Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆୟୁଷ୍ମାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୂର୍ବ ବିଜେଡି ସରକାରକୁ ନଡ୍ଡାଙ୍କ ଟାର୍ଗେଟ୍

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଆୟୁଷ୍ମାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୂର୍ବ ବିଜେଡି ସରକାରକୁ ନଡ୍ଡାଙ୍କ ଟାର୍ଗେଟ୍

ଆୟୁଷ୍ମାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୂର୍ବ ବିଜେଡି ସରକାରକୁ ନଡ୍ଡାଙ୍କ ଟାର୍ଗେଟ୍
ଅଂହକାର ଯୋଗୁଁ ଆୟୁଷ୍ମାନ ଲାଗୁ କରୁନଥିଲେ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ କଲେ ସମାଲୋଚନା, ରାଜନୈତିକ ଫାଇଦା ପାଇଁ ଗରିବଙ୍କୁ ସ୍ବାସ୍ଥ୍ୟସେବାରୁ ରଖିଥିଲେ ବଞ୍ଚିତ
ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କଟାକ୍ଷ ବିଜେଡିକୁ ଥିଲା ନାକ କଟିଯିବାର ଭୟ
କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ କହିଲେ, ଚଞ୍ଚକତା କରି ଚଳୁ କରୁଥିଲେ ସ୍ବାସ୍ଥ୍ୟ ମିଶନ ଟଙ୍କା


ଓଡ଼ିଶାର ଆବାଳ ବୃଦ୍ଧ ବନିତା। ଆଜିଠାରୁ ଦୂର ହେଲା ସମସ୍ତଙ୍କର ସ୍ବାସ୍ଥ୍ୟ ଚିନ୍ତା। ରାଜନୈତିକ ଫାଇଦା ପାଇଁ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରଖିଥିବା ପୂର୍ବ ବିଜେଡି ସରକାରର ଉପରେ ଆୟୁଷ୍ମାନ ଶୁଭାରମ୍ଭ ମଞ୍ଚରୁ ହୋଇଛି ଘନ ଘନ ଆକ୍ରମଣ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ. ପି ନଡ୍ଡା କହିଛନ୍ତି, ଦୀର୍ଘ 7 ବର୍ଷ ଧରି ବାରମ୍ବାର ଅନୁରୋଧ କରିବା ସତ୍ବେ ଅହଂକାର ଯୋଗୁଁ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରୁନଥିଲେ ନବୀନ ପଟ୍ଟନାୟକ । ଲୋକଙ୍କ କଥା ନ ଶୁଣିବାରୁ ତାଙ୍କୁ ଘରେ ବସାଇ ଦେଲେ ଓଡ଼ିଶାବାସୀ।

ନଡ୍ଡା ଆହୁରି କହିଲେ, ଯେଉଁଠି ବି ମୋଦିଙ୍କ ଜନ କଲ୍ୟାଣକାରୀ ଯୋଜନା ବାଟରେ ଆସେ ପ୍ରତିବନ୍ଧକ ସେଠି ଶେଷ ହୋଇଯାଏ ସିଙ୍ଗଲ ଇଞ୍ଜିନ ସରକାର। ଦିଲ୍ଲୀ, ଓଡ଼ିଶା ପରେ ଏବଂ ପଶ୍ଟିମବଙ୍ଗର ପାଳି। ପୂର୍ବ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜନୈତିକ ଫାଇଦା କାରଣରୁ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ କରୁନଥିଲେ ଲାଗୁ।

ବିଜେଡି ସରକାରକୁ କଡ଼ା ଟାର୍ଗେଟ୍ କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। କାଳେ ମୋଦିଙ୍କ ନାଁ ହେବା ଆଉ ନିଜ ନାକ କଟିଯିବା ଭୟରେ ଓଡ଼ିଶାରେ ବିଜେଡି ଲାଗୁ କରୁନଥିଲା ଆୟୁଷ୍ମାନ ଯୋଜନା। ଏଥିପାଇଁ 3 ହଜାର କୋଟି ଟଙ୍କାର କ୍ଷତି ସହିଲା ଓଡ଼ିଶା। ଅନ୍ୟପଟେ ସ୍ବାସ୍ଥ୍ୟ ଭିତ୍ତିଭୂମି ବାବଦକୁ କେନ୍ଦ୍ରରୁ ଆସୁଥିବା ଟଙ୍କାକୁ ନେଇ କଲେ ଚଞ୍ଚକତା।

ସ୍ବାସ୍ଥ୍ୟ ମିଶନ ଟଙ୍କା କେଳେଙ୍କାରୀ ନେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ ବି ବିଜେଡି ସରକାରକୁ କଲେ ଟାର୍ଗେଟ୍ । ଓଡ଼ିଶାକୁ ଆସୁଥିବା ହେଲଥ ମିଶନ ଟଙ୍କା ତାମିଲନାଡୁ ଠିକାଦାରଙ୍କୁ ଦିଆଯାଇ ଆଦାୟ କରାଗଲା କମିଶନ । ଏବେ ପାଣିରୁ ମାଛକୁ କାଢ଼ିବା ଭଳି ଛଟପଟ ହେଉଛନ୍ତି ବିଜେଡି ନେତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nadda targets former BJD government at Ayushman Bharat launch event | Argus News