Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆରପାରିରେ ନାଗାଲାଣ୍ଡ ରାଜ୍ୟପାଳ ଏଲ୍‌. ଗଣେଶନ

Ritu Das
Browse all articles by Ritu Das
·11 months ago·1 min read
ଆରପାରିରେ ନାଗାଲାଣ୍ଡ ରାଜ୍ୟପାଳ ଏଲ୍‌. ଗଣେଶନ

Key Points

ନାଗାଲାଣ୍ଡ ରାଜ୍ୟପାଳ ଏଲ୍‌. ଗଣେଶନଙ୍କର ପରଲୋକ ଘଟିଛି

ଶୁକ୍ରବାର ୮୦ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି

ତାଙ୍କ ବାସଭବନରେ ସେ ପଡ଼ିଯିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା

ନାଗାଲାଣ୍ଡ ରାଜ୍ୟପାଳ ଏଲ୍‌. ଗଣେଶନଙ୍କର ପରଲୋକ ଘଟିଛି। ଶୁକ୍ରବାର ୮୦ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି। ୮ ଅଗଷ୍ଟରେ ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ସେ ପଡ଼ିଯିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏ ନେଇ ସେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଯେଉଁଠାରେ ତାଙ୍କର ପରଲୋକ ଘଟିଛି। ଗଣେଶନଙ୍କ ପୂରା ନାମ ଲା ଗଣେଶନ ଆୟାର, ଯିଏ ୧୬ ଫେବୃଆରୀ ୧୯୪୫ରେ ଜନ୍ମଗ୍ରହଣ କରିଥିଲେ।


ଗଣେଶନ ୨୦ ଫେବୃଆରୀ ୨୦୨୩ରେ ନାଗାଲ୍ୟାଣ୍ଡର ୧୯ତମ ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ, ଗଣେଶନ ୨୭ ଅଗଷ୍ଟ ୨୦୨୧ ରୁ ୧୯ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ମଣିପୁରର ୧୭ତମ ରାଜ୍ୟପାଳ ଏବଂ ୨୮ ଜୁଲାଇ ୨୦୨୨ ରୁ ୧୭ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ (ଅତିରିକ୍ତ ଦାୟିତ୍ୱ) ଭାବରେ କାର୍ଯ୍ୟ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
nagaland-governor-l-ganesan-passes-away | Argus News