Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହିଳାଙ୍କ ଅସ୍ତ୍ରୋପଚାରକୁ ଅଧାରେ ଛାଡି ଚାଲିଆସିଲେ ଡାକ୍ତର

National

ମହିଳାଙ୍କ ଅସ୍ତ୍ରୋପଚାରକୁ ଅଧାରେ ଛାଡି ଚାଲିଆସିଲେ ଡାକ୍ତର

Manini Pattanayak
Browse all articles by Manini Pattanayak
·2 years ago·1 min read
ମହିଳାଙ୍କ ଅସ୍ତ୍ରୋପଚାରକୁ ଅଧାରେ ଛାଡି ଚାଲିଆସିଲେ ଡାକ୍ତର

ନୂଆଦିଲ୍ଲୀ: ଡାକ୍ତରଙ୍କୁ ଆମେ କହୁ ଦ୍ଵିତୀୟ ଇଶ୍ଵର। ମଣିଷକୁ ମୃତ୍ୟୁ ମୁଖରୁ ରକ୍ଷା କରନ୍ତି ଡାକ୍ତର। ଦ୍ଵିତୀୟ ଇଶ୍ଵର ଭାବେ ଉଭା ହୋଇ ଯନ୍ତ୍ରଣାର ଉପସମ କରିଥିାନ୍ତି ଡାକ୍ତର।  ଏମିତିକି ଅନେକ ଲୋକ ଡାକ୍ତର ସାମ୍ନାରେ ନିଜର ମନର କଥା କହି କାନ୍ଦି ବି ପକାନ୍ତି। କିନ୍ତୁ, ମହାରାଷ୍ଟ୍ର ନାଗପୁରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଆଉ ଚକ୍କିତ କରିଛି।  ଚାଲନ୍ତୁ ପୂରା ଘଟଣା ଉପରେ ନଜର ପକାଇବା। ମହାରାଷ୍ଟ୍ରର ନାଗପୁର ସରକାରୀ ଡାକ୍ତରଖାନାରେ ଘଟିଛି ଏପରି ଅଜିବ ଗରିବ ଘଟଣା। ଡାକ୍ତରଖାନାର ଡାକ୍ତର ଜଣଙ୍କ  ପରିବାର  ନିୟନ୍ତ୍ରଣ ନେଇ କରୁଥିବା ଅପରେଶନ ଛାଡି ପଳାଇ ଯାଇଥିଲେ। ତେବେ  କାହିଁକି ଛାଡି ପଳାଇଲେ ଡାକ୍ତର? ଆପଣ ବି କାରଣ ଜାଣିଲେ ଅଶ୍ଚର୍ଯ୍ୟ ହେବେ। 

କୁହାଯାଉଛି ଡାକ୍ତର ଚା’ ମାଗିଥିଲେ, କିନ୍ତୁ ତାଙ୍କୁ ଚା’ ମିଳି ନଥିଲା। ଫଳରେ ଡାକ୍ତର ରାଗି ଚେତାଶୂନ୍ୟ ମହିଳାଙ୍କ ଅସ୍ତ୍ରୋପଚାରକୁ ଅଧାରେ ଛାଡି ଅପରେଶନ ଥିଏଟରରୁ ବାହାରକୁ ପଳାଇ ଯାଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲା ପରିଷଦର ସିଇଓ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଏକ କମିଟି ଗଠନ କରାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଇଓ କହିଛନ୍ତି। ଏହା କେବଳ ଜଣେ ମହିଳାଙ୍କ ସହ ହୋଇନି, ଚାରି ଜଣ ଅଚେତ ମହିଳାଙ୍କୁ ଅସ୍ତ୍ରୋପଚାରକୁ ଅପେକ୍ଷା କରିଥିବା ଅଭିଯୋଗ ହୋଇଛି। ଅପରେଶନ ଥିଏଟରରେ ପ୍ରବେଶ କରିବା ପୂର୍ବରୁ ଡାକ୍ତର ଚା’ ମାଗିଥିଲେ। କିନ୍ତୁ ତାଙ୍କୁ ଏହା ଦିଆଯାଇ ନ ଥିଲା। ତେବେ ମହିଳାଙ୍କ ଅସମ୍ପୂର୍ଣ୍ଣ ଅପରେଶନ ଶେଷ କରିବାକୁ ଜିଲା ପ୍ରଶାସନ ଅନ୍ୟ ଜଣେ ଡାକ୍ତରଙ୍କ ବ୍ୟବସ୍ଥା କରିଥିଲେ। ଡ୍ୟୁଟିରେ ଅବହେଳା ପାଇଁ ଡାକ୍ତରଙ୍କ ଉତ୍ତରଦାୟୀ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।  
ଅଧିକ ଦେଖନ୍ତୁ :

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored