ, ସପ୍ତଋଷି ଗୁମ୍ଫା ଏବଂ ଯମ ଦ୍ୱାର ଧାର୍ମିକ ଦୃଷ୍ଟିରୁ ବହୁତ ସ୍ୱତନ୍ତ୍ର ସ୍ଥାନ ପାଇଛି ।

କୈଳାସ ଯାତ୍ରାରେ ଯାଉଥିବା ଲୋକମାନେ କୈଳାସ ନିକଟରେ ଥିବା ସମସ୍ତ ସ୍ଥାନ ବୁଲାବୁଲି କରନ୍ତି । ଆଉ ଏହି ସବୁ ସ୍ଥାନରେ କିଛି ନା କିଛି ରହସ୍ୟ ଲୁଚି ରହିଛି । ତା' ମଧ୍ୟରୁ ଯମ ଦ୍ଵାରା ଶ୍ରେଷ୍ଠ । କୈଳାସ ପର୍ବତ ପରିକ୍ରମା କରିବା ପୂର୍ବରୁ ପ୍ରତ୍ୟେକ ଭକ୍ତଙ୍କୁ ଯମ ଦ୍ୱାର ଦେଇ ଯିବାକୁ ପଡିଥାଏ । ଯଦି କେହି ଏହି ଦ୍ୱାରରେ ରାତି ବିତାଇବେ, ତେବେ ତାଙ୍କର ମୃତ୍ୟୁ ହେବା ସୁନିଶ୍ଚିତ!

ଯମ ଦ୍ୱାର ଅର୍ଥ ମୃତ୍ୟୁର ଦେବତାଙ୍କ ପ୍ରବେଶ ପଥ। ଧାର୍ମିକ ବିଶ୍ୱାସ ଅନୁସାରେ, ଯମ ଦେବ ଭଗବାନ ଶିବଙ୍କ ପବିତ୍ର କୈଳାସକୁ ରକ୍ଷା କରନ୍ତି। ଭକ୍ତମାନେ ଯମ ଦ୍ୱାର ଦେଇ କୈଳାସ ପର୍ବତ ପରିକ୍ରମା ଆରମ୍ଭ କରନ୍ତି, ଏହା କୈଳାସ ପରିକ୍ରମାର ପ୍ରଥମ ରହିବା ସ୍ଥାନ । ଯମ ଦେବତାଙ୍କ ଦିଗ ଦକ୍ଷିଣ ଦିଗ, ତେଣୁ ଯମ ଦ୍ୱାର ମଧ୍ୟ ଏହି ଦିଗରେ ରହିଛି।

କୈଳାସ ପର୍ବତ ନିକଟରେ ଯମ ଦ୍ୱାର ସହିତ ଜଡିତ ଅନେକ ରହସ୍ୟ ରହିଛି। ବିଶ୍ୱାସ କରାଯାଏ ଯେ ଯଦି ଜଣେ ବ୍ୟକ୍ତି ଏଠାରେ ରାତି କାଟନ୍ତି, ତେବେ ତାଙ୍କର ହେବା ମୃତ୍ୟୁ ସୁନିଶ୍ଚିତ। ଅତୀତରେ ମଧ୍ୟ ଏପରି ଅନେକ ଘଟଣା ଘଟିଛି, ଯେତେବେଳେ ଲୋକମାନେ ଏହି ଦ୍ୱାର ପାଖରେ ରାତି କଟାଉଥିଲେ ତାଙ୍କର ମୃତ୍ୟୁହେଉଥିଲା ।

ଆଉ ଏହାର କାରଣ କାହାକୁ ବି ଜଣା ନଥିଲା । ବୈଜ୍ଞାନିକ ମାନେ ମଧ୍ୟ ଏହାର ସଠିକ ଉତ୍ତର ଦେଇପାରୁନାହାଁନ୍ତି ଯେ ଏଠାରେ ରହିବା ପରେ ଲୋକମାନଙ୍କର କାହିଁକି ମୃତ୍ୟୁ ହୁଏ । ସେଠାକାର ଲୋକମାନଙ୍କ କହିବା ଅନୁସାରେ, ଯଦି ଜଣେ ବ୍ୟକ୍ତି ଯମ ଦ୍ୱାର ପାର ହୋଇ କୈଳାସ ପର୍ବତ ପରିକ୍ରମା ପାଇଁ ଯାଅନ୍ତି ତେବେ ଭୁଲରେ ମଧ୍ୟ ପଛକୁ ଚାହିଁବା ଉଚିତ୍ ନୁହେଁ। ଯଦି ଆପଣ ଏହା କରନ୍ତି ତେବେ ମୃତ୍ୟୁ ହେବା ସୁନିଶ୍ଚିତ।

ଧାର୍ମିକ ଶାସ୍ତ୍ର ଅନୁସାରେ, ଯମ ଦେବତା ମୃତ୍ୟୁ ପରେ ବ୍ୟକ୍ତିର କର୍ମ ଅନୁସାରେ ତାଙ୍କର ଆତ୍ମାକୁ ଦିଗଦର୍ଶନ ଦିଅନ୍ତି। ଯେଉଁମାନେ ଭଲ କାମ କରନ୍ତି ସେମାନଙ୍କୁ ସ୍ୱର୍ଗ ପ୍ରାପ୍ତ ହୁଏ ଆଉ ଯେଉଁମାନେ ପାପ କାମ କରନ୍ତି ସେମାନେ ନର୍କକୁ ଯାଆନ୍ତି।

କୁହାଯାଏ ଯେ ଯଦି କୌଣସି ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଯମ ଦ୍ୱାର ଦେଇ ଯାଇ କୈଳାସ ପରିକ୍ରମା କରନ୍ତି, ତାଙ୍କୁ ସ୍ଵର୍ଗ ପ୍ରାପ୍ତି ହୋଇଥାଏ । ତେବେ ଏହିପରି କରିବା ଦ୍ୱାରା ଆତ୍ମାକୁ ସ୍ୱର୍ଗରେ ସ୍ଥାନ ମିଳିଥାଏ। ହିନ୍ଦୁ ଧର୍ମରେ ଯମ ଦ୍ୱାରକୁ ଏକ ବଡ଼ ସ୍ଥାନ ବୋଲି ବିବେଚନା କରାଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଦ୍ଵାରରେ ଜଗି ବସିଛନ୍ତି ଯମ! ଜାଣନ୍ତୁ ଏହା ପଛର ରହସ୍ୟ | Argus News